Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବିଶ୍ୱ ଜଗନ୍ନାଥ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ

120 0

ନୂଆଦିଲ୍ଲୀ :ତା ୧୬/୦୪ ଏଠାକାର ରୋହିଣୀ ର ସେକ୍ଟର ୨୪ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ ହୋଇଛି I
ଏହି ଅନନ୍ୟ ଏବଂ ନୂତନ ଧାର୍ମିକ ସମାରୋହ ଦୀର୍ଘ ଏକ ବର୍ଷ ଧରି ଚାଲିବାର କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଇଛି। ଭାରତ ବର୍ଷର ବିଭିନ୍ନ ଜଗନ୍ନାଥ ମନ୍ଦିର ଏବଂ ବିଶ୍ୱ ର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କ ରେ ଅନୁରୂପ ସଂକୀର୍ତ୍ତନ ଉତ୍ସବମାନ ଆୟୋଜନ କରାଯିବ ବୋଲି ଉଦ୍ୟୋକ୍ତା ମାନଙ୍କ ସୂତ୍ରରୁ ପ୍ରକାଶ।

ଶ୍ରୀ ଜଗନ୍ନାଥଙ୍କର କୀର୍ତ୍ତନ କୁ ପୃଥିବୀର ସମସ୍ତ କଥିତ ଭାଷାରେ ଅନୁବାଦ କରାଯାଇ ସୁଲଭ, ସାବଲୀଳ ଏବଂ ସୁମଧୁର ଢଙ୍ଗରେ ପରିବେଷଣ କରାଯିବ ବୋଲି ଏହାର ପ୍ରମୁଖ ପ୍ରବର୍ତ୍ତକ ତଥା ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ଏଠାରେ ଘୋଷଣା କରିଛନ୍ତି। ହୀନ୍ଦୁ ଶାସ୍ତ୍ର ଓ ରୀତିନୀତି ଅନୁଯାୟୀ ସତ୍ୟ ନାରାୟଣ ପୂଜାକୁ ଯେପରି ମାନ୍ୟତା ଦିଆଯାଇଛି ଏବଂ ଏହା ଯେଉଁଭଳି ପ୍ରସିଦ୍ଧି ଲାଭ କରିଛି, ଶ୍ରୀ ଜଗନ୍ନାଥ ପୂଜା ମଧ୍ୟ ସମଗ୍ର ଧରା ପୃଷ୍ଠରେ ସେହିପରି ଲୋକପ୍ରିୟତା ଏବଂ ଜନ ଆଦୃତି ହାସଲ କରିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶାପୋଷଣ କରିଛନ୍ତି।

ତଦନୁଯାୟୀ ଶ୍ରୀ ଜଗନ୍ନାଥ ପୂଜାଵିଧିର ଦୁଇ ଆଧାର ଯଥା ଭଜନ ଓ କୀର୍ତ୍ତନକୁ ବିଶ୍ଵ ବ୍ୟାପି ସମୁଚିତ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ସେ ସୁଚାଇଛନ୍ତି। ଜାତୀୟ ରାଜଧାନୀ କ୍ଷେତ୍ରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ” ସ୍ୱର ସମର୍ପଣ”ର ସଂସ୍ଥାପକ ଶ୍ରୀ ଆଚାର୍ଯ୍ୟ, ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ର ପରିକଳ୍ପନା କୁ ସାରା ଜଗତର ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନେ ଭବ୍ୟ ସ୍ୱାଗତ ଜଣାଉଥିବା ଦର୍ଶାଇଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଆଚାର୍ଯ୍ୟ ଙ୍କର ତତ୍ତ୍ୱାବଧାନ ଓ ନିର୍ଦ୍ଦେଶନାରେ ଶ୍ରୀ ଜଗନ୍ନାଥଙ୍କର ସଂଗୀତକୁ ଭାରତ ବର୍ଷର ପ୍ରମୁଖ ୨୨ଟି ଭାଷା ରେ ଏବେ ଗାୟନ କରାଯାଉଛି। ୨୦୦୪ ମସିହାରେ ଆଚାର୍ଯ୍ୟ ଅଭିମନ୍ୟୁଙ୍କ ଦ୍ଵାରା ପ୍ରସ୍ତୁତ ଜଗନ୍ନାଥ ମହାମନ୍ତ୍ରର ଅଡିଓ ଓ ଭିଡ଼ିଓ, ସାମାଜିକ ଗଣ ମାଧ୍ୟମ ଗୁଡିକରେ ବ୍ୟାପକଭାବେ ଚର୍ଚ୍ଚିତ ଏବଂ ଆଦୃତ ହୋଇଥିଲା। ଶ୍ରୀ ଆଚାର୍ଯ୍ୟ ଙ୍କର ନେତୃତ୍ୱରେ ୨୦୧୧ ମସିହାରେ ଗଜପତି ଦିବ୍ୟସିଂହ ଦେବଙ୍କର ଉପସ୍ଥିତିରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ଆନ୍ତଃରାଷ୍ଟ୍ରୀୟ ହିନ୍ଦୀ ଭକ୍ତିସଂଗୀତ ମହୋତ୍ସବ ବହୁ ଭାବରେ ପ୍ରଶଂସିତ ହୋଇଥିଲା।

ସଂକୀର୍ତ୍ତନ ମହୋତ୍ସବ ର ସୁଚାରୁ ରୁପେ ଆୟୋଜନ ଓ ସୁପରିଚାଳନା କରିବାରେ ରୋହିଣୀ ମନ୍ଦିରର ପରିଚାଳନା କମିଟିର ସମ୍ପାଦକ ପବନ ଜୈନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଆଚାର୍ଯ୍ୟ ଅଭିମନ୍ୟୁଙ୍କର ପୋୖରହିତ୍ୟ ରେ ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳୀ ଦ୍ୱାରା ପରିବେଶିତ ସଂକୀର୍ତ୍ତନରେ ପ୍ରଭାକର ମଲ୍ଲିକ, ପ୍ରଭାତ ମଲ୍ଲିକ, ଶଶିକାନ୍ତ ବେହେରା, ସୁକାନ୍ତ ବେହେରା, ଶ୍ରୀବାସ୍ତବ ସ୍ୱାଇଁ ଏବଂ ସ୍ୱପ୍ନାରାଣୀ ରାଉତ ଆଦି କଳାକାରମାନେ ସହଯୋଗ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରୀତା ପାତ୍ର,ସରୋଜ ପାଣିଗ୍ରାହୀ, ରିଷଭ ଜୈନ ଓ ଅନୁରାଧା ସାମନ୍ତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Related Post

ରକ୍ତଭିଜା ବ୍ୟାଣ୍ଡେଜ ମିଳିଲା ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ

Posted by - February 12, 2019 2
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍‌ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍‌ ଜରିଆରେ ଚାପ୍‌…

ବିଶ୍ବ ଓଡିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟିର ଡାକରା ୱାର୍ଲଡ ଓଡ଼ିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳନ

Posted by - January 16, 2023 0
ଭୁବନେଶ୍ବର /ନୂଆଦିଲ୍ଲୀ:୧୫.୧ ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ…

ରାଷ୍ଟ୍ରପତି ନିର୍ବାଚନ, ଆଂଚଳିକ ଦଳ ନେବେ ନିର୍ଣ୍ଣାୟକ ଭୂମିକା

Posted by - May 28, 2022 0
ଭୁବନେଶ୍ବର(ବ୍ଯୁରୋ) :ଆଗାମୀ ଜୁଲାଇ ୨୫ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ନୂତନ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ଦିଲ୍ଲୀ…

ପ୍ରିୟଙ୍କା ଓ ନିକ୍‌ଙ୍କ ରିସେପସନ୍‌ରେ ପ୍ରଧାନମନ୍ତ୍ରୀ

Posted by - December 6, 2018 0
ନୂଆଦିଲ୍ଲୀ : ଧୁମ୍‌ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍‌ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ…