Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଧର୍ମଗଡ଼ ଚିଲିଚିଲା ଠାରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

361 0

ଧର୍ମଗଡ଼  :୧୪/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଧର୍ମଗଡ଼ ଚିଲିଚିଲା ଠାରେ ବି ଆର ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ।ପ୍ରଥମେ ଗୋଡଭଜା ରାସ୍ତା ଗୋଳେଇ ଛକ ଠାରୁ ଏକ ବାଇକ ଶୋଭା ଯାତ୍ରା ବାହାରି ଧର୍ମଗଡ଼ ଚାରିଛକରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ।ବାଇକ ଯାତ୍ରା ଚିଲିଚିଲା ପହଞ୍ଚିଥିଲା ଓ ସେଠାରେ ଏକ ସଭାର ଅନୁଷ୍ଠିତ ହୋଇ ଥିଲା । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ । ତାଙ୍କ ଜୀବନ ଯେତିକି ସଂଘର୍ଷମୟ ସେତିକି ଗରୀମା ମୟ । ବାବା ସାହେବ ଆମ୍ବେଦକର ୧୯୨୦ ରେ ଏକ ସାପ୍ତାହିକ ମରାଠୀ ଖବର କାଗଜ ଆରମ୍ଭ କରି ଜାତି ଭେଦର କଡ଼ା ସମାଲୋଚନା କରିବା ସହିତ ଅସମାନତା ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ କରି ନିଷ୍ପେସିତ ବର୍ଗର ପ୍ରତିନିଧି ସାଜିଥିଲେ ।

ମ୍ବିଧାନର ଖସଡ଼ା ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ହିନ୍ଦୁଧର୍ମରେ ଅଛୁଆଁ ଭେଦ ଭାବର ବ୍ୟାପକତା ଦେଖି ସେ ନିରାଶ ହୋଇଥିଲେ ଏବଂ ୧୯୫୬ ରେ ନାଗପୁର ଠାରେ ଦୁଇ ଲକ୍ଷ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି ମଧ୍ୟ କୁହାଯାଏ । ଆଜି ସେହି ମହାନ ବ୍ୟକ୍ତିଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ଧର୍ମଗଡ଼ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ  ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକର ଙ୍କ ଜନ୍ମ ଦିବସ ପାଳନ  ହୋଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ବିଶିଷ୍ଟ ଅତିଥି ଭାବେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବାରିହା , ବିଡ଼ିଓ ଶରତ ଚନ୍ଦ୍ର ସେଠି, ଏସ.ଡି. ପି.ଓ ଧିରଜ ଚୋପଦାର,ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣଛେଣ୍ଡିଆ ସମିତି ଇନ୍ଦୁମତି ମାଝୀ, ଯୋନ-୧ ଜିଲ୍ଲା ପରିଷଦ ଗୋପୀନାଥ ମହାନନ୍ଦ, AOSCF ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ବ୍ଲକ ସାଧାରଣ ସଂପାଦକ ପ୍ରଭାକର ଜାଲ,ରାଜ୍ୟ ସାଧାରଣ ସଂପାଦକ ପ୍ରାଥମିକ ଶିକ୍ଷକ ସଙ୍ଘ ବଙ୍କୀମ ସାଗର, କୁଳପତି ସତନାମୀ ସମାଜ କ୍ଷେତ୍ର ମୋହନ ସତନାମୀ, ଲକ୍ଷଜ୍ୟୋତି ଜାଲ,ପ୍ରମୁଖ ଯୋଗ ଦେଇଥିଲେ ।

Related Post

ନିଆରା ଢଙ୍ଗରେ ଶ୍ରୀ ରାମ ସେନା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Posted by - August 18, 2022 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ଭାରତ ର ରାଷ୍ଟ୍ରୀୟ ମହା ପର୍ବ ସ୍ଵାଧୀନତା ଦିବସ କୁ ଏକ ନିଆରା ଢଙ୍ଗରେ ରେ ପାଳନ କରାଯାଇଛି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଉପକଣ୍ଠ ରେ…

କ୍ଷତ୍ରିୟବରପୁର କଲେଜ୍ ରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ

Posted by - December 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ ତରଫରୁ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି…

ସିନ୍ଧେକେଲା ଠାରେ ସେବାସମବାୟୁ ସମିତିଲିଃ ପକ୍ଷରୁ ଋଣ ଆଦାୟ ମେଳା ଆୟୋଜିତ

Posted by - May 26, 2022 0
ବଙ୍ଗୋମୁଣ୍ଡା :- ତା୨୬/୫ (:ଅଭିମନ୍ତୁ ବହିଦାର )ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସମବାୟ ସମିତି ଲିଃ ଆନୁକୂଲ୍ୟରେ ଆଜି ଗୁରୁବାର ଦିନ ଚାଷୀ ମାନକୁ ଦିଆଯାଇଥିବା…