ଟିଟିଲାଗଡ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନାନାଝର ଠାରେ ଡ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

116 0

ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସଭାପତି ଶ୍ରୀ ଘନଶ୍ୟାମ ତାଣ୍ଡିଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମ ପଞ୍ଚାୟତର ନାନଝର ଠାରେ ଶତାଧିକ ପୁରୁଷ,ମହିଳା ଯୁବକ,ଯୁବତୀ ଶିଶୁ ମାନଙ୍କ ଉପସ୍ଥିତିରେ ଯୁଗପୁରୁଷ ଭାରତରତ୍ନ ଡ . ବି ଆର ଆମ୍ବେଦକରଙ୍କର 132 ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି। ଭଗବାନ ବୁଦ୍ଧ ଏବଂ ଭୀମରାଓ ଆମ୍ବେଦକରଙ୍କର ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୟୋଳନ କରାଯାଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମନିଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମାଦ୍ରି ଖର୍ସେଲ ମୁଖ୍ୟ ଅତିଥି ,ବ୍ୟଙ୍ଗକବି ଶ୍ରୀ ଟିକେଲାଲ ବେହେରା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବି ଶ୍ରୀ ବିଋଷିଂ ନାଗ , ବିଜେପୁର ପଞ୍ଚାୟତ ସରପଞ୍ଚ ଶ୍ରୀ ହୃଷୀକେଶ ବାଗ , କୁଶକେଲା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ ମଞ୍ଚାସିନ ଥିଲେ ।ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥିଗଣ ଭାରତ ରତ୍ନ ବାବାସାହେବ୍ ଆମ୍ବେଦକରଙ୍କ ର ଆତ୍ମ ଜୀବନୀ ସଂଘର୍ଷର କାହାଣୀ ଓ ତାଙ୍କର ବିଚାର ଧାରା ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଲକ୍ଷେଘର ଗଣ୍ଡା ସମାଜ ସାଧାରଣ ସମ୍ପାଦକ ଅର୍ଜୁନ ନାଗ ସଭା ପରିଚାଳନା କରିଥିବା ବେଳେ ବ୍ଲକ ସଂଗଠକ କିଶନ ନାଗ ସ୍ବାଗତ ଭାଷଣ,ସଂଗଠକ ଜିତେନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। କବି ରଜ ନାଗ ,କବି ଧିବ ହରପଲ୍ କବିତା ପାଠ କରିଥିଲେ। ଅନୁଷ୍ଠାନ ତରଫରୁ ସମାଜ ସେବି ପ୍ରକାଶ ମହାନନ୍ଦଙ୍କୁ ଲକ୍ଷେରତ୍ନ ସମ୍ମାନ ,√ ବିଧାୟକ ତପି ଜାଲ ସ୍ମୁତି ସମ୍ମାନ ସରପଞ୍ଚ ହୃଷୀକେଶ ବାଗଙ୍କୁ ପ୍ରଦାନ କରାଯାଇଥିଲା।
ମନି ଗାଁ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମର୍ଦ୍ଧନା ଓ ପୁରସ୍କୃତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲକ୍ଷେଘର୍ ଗଣ୍ଡା ସମାଜର କର୍ମକର୍ତ୍ତା ହିର ତାଣ୍ଡି,ପରମା ହରାପଲ୍, ଗୁରୁଦାସ ସୁନାମି ଅଭି ବାଗ,ହରିଶଙ୍କର ନାଗ ଓ ନାନଝେର ଗ୍ରାମର ନାରାୟଣ ନାଗ ,ମହେଶ ନାଗ ପ୍ରମୁଖ ସହଯୋଗ କରିଥିଲେ।

Related Post

ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ତୃତୀୟ ଦିନରେ ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଗ୍ରାମସଭା ଏବଂ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ସୂଚନା…

ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ

Posted by - February 7, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ। ଯାଜପୁର ବିଂଝାରପୁର ବ୍ଲକ ମଇଁନ୍ଦା-ଅରେଇରାସ୍ତାର ମଧ୍ୟବର୍ତି ଅଞ୍ଚଳରେ…

ବଡ଼ବିଲରେ ଜାତୀୟ ପ୍ରେସ ଦିବସ,ଜାତୀୟ ସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ

Posted by - November 19, 2019 0
ବଡ଼ବିଲ  : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ…

ଅନାଥ ପିଲା ଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସରେ ରଣନୀତି ପ୍ରସ୍ତୁତି

Posted by - June 22, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ଆଗରୁ ଅନେକ ନଜିର ରହିଛି ଯେ ,ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ ତାହାର ପରବର୍ତ୍ତୀ ସମୟରେ ଦାଦନ ଓ ବାଲ୍ୟବିବାହ ଭଳି…

କୋଭିନ୍ ସଂଗ୍ରାମୀ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ: ଯାଜପୁର ଜିଲ୍ଲାପାଳ

Posted by - April 29, 2020 1,177
ଭୁବନେଶ୍ବର: ୨୯/୦୪: କୋଭିଡ଼୍ ସଂଗ୍ରାମୀ ଭାବେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱେଚ୍ଚାସେବୀମାନେ ଆଗେଇ ଆସିବାକୁ ସରକାର ବ୍ୟବସ୍ତା କରିଛନ୍ତି । ତେଣୁ ଯାଜପୁର  ଜିଲ୍ଲା ପାଇଁ…