ଏପ୍ରିଲ ୯ ତାରିଖରେ ଉଦଘାଟନ ହେବ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

863 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଲାଗି ରହୁଥିଲା। ବାରମ୍ଵାର ଜନସାଧାରଣ ତଥା ରାଜନୈତିକ ଦଳ ପକ୍ଷରୁ ବାରମ୍ଵାର ଦାବି କରିବା ସତ୍ତ୍ୱେ କିଛି ସୁଫଳ ନ ମିଳିବା ଦୁର୍ଭାଗ୍ୟର ବିଷୟ।ତେବେ ଆଜି ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏପ୍ରିଲ ୯ ତାରିଖରେ ଉଦଘାଟନ ହେବା ନେଇ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ଚେୟାରମେନ ଶ୍ରୀ ଜଗଦୀଶ ପ୍ରସାଦ ଶର୍ମା ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

ଚେନ୍ନାଇରେ ଏହି ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ବହୁତ ଭଲ ସେବା ପ୍ରଦାନ କରୁଥିବା ଶ୍ରୀ ଶର୍ମା କହିଥିବା ବେଳେ ଏଠାରେ ମଧ୍ଯ ନିଶୁଳ୍କ ଅତ୍ୟାଧୁନିକ ସେବା ଦିଆଯିବ ବୋଲି କହିଥିଲେ। ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ଦ୍ବ।ରା ପରିଚାଳନା କରାଯିବ।

ତେବେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ବାସ୍ଥ୍ୟ ହିଁ ସମ୍ପଦ ତଥା ରୋଗ ସମ୍ବନ୍ଧୀୟ ପ୍ରତିକାର ବ୍ୟବସ୍ଥା ବିଷୟରେ ମଧ୍ଯ ଏଠାରେ ସୁବିଧା ପ୍ରଦାନ କରିବାର ମଧ୍ଯ କାର୍ଯ୍ୟକ୍ରମ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି। ତେବେ ସେ ଯାହା ବି ହେଉ ସହରବାସୀ ସ୍ବାସ୍ଥ୍ୟ ସେବା ପାଇ ପାରିବେ ତାହା ହିଁ ବଡ଼ କଥା। ଆଗକୁ ଦେଖିବାକୁ ରହିଲା ସେବା କିପରି ଯୋଗାଇବେ ?

Related Post

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ରୋଟାରି କ୍ଳବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ

Posted by - March 20, 2023 0
ଯାଜପୁର:ଯାଜପୁର ରୋଟାରି କ୍ଳବ ପରିସରରେ କ୍ଲବ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଦୀର୍ଘ ପାଞ୍ଚ ଦିନ ଧରି ନିଶୁକ୍ଳରେ ଫିଜିଓଥେରାପି  ସେବା…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…

ଆସନ୍ତା ରବିବାର ଦିନ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

Posted by - June 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ (ଜୁନିୟର) କଲେଜ ପ୍ରାଙ୍ଗଣରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ…

ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର

Posted by - December 26, 2021 0
ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ରବିବାର ସିଦ୍ଧେଶ୍ୱର ମହାବିଦ୍ୟାଳୟର +୨ ବିଜ୍ଞାନ ୨୯୮୫/୧୯୮୭ ବ୍ୟାଚ…