ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା .ହରଭଙ୍ଗା ବ୍ଲକ ଅଂଚଳ ରେ ଆରମ୍ଭ ହେଉଥିବା ଗଂଜେଇ କାରବାର କୁ ଟାର୍ଗେଟ କଲା ପୁରୁଣାକଟକ ପୋଲିସ!91 କିଲୋ ଗଂଜେଇ ଭର୍ତ୍ତି ପିକଅପ ଗାଡି ସହିତ ଦୁଇ ଚାଲାଣ କାରିକୁ କାବୁ କଲା ପୋଲିସ :ସୂଚନା ଅନୁଯାଇ ମଙ୍ଗଳବାର ବିଳମ୍ବିତ ରାତ୍ରି ରେ ହରଭଙ୍ଗା ବ୍ଲକ ରେ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁରୁଣା କଟକ ପୋଲିସ ବୌଦ୍ଧ ଏସ ପି -ରାଜ ପ୍ରସାଦ ଙ୍କ ନିର୍ଦେଶକ୍ରମେ ରେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲା!
ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥରେ ଗାଡି ତନଖି କରୁଥିବା ବେଳେ( ଫୁଲବାଣୀ )ଖଜୁରୀପଡା ପଟରୁ( OD 05BC 1054)ନମ୍ବର ଥିବା ଏକ ବୋଲେରୋ ପିକଅପ ଗାଡିରେ ମିଶ୍ଚର ବସ୍ତା ଭିତରେ ଗଞେଇ ଭର୍ତ୍ତି କରି ନୟାଗଡ଼ ରାସ୍ତା ଅଭିମୁଖେ ଫେରାର ହେଉଥିଲା!ଗାଡିକୁ ଅଟକାଇ ତନଖି ପରେ ମିଶ୍ଚର ବସ୍ତା ଗୁଡ଼ିକରୁ 91କିଲୋ ଗଂଜେଇ ବାହାରିଥିଲା!
ଏହି ଗଂଜେଇ କlରବାର ଟି କନ୍ଧମାଳ ଜିଲ୍ଲା ଖଜୁରୀପଡାରୁ କଟକ ନରସିଂପୁରକୁ ଚାଲାଣ ହେଉଥିବା ବେଳେ ଏହି ଚାଲାଣ ରେ ସଂପୃକ୍ତ ଥିବା ହରଭଙ୍ଗା ବ୍ଲକ ଚାରିଛକ ବଜାରର ଜଣେ ବ୍ୟବସାୟୀ ସରତସାହୁ ଏବଂ ଡ୍ରାଇଭର ପ୍ରଶାନ୍ତ ରାଉତ ଙ୍କୁ ପୋଲିସ ଗିରଫ କରିବା ସହିତ ଗାଡି ଓ ଗଂଜେଇ କୁ ଜବଦ କରିଛି!ଦୁଇ ଅଭିଯୁକ୍ତ ଙ୍କୁ ଗୁରୁବାର ଆଜି କୋଟ ଚାଲାଣ କରାଯାଇ ଥିବା ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।