ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ଇଞ୍ଚିୟେ ଜାଗା ପାଇଁ ନାନା ଝଗଡ଼ା ହେଉଥିବା ବେଳେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମବାସୀ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜ ଗ୍ରାମର ରାସ୍ତା ନିର୍ମାଣ ପାଇଁ ୨୪.୧୧.୨୦୧୯ ମସିହାରେ ନିଜ ଘର ଭାଙ୍ଗି ରାସ୍ତା ତିଆରି ପାଇଁ ଜାଗା ଦେଇଥିଲେ। ଏହା ଜାଣି ଖୋଦ୍ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟୁଇଟ ମାଧ୍ୟମରେ ୨.୧୨.୨୦୧୯ ମସିହାରେ ସିହିନି ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ।
ଏବେ ପୁଣି ଉଦାହରଣ ସାଜିଛନ୍ତି ଗ୍ରାମବାସି, ଆଗକୁ ଟିଟିଲାଗଡ ସିହିନି ଦେଇ କଳାହାଣ୍ଡି ଯାଇଥିବା ରାସ୍ତାକୁ ମଧ୍ୟ ଓସାରିଆ କରିବା ପାଇଁ ଗ୍ରାମବାସୀ ନିଜର ଜାଗା ଦେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଓ ଅଞ୍ଚଳ ପାଇଁ ଏକ ଉଦାହରଣ ସାଜିଛନ୍ତି।ଯେଉଁଠାରେ ଘର ଭାଙ୍ଗିବା ପାଇଁ ପ୍ରଶାସନକୁ ପୋଲିସର ସାହାଯ୍ୟ ନେବାକୁ ପଡ଼ିଥାଏ ଆଜି ସିହିନୀ ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ନିଜେ ନିଜ ଘର ଭାଙ୍ଗି ଦେଉଛନ୍ତି ଲୋକେ। ସିହିନି ଗ୍ରାମବାସିଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଏହି ମାଟିରେ ଜନ୍ମ ନେଇଥିବାରୁ ତଥା ମତେ ଦିତୀୟ ଥର ପାଇଁ ସରପଞ୍ଚ ଭାବେ ନିର୍ବାଚିତ କରି ସେମାନଙ୍କ ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି, ତା ସାଙ୍ଗକୁ ଗ୍ରାମର ବିକାଶ ନିମନ୍ତେ ସଦାବେଳେ ଗ୍ରାମବାସୀ ସହଯୋଗର ହାତ ବଢ଼ାଇଥାଆନ୍ତି। ଗ୍ରାମବାସୀଙ୍କ ପାଈଁ ମୁଁ ନିଜକୁ ଆଜି ଗର୍ବିତ ମନେ କରୁଛି ବୋଲି ସରପଞ୍ଚ ଶ୍ରୀ ବିରବର ସାହୁ କହିଛନ୍ତି। ନିଜର ଜାଗା ଦେଇଥିବା ଗ୍ରାମବାସୀ ହେଲେ ଚନ୍ଦ୍ର ଖର୍ସେଲ, ପୁଷ୍ପା ବାଗ, ସନ୍ତୋଷ ଛତର, ଦୂର୍ମିଲା ଛତର, ତପି ଛତର, ଯଦୁ ଛତର, ନବୀନ ଛତର, ତୃଷ୍ଟି ଛତର। ଏମାନଙ୍କୁ ସରପଞ୍ଚ ଶ୍ରୀ ବୀରବର ସାହୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।
ଏଥିପାଇଁ ଗ୍ରାମ କମିଟିର ଭୁବନେ ହାତୀ,ଜନ୍ମେଜୟ ଯାନି, ବିଶିକେଶନ୍ ଛତର,ବିଷ୍ଣୁ ମାଝୀ,ଗଜିନ୍ଦ୍ର ଛତର,ଜଗବନ୍ଧୁ ସାହୁ, ଅସିନ ହେର୍ଣା,ଭକ୍ତ ବିଭାର,ଉପେନ୍ଦ୍ର ବାଗ,ବେଦ ତାଣ୍ଡି, ଧୁବା କହର,ବେଣୁ ମାଝୀ,ଚିତ୍ରସେନ ଜନୀ,ନନ୍ଦ ଛତର,ବାବୁଲି ଭୋଇ,ପ୍ୟାରିଲାଳ ଛତର ସହଯୋଗ କରିଥିଲେ।