ଜର୍ମାନୀରେ ଓଡ଼ିଶା ଦିବସ ପାଳନ ଉତ୍କଳ ସମାଜ ଉଦଘାଟନ

38 0

ଫ୍ରାଙ୍କଫୁର୍ଟ: ୧୭.୦୪ ଜର୍ମାନୀରେ ମହାସମାରୋହରେ ୮୮ ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ଫ୍ରାଙ୍କଫୁର୍ଟ ଇଲାକାରେ ପ୍ରଥମ ପଞ୍ଜୀକୃତ ଓଡ଼ିଆ ସଂଗଠନ, ” ଉତ୍କଳ ସମାଜ – ରାଇନ ମାଇନ୍” କୁ ଉଦଘାଟନ କରାଯାଇଛି। ଏହି ଦ୍ଵେତ ମହୋତ୍ସବ ପାଳନ ଉପଲକ୍ଷେ ପର୍ବାଣୀ ସ୍ଥଳ ଫ୍ରାଙ୍କଫୁର୍ଟ ସ୍ଥିତ ଜାଇକା ରେଷ୍ଟୁରାଣ୍ଟର କମ୍ୟୁନିଟି ହଲକୁ ସୁନ୍ଦର ଭାବେ ସଜ୍ଜାଯାଇ, ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା।


ଅତିଥିମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ନବଗଠିତ “ଉତ୍କଳ ସମାଜ- ରାଇନ୍ ମାଇନ୍”ର ସଭାପତି ବିଭୁ ଆଶିଷ ମହାନ୍ତି, ତାଙ୍କ ସଙ୍ଗଠନର ମୁଖ୍ୟ ଲକ୍ଷ୍ୟ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ଜର୍ମାନୀରେ ପ୍ରଚାର ଓ ପ୍ରସାର କରିବା ବୋଲି ଦର୍ଶାଇଥିଲେ। ଓଡ଼ିଶା ମାଟିର ମହକ ଏବଂ ଉତ୍କଳୀୟ ପରମ୍ପରାର ମହନୀୟତାକୁ ବିଦେଶ ଭୂମିରେ ବିସ୍ତାର କରିବା ନେଇ ତାଙ୍କ ସମାଜର ପ୍ରୟାସକୁ ସମର୍ଥନ ଏବଂ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ସମସ୍ତଙ୍କୁ ନିବେଦନ କରିଥିଲେ।

ନିଜର ବକ୍ତବ୍ୟ ପ୍ରଦାନ କରି ଉତ୍କଳ ସମାଜର ଯୁବ ଉପ- ସଭାପତି ଅମିତ କୁମାର ରାୱଲ, ଜର୍ମାନୀରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକଜୁଟ କରି ଓଡ଼ିଶାର ବୃହତ୍ତର ହୀତସାଧନ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା, ତାଙ୍କ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚାଇଥିଲେ। ଉତ୍କଳ ସମାଜର କୋଷାଧ୍ୟକ୍ଷ ନମ୍ରତା ମହାପାତ୍ର, ଏହି ଦାତବ୍ୟ ଅନୁଷ୍ଠାନର ଆର୍ଥିକ ସ୍ଥିତି ସମର୍କରେ ଉଲ୍ଲେଖ କରି ପ୍ରବାସୀ ଓଡ଼ିଆମାନଙ୍କୁ ସହୃଦୟତା ସହିତ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ।


ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିବା ଭାରତୀୟ କନସୁଲେଟ ଜେନେରାଲର ପ୍ରତିନିଧି ଅମର ପାଲ ମୀନା ଏବଂ ରିଏଲ୍ ଟିମ୍ ଇଣ୍ଡିଆ ଏଣ୍ଡ ଫ୍ରେଣ୍ଡସର ସହ ସଂସ୍ଥାପକ କମଲ ବତ୍ସାୟନ, ସେମାନଙ୍କର ଅଭିଭାଷଣରେ ଜର୍ମାନୀରେ ଉତ୍କଳ ସମାଜ ଗଠନକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ବିଶେଷତ୍ଵକୁ ସମ୍ମିଳିତ ଭାବେ ପ୍ରଦର୍ଶନ କରିବାରେ ନୂଆ କରି ଗଠିତ ସଂଘର ସାଧୁ ଉଦ୍ୟମକୁ ସେମାନେ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତଥା ଓଡ଼ିଶାର କଳା, ଚଳଚ୍ଚିତ୍ର, ସାହିତ୍ୟ, ଚିକିତ୍ସା ଏବଂ ଗଣମାଧ୍ୟମ ଜଗତର କିଛି ପ୍ରଖ୍ୟାତ ବ୍ୟକ୍ତିଙ୍କର ଶୁଭକାମନା ସମ୍ପନ୍ନ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ଭାବରେ ଉତ୍କଳ ସମାଜର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ସଭାର ପ୍ରାରମ୍ଭରେ ମାତୃ ପ୍ରଦେଶ ଓଡ଼ିଶାର ଗୁଣଗାନ କରାଯାଇ ଗାୟନ କରାଯାଇଥିବା “ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ବେଶ୍ ମର୍ମସ୍ପର୍ଶୀ ଥିଲା ଏବଂ ଦର୍ଶକ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା।

Related Post

ଜାପାନୀ ଭାଷାରେ ଅନୁବାଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

Posted by - January 11, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟନୟକ) ଆନ୍ତଃରାଷ୍ଟ୍ରୀୟ ଖ୍ୟାତନାମା ଜାପାନୀୟ କବି ମାକି ଷ୍ଟାରଫିଲ୍ଡ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ ଜାପାନୀୟ ଭାଷାରେ ଅନୁଦିତ…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ

Posted by - March 21, 2021 0
ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ। ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି।…

ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ମଧ୍ୟରାତ୍ର ଆଭାସି ସ୍ୱାଧୀନତା ସମାରୋହ ଆୟୋଜନ

Posted by - August 17, 2021 0
ନର୍ଥ କାରୋଲିନା / ରୋଡ୍ସ ଆଇଲାଣ୍ଡ / ମାଞ୍ଚେଷ୍ଟର / କେସେସ୍ / ଅକ୍‌ଲାଣ୍ଡ / କାନ୍‌ବେରା / କୋଲକାତା / ଭୁବନେଶ୍ୱର / କଟକ/ ଯାଜପୁର:(ସ୍ନେହାଂଶୁ…

ବେଙ୍ଗାଲୁରୁରେ ୱାଲ୍ଡେନଉଡର ଗାଁ କୁ ଫେରିଚାଲ ଅଭିଯାନ

Posted by - July 27, 2022 0
ବେଙ୍ଗାଲୁରୁ: କପିଳାସ ପାହାଡିର ପାଦଦେଶରେ ଅବସ୍ଥିତ ୱାଲ୍ଡେନଉଡ ପରିବେଶ ଗ୍ରାମ ତରଫରୁ ନିକଟରେ ବେଙ୍ଗାଲୁରୁଠାରେ ‘ଗାଁ କୁ ଫେରିଚାଲ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ…

କରୋନା ଭାଇରସର ସମାଧାନ ଲକ୍‌ଡାଉନ ନୁହେଁ ,ରାପିଡ୍‌ ଟେଷ୍ଟ୍‌ ଜରୁରୀ:-ରାହୁଲ ଗାନ୍ଧି

Posted by - April 16, 2020 1,543
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ…