Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୫୭ତମ ସିଦ୍ଧି ଦିବସ ପାଳିତ

243 0

ମୁନିଗୁଡା ;(ରମାକାନ୍ତ ପୋଢଳ) ୧୪/୦୩ ଶୁକ୍ରବାର ମହା ବିଷୁବ (ପଣା) ସଂକ୍ରାନ୍ତି ର ପବିତ୍ର ଦିବସର ସନ୍ଧ୍ୟାରେ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୫୭ତମ ସିଦ୍ଧି ଦିବସ ଉତ୍ସବ ଅନ୍ତର୍ଝୋଲି (ଗୁମୁଡା) ଦିବ୍ୟ ଦର୍ଶନ ଆଶ୍ରମ ପରିସରରେ ସତସଂଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଅଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭାଇ ଭଉଣୀ ଯୋଗଦାନ କରିଥିଲେ ।

ମୁଖ୍ୟ ପ୍ରବଚନ ଭାବେ ଦିବ୍ୟ ଦର୍ଶନ ସଂଘ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ପ୍ରଭାକର ଭାଇ ସୁଦୂର କଳମ୍ବ (ଗଞ୍ଜାମ) ରୁ ଆସି ଯୋଗଦାନ କରି ସାଧନା ଓ ସିଦ୍ଧି ସଂପର୍କରେ ଆଲୋଚନା କରିଥିଲେ । ଅନ୍ତର୍ଝୋଲି ଆଶ୍ରମ ପରିଚାଳକ କେନ୍ଦ୍ରୀୟ କମିଟି ସଦସ୍ୟ ବାସିନୀ ଭୂଜଙ୍ଗ ଭାଇ ପୂଜ୍ୟ ସଦଗୁରୁଦେବ ନିଜର ନିରନ୍ତର ସାଧନା ଫଳରେ କିପରି ମାତ୍ର ୩୩ ବର୍ଷ ବୟସରେ ୧୯୬୭ ମସିହା ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ସଂନ୍ଧ୍ୟାରେ ପରମ ସିଦ୍ଧି ପ୍ରାପ୍ତ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ ।

ଗୁରୁ ତୀର୍ଥ ଗୁଡିଆବନ୍ଧ ଶାଖା ସଭାପତି ଗୁରୁ ଭାଇ ଲାଡି ଉଦୟ ଶଙ୍କର ସତସଂଗ ପରିଚାଳନା କରିଥିଲେ । ସ୍ୱୟଂ ଶାସିତ ଆନ୍ତର୍ଜାତିୟ ଗାନ୍ଧୀ ବିଶ୍ଵ ବିଦ୍ୟାଳୟ , ଗୁଣପୁର ର ଉପାଧକ୍ଷ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦାନ କରି ଗୁରୁ ବାକ୍ୟ ,ଗୁରୁ ଆଦେଶ କୁ ପାଳନ ପୂର୍ବକ ନିଜ ଆଚରଣ ସୁଧାରିବାକୁ ନିଜ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ ।ଆଜି ଦିନଟି ଦିବ୍ୟ ଦର୍ଶନ ସଂଘର ଶିଷ୍ୟ ଶିଷ୍ୟା ମାନଙ୍କ ନିମନ୍ତେ ଏକ ପବିତ୍ର ତଥା ମହାନ ଦିବସ ହୋଇଥିବାରୁ ଦିନ ତମାମ ବିଭିନ୍ନ ସ୍ଥାନରେ ପ୍ରାତଃ ନଗର ସଂକୀର୍ତ୍ତନ, ସତସଂଗ, ଦୀକ୍ଷା ଦିବସ ପାଳନ ତଥା ଗୁରୁଙ୍କର ୫୭ ତମ ସିଦ୍ଧି ଦିବସ ପାଳନ କାର୍ଯ୍ୟକ୍ରମ ଲାଗି ରହିଥିଲା । ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ର ବ୍ୟବସ୍ତା କରାଯାଇଥିଲା। ସମସ୍ତେ ପ୍ରସାଦ ସେବନ କରି ଫେରିଥିଲେ।

Related Post

ବ୍ଲକ ସ୍ତରୀୟ ଷୋହଳଖଣ୍ଡ ଗୌଡ଼ ସମାଜର କର୍ମକର୍ତା ଚୟନ

Posted by - May 27, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ଗୌଡ଼ ସାହିରେ ବ୍ଲକ ସ୍ତରୀୟ ଷୋହଳ ଖଣ୍ଡିୟ ଗୌଡ଼ ସମାଜର ବୈଠକ ଅନୁଷ୍ଠିତ ହେଇ ଯାଇଛି…

ବିଚାରଧୀନ ମାମଲାର ରାୟ ଦେଲା JMFC କୋର୍ଟ,୫ ହଜାର ଟଙ୍କା ଫାଇନ ସହ ୩ ବର୍ଷ ଜେଲ ଦଣ୍ଡାଦେଶ

Posted by - April 18, 2023 0
ହରଭଙ୍ଗା :୧୭/୦୪ (ଚିତ୍ତରଞ୍ଜନ ସିଂହ)୬ ବର୍ଷଧରୀ ବିଚାରଧୀନ ଥିବା ମାମଲା ର ଆଜି ରାୟ ଦେଇଛନ୍ତି ହରଭଙ୍ଗା JMFC କୋର୍ଟ ବିଚାର ପତି !ମିଳିଥିବା ସୂଚନା ମତେ…

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - July 25, 2022 0
ଭବାନୀପାଟଣା::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକ ରେ ଅନୁଷ୍ଠିତ ଜନ ଶୁଣାଣି…

ଖପ୍ରାଖୋଲ ପୋଲିସ ଦ୍ବାରା ଦୁଇ ଚୋରା ଗାଡ଼ି ଉଦ୍ଧାର , ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - April 27, 2023 0
ଖପ୍ରାଖୋଲ :୨୬/୦୪( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ କୁ ମିଳିଛି ବଡ଼ ସଫଳତା। ରାତିରେ ପେଟ୍ରୋଲିଙ୍ଗ ବେଳେ ଏକ ଚୋରା ଗାଡ଼ି ଧରିବା…