ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ବଙ୍ଗାଳୀ ନବବର୍ଷ ପାଳିତ

240 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବଙ୍ଗାଳି ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ସମାଜର ସଭାପତି ଶ୍ରୀ ଶେଖର ସିହ୍ନାଙ୍କ ସଭାପତିତ୍ବରେ ବଙ୍ଗାଳି ନବବର୍ଷକୁ ସ୍ବାଗତ କରାଯାଇଛି। ଟିଟିଲାଗଡ ବଙ୍ଗାଳି ସମାଜର ଚଳିତବର୍ଷ ୨୪ ତମ ନବବର୍ଷ ପାଳନ କରାଯାଇଛି।

ପ୍ରଥମେ ଦେବା ଦେବୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିବା ପରେ ନବବର୍ଷର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ କଲ୍ୟାଣ କାନ୍ତି ବୋଷ। ଏହି ଅବସରରେ ଟିଟିଲାଗଡର ସମାଜସେବୀ ତଥା ଲାୟଂଶ କ୍ଳବର ସଦସ୍ୟ ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା।

ଏହି ନବ ବର୍ଷ ପାଳନ ଅବସରରେ ସହରର ସମସ୍ତ ବଙ୍ଗାଳି ପରିବାର ସଦସ୍ୟ ମାନେ ଆସି ଯୋଗ ଦେଇଥିଲେ। ଏହି ଅବସରରେ ସମାଜର ବହୁମୁଖି ପ୍ରତିଭା ମାନଙ୍କ ଦ୍ବାରା ଅତି ସୁନ୍ଦର ନୃତ୍ୟ, ଗୀତ ଏବଂ କବିତା ପାଠ କରଯାଇଥିଲା। ଏହି ନବବର୍ଷକୁ ସଫଳ କରାଇବାରେ ସମାଜର ସଦସ୍ୟ ଦୀପକ ସମାଦ୍ଦର୍, ଭୋଲା ସରକାର, ଡ ସମାଜ ପତି, କାଳୀ ପ୍ରାସାଦ ମୁଖାର୍ଜୀ, ପ୍ରଦିପ ଦେ, ଶଙ୍କର ଦାସ, ସୁଧୀର ଦାସ, ଶଙ୍କର ଚେଟର୍ଜି ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Related Post

ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ

Posted by - July 14, 2019 2,098
ଭୁବନେଶ୍ୱର, ୧୪।୭: ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ,…

ବେଆଇନ୍ ବାଲି ଡିପୋ ଉପରେ ଚଢାଉ

Posted by - July 17, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ଅନ୍ତଗତ  ବାଇସ୍ପଡା ନିକଟରେ ଜଣେ ବାଲି ମାଫିଆ ବେଆଇନ୍ ଭାବେ ବାଲି ଡିପୋ କରିଥିବାନେଇ ବୌଦ୍ଧ ଏଡିଏମ୍ ଏନ୍ସି…

ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ।

Posted by - August 20, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଳ୍‌ାରେ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷ…

କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତର ନିଲମ୍ବିତ

Posted by - March 27, 2020 0
ଭୁବନେଶ୍ବର୨୭/୩: ବିଧାନସଭା ଡିସପେନସାରୀ ମେଡିକାଲ୍ ଅଧିକାରୀଙ୍କ ବିରୋଧରେ ଆକ୍ସନ। ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର…

ଉପାନ୍ତ ଅଞ୍ଚଳ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Posted by - April 10, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତଥା ତଳଗାଁ ପଞ୍ଚାୟତ କାର୍ଯ୍ୟଳୟ ଠାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ…