ବୌଦ୍ଧ;(ଚିତ୍ତରଞ୍ଜନ ସିଂହ)ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ .ବି. ଆର. ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପୂର୍ବାହ୍ନ ରେ ସ୍ଥାନୀୟ ଜିଲ୍ଲା ପାଠାଗାରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାଠାଗାରଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ସାହିତ୍ୟିକ ଇଂ.ସଂଜୟ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ବିରଞ୍ଚି କୁମାର ଧରୁଆ,ସାହତ୍ୟିକ ରମେଶ ମେହେର,ଆଶୁ କବି ତଥା ସରସରା ବାବା ବୈଦ୍ୟନାଥ ମଡେଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦିପ କୁମାର ସାହୁ ଯୋଗଦେଇ ଡ.ଆମ୍ବେଦକରଙ୍କ ଜିବନାଦର୍ଶ, ସଂଘର୍ଷମୟ ଓ ଗାରିମାମୟ ଜୀବନୀ ତଥା ଡ଼ ବି. ଆର. ଆମ୍ବେଦକର ଙ୍କ ଦ୍ଵାରା ପ୍ରଣିତ ଭାରତୀୟ ସମ୍ବିଧାନ ସମ୍ପର୍କରେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ ।
ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଇଂରାଜୀ ବକ୍ତୃତା ପ୍ରତିଯୋଗିତା ରେ ସ୍ନାତକ ବିଭାଗ (ଯୁକ୍ତତିନି) ଛାତ୍ରୀ ବର୍ଷାବିନ୍ଦୁ ମହାକୁଡ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପାଠକ ପାଠିକାମାନଙ୍କ ମଧ୍ୟରେ ଇଂରାଜୀ ବକ୍ତୃତାରେ ତୃପ୍ତିମୟୀ ଭଂଜ ପ୍ରଥମ,ପ୍ରିୟାସ ପ୍ରିତି ପାଣିଗ୍ରାହୀ ଦ୍ୱିତିୟ ଓ ପୂଜାରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁକ୍ତତିନି ଛାତ୍ରୀ ଶ୍ରୀୟାରାଣୀ ମିଶ୍ର ପ୍ରଥମ,ଶ୍ରଦ୍ଦାଂଜଳୀ ସାହୁ ଦ୍ୱିତିୟ ଓ ଶିବାନୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ପାଠକ ପାଠିକାଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତାରେ ସୁଚରିତା ସେନାପତି ପ୍ରଥମ,ସୁଶୀଲ ନାୟକ ଦ୍ୱିତିୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଜିଲ୍ଲା ସ୍ତରୀୟ ବାବା ସାହେବ ଡ଼ ବି. ଆର. ଆମ୍ବେଦକର ଜୟନ୍ତୀ ଉତ୍ସବ ର ସମସ୍ତ କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପରିଚାଳନା କରିଥିବା ବେଳେ ସହକାରୀ ଜିଲାପାଳ ବିରଞ୍ଚି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ମଣ୍ଟୁ ପାଣ୍ଡେ, ଜିତେନ୍ଦ୍ର ମହାନ୍ତି ଓ ବୀରକିଶୋର କର୍ମୀ ଏବଂ ସିଆରସିସି ସନ୍ତୋଷ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ ।