ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତଥାନା ଅଞ୍ଚଳରେ। ଶରତଥାନା ଅଞ୍ଚଳର ସରଡିହା ଗ୍ରାମର ଡୁମ୍ବି ସିଂ ବାନରାଙ୍କୁ ଗିରଫ କରିଛି ପୋଲିସ।
ଡୁମ୍ବିଙ୍କ ଘରେ ତାଙ୍କ ସମ୍ପର୍କୀୟ ନାବାଳିକା ଝିଆରୀ ରହୁଥିବା ବେଳେ ଗତ ରବିବାର ଦିନ ଘରେ କେହି ନ ଥିବାର ସୁଯୋଗ ନେଇ ଡୁମ୍ବି ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା ଯାହାକି ଆଜି ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତା ନାବାଳିକାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଛି।