Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ୱାର୍ଲଡ୍ ଓଡ଼ିଶା ସୋସାଇଟିର ସଦସ୍ୟ ଦେଶଙ୍କ ସଂଖ୍ୟା ୭୦କୁ ବୃଦ୍ଧି, ୱାଓସୋର ଦିଲ୍ଲୀରେ ବନ୍ଧୁମିଳନ ଆୟୋଜନ

121 0

ନୂଆଦିଲ୍ଲୀ: ୦୧.୦୪ ବିଶ୍ଵ ଭରି ଓଡ଼ିଆଙ୍କୁ ଏକଜୁଟ କରିବାରେ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ଉତ୍ତମ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ମତପ୍ରକାଶ କରିଛନ୍ତି। ୱାଓସୋ ତରଫରୁ ଉଭୟ ବାସ୍ତବ ଓ ଆଭାସୀ ମଞ୍ଚରେ ଆୟୋଜିତ ଏକ ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୁଜୀତ କୁମାର ୱାଓସୋ, ବହୁ ସଂଖ୍ୟକ ଦେଶର ପ୍ରବାସୀ ଓଡ଼ିଆମାନଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଶ୍ଵ ଦରବାରରେ ଓଡ଼ିଶାର ବୈଭବ ଗୁଡ଼ିକର ଉପଯୁକ୍ତ ”ବ୍ରାଣ୍ଡିଂ” କରାଯିବI

ସମୟର ଆହ୍ବାନ ବୋଲି ଶ୍ରୀ କୁମାର ଦର୍ଶାଇଥିଲେ। ସମ୍ମାନୀତ ଅତିଥି ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା, ପ୍ରବାସରେ ବସବାସ କରୁଥିବା ଓଡ଼ିଆମାନେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନେଇ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ନୂଆଦିଲ୍ଲୀର ପ୍ରେସକ୍ଲବ ଅଫ ଇଣ୍ଡିଆଠାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇ ଛତିଶଗଡ଼ର ପୂର୍ବତନ ମୁଖ୍ୟ ସୂଚନା ଆୟୁକ୍ତ ମନ୍ମଥ କୁମାର ରାଉତ, ସାରା ଜଗତର ଓଡ଼ିଆ ମାନେ ଉଚ୍ଚମନା ହେବା ସାଙ୍ଗକୁ ୱାଓସୋ ମଞ୍ଚରେ ଭାତୃତ୍ୱର ବନ୍ଧନକୁ ଦୃଢୀଭୂତ କରିବାକୁ ପରାମର୍ଶ ଦେଇଥିଲେ। ହାଇବ୍ରିଡ ସଭାକୁ ସମ୍ବୋଧନ କରି ୱାଓସୋର ଆନ୍ତର୍ଜାତିକ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତାଞ୍ଜାନିଆ, ଇଥିଓପିଆ ଏବଂ ଜର୍ମାନୀ ଆଦି ରାଷ୍ଟ୍ର ଗୁଡ଼ିକର ଯୋଗଦାନ ଫଳରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ସଦସ୍ୟ ଦେଶଙ୍କ ସଂଖ୍ୟା ସତୁରିକୁ ବୃଦ୍ଧି ପାଇଥିବା ଘୋଷଣା କରିଥିଲେ।

ୱାଓସୋର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ, ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତାବ୍ଦୀ ପାଳନ କାଳରେ ୱାଓସୋ ଏକ ସରସ, ସୁନ୍ଦର, ନୂତନ ଓ ସୁନାର ଓଡ଼ିଶା ଗଠନ କରିବାର ସ୍ବପ୍ନକୁ ସାକାର କରିବାକୁ ବଦ୍ଧପରିକର ବୋଲି ଦମ୍ଭ ପ୍ରକାଶ କରିଥିଲେ। ଏହି ସମାବେଶରେ ଶତାଧିକ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏବଂ ବିଭିନ୍ନ ଦେଶର ୱାଓସୋର ପ୍ରତିନିଧିମାନେ ଯୋଗ ଦେଇ ୱାର୍ଲ୍ଡଡ୍ ଓଡ଼ିଶା ସୋସାଇଟିର ସାଂଗଠାନିକ ଭିତ୍ତିକୁ ଅଧିକ ମଜଭୁତ କରିବା, ୨୦୩୬ ମସିହା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ଏବଂ ସମଗ୍ର ପୃଥିବୀରେ ଓଡ଼ିଆ ଅସ୍ମିତାର ଧ୍ଵଜାକୁ ଗର୍ବର ସହିତ ଉଡ୍ଡIୟନ କରାଯିବା ଉପରେ ଜୋର ଦେଇଥିଲେ।ଏହି ଅବସରରେ ପ୍ରବାସରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଉତ୍କଳୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରୁଥିବା ଯୋଗୁଁ ଅହମ୍ମଦାବାଦ ର ବଦ୍ରି ମହାପାତ୍ର, ରାୟପୁରର ପୁରନ୍ଦର ମିଶ୍ର ଏବଂ ନୂଆଦିଲ୍ଲୀର ପବନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମାଜରେ ଉତ୍କୃଷ୍ଟ ଧରଣର ସେବା ପ୍ରଦାନ ପାଇଁ ୱାଓସୋ ତରଫରୁ ଆଭାସୀ ଓ ବାସ୍ତବ ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଥିବା ଅନ୍ୟ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ମନ୍ମଥ କୁମାର ରାଉତ, ଏନଟିପିସିର ପୂର୍ବତନ ନିର୍ଦ୍ଦେଶକ କୁଳମଣି ବିଶ୍ଵାଳ, ପ୍ରଖ୍ୟାତ ଯକୃତ ବିଶେଷଜ୍ଞ ତଥା ସୁଲଭ ସୁସ୍ଥତା ଉପଲବ୍ଧ ସଂସ୍ଥା “ସାଥୀ”ର ସଂସ୍ଥାପକ ଡଃ ଅଶୋକ ଚୌଧୁରୀ, ଆମେରିକାର ବିଆଇ ପ୍ରଫେସନାଲ ଇଙ୍କର ପ୍ରତିଷ୍ଠାତା ଧୀରେନ୍ଦ୍ର କର, ପ୍ରଭୁ ପବ୍ଲିକେଶନସର ପ୍ରତିଷ୍ଠାତା କାନାଡ଼ା ନିବାସୀ ପ୍ରଶାନ୍ତ ଭୂୟାଁ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ପୂର୍ଣ୍ଣଶ୍ରୀ ରାଉତ,କାନାଡ଼ାର ପ୍ରତିଷ୍ଠିତ ଶଲ୍ୟ ଚିକିତ୍ସକ ଦେବକାନ୍ତ ଜେନା, ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଜାପାନର କୁନା ଦାଶ ,ସିଙ୍ଗାପୁରରେ ଅବସ୍ଥାପିତ ୱାଓସୋର ସଂଯୁକ୍ତ ଆନ୍ତର୍ଜାତିକ ସଂଯୋଜକ ବନୋଜିନି ନାୟକ, କାଞ୍ଚନ ପ୍ରତିଷ୍ଠାନର ସଭାପତି ରଂଜନ କୁମାର ମହାପାତ୍ର ଓ ସମ୍ପାଦକ ତାପସ ରଂଜନ ମଲ୍ଲିକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ୱାଓସୋର ଭାରତୀୟ ଅଧ୍ୟାୟ ର ସଭାପତି ଡଃ ବିପୀନ ମିଶ୍ର, ଧନ୍ୟବାଦ ଅର୍ପଣ କରି ବନ୍ଧୁ ମିଳନରେ ବ୍ୟାପକ ସଂଖ୍ୟାରେ ବିଭିନ୍ନ ଦେଶର ତୁଙ୍ଗ ପ୍ରବାସୀ ଓଡ଼ିଆ ନେତୃବର୍ଗ ଏବଂ ପ୍ରବାସୀ ଓଡ଼ିଆ ସଂଗଠନ ମାନଙ୍କର ପ୍ରତିନିଧିଗଣ ଯୋଗ ଦେଇ ଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସଭା ଶେଷରେ ସୁନାମଧନ୍ୟ ସଙ୍ଗୀତଜ୍ଞ ଅନିନ୍ଦିତା ଦାସ, ଆଚାର୍ଯ୍ୟ ଅଭିମନ୍ୟୁ, ସଚ୍ଚିନ ଗେନ୍ଦ ଓ ସ୍ବପ୍ନାରାଣୀ ରାଉତ ସୁମଧୁର ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଅଙ୍କିତ୍ ମୋର୍ଯ୍ୟ ଏବଂ ନନ୍ଦନ ଦ୍ବିବେଦୀ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ। ସୁଯୋଗ୍ୟ ଉଦଘୋଷିକା ଇପ୍ସା ପ୍ରତିବିମ୍ବିତା ଷଡ଼ଙ୍ଗୀ ସମଗ୍ର ଅଧିବେଶନକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ୱାଓସୋର ମହିଳା ଶାଖାର ଉପସଭାପତି ରୀତା ପାତ୍ର ଏବଂ ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ଉତ୍ସବ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରେସ କ୍ଲବ ଅଫ ଇଣ୍ଡିଆର ସଭାପତି ଉମାକାନ୍ତ ଲାଖେରା, ବରିଷ୍ଠ ଆଇନଜୀବୀ ଅବନୀ ସାହୁ, ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଡେକା, ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ, ମନୋରଞ୍ଜନ ମହାନ୍ତି ଓ ଡଃ ମୁକେଶ ଜୀନାରା, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ପୂର୍ବତନ ସଭାପତି ଡଃ ନଳିନୀ ପତି, ଆମେରିକାରୁ ଅକ୍ଷୟ ମହାନ୍ତି,ବିଶ୍ବଭୂଷଣ ସାହୁ ଓ ପ୍ରବୀର ସାବତ, ୟୁଏଇରୁ ଅମୀୟ ମିଶ୍ର, ମଧ୍ୟ ପ୍ରାଚ୍ୟରୁ ଅଜୟ କୁମାର ଦାସ, ୟୁକେରୁ ଶିବ ରଂଜନ ବିଶ୍ଵାଳ ଓ ଡଃ ଜୟଶ୍ରୀ ନନ୍ଦ, ଆବୁଧାବୀରୁ ପ୍ରଦୀପ ରଥ, ଦକ୍ଷିଣ କୋରିଆରୁ ସିତାଂଶୁ ଶେଖର ନନ୍ଦ, ଜର୍ମାନୀରୁ ଅମିତ୍ ରାୱଲ, ମୁମ୍ବାଇରୁ ନିର୍ମଳ ମିଶ୍ର ଓ ଜୀତ ପ୍ରାମାଣିକ, ଚେନ୍ନାଇରୁ କ୍ଷୀରୋଦ ଜେନା, ଭୁବନେଶ୍ୱରରୁ ରାମକୃଷ୍ଣ ଦାଶ, ରବିନାରାୟଣ ବେହେରା, ହୃଷୀକେଶ ପାତ୍ର ଓ ମନସ୍ମିତା ଜେନାନାୟକ, ଗୁରୁଗ୍ରାମରୁ ଶ୍ରୀମନ୍ତ ବିଶ୍ଵାଳ, ବେଙ୍ଗାଳୁରୁରୁ ଲକ୍ଷ୍ମୀ ନାରାୟଣ ମିଶ୍ର, କେନ୍ଦ୍ରାପଡ଼ାରୁ ପୁଷ୍ପାଞ୍ଜଳି ବାରିକ, ନୟାଗଡ଼ରୁ ପ୍ରମୋଦ ପଟ୍ଟନାୟକ, ଭଦ୍ରକରୁ ସତ୍ୟବ୍ରତ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ଦାଶ, ମାନସ ବାନାର୍ଜୀ, ବିନାୟକ ଦାସ, ସୁଚରିତା ମହାନ୍ତି ଓ ସଂଗ୍ରାମ ପାଢ଼ୀ, ନିର୍ମଳ ପଟ୍ଟନାୟକ, ଗଜେନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ସେଠୀ, ଉମାକାନ୍ତ ଜେନା, ସୂର୍ଯ୍ୟ ନାରାୟଣ ମିଶ୍ର, କମାଣ୍ଡର ଜୟନ୍ତ ପଣ୍ଡା, ବିମଳ ଭଲ, ବିଭୁ ସାହୁ, ବିଷ୍ଣୁ ପ୍ରଧାନ, ସନ୍ତୋଷ ରାଉତ, ଜ୍ଞାନ ଜେନା, ପତିତପାବନ ପାତ୍ର, ସରୋଜ ସାହୁ, ପ୍ରିୟତମା କର ଏବଂ ଅସିତ କୁମାର କର ପ୍ରମୁଖ ଅନ୍ୟତମ ଥିଲେ।

Related Post

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା

Posted by - July 4, 2019 6
ନୂଆଦିଲ୍ଲୀ ୩।୭:  ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ…

ସାଧାରଣତନ୍ତ୍ର ଦିବସ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

Posted by - January 28, 2019 0
ମଧ୍ୟପ୍ରଦେଶ  :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା।…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 4
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

ଜାତିସଙ୍ଘ ଦିବସ ପାଳିତ

Posted by - October 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ୱାର୍ଲଡ଼ ହୁମାନ ରାଇଟର ପ୍ରୋଟେକ୍ସନ ଦ୍ୱାରା ଜାତିସଙ୍ଘ ଦିବସ ପାଳିତ ହୋଇଛି।ଏହି ସଭାରେ ୱାର୍ଲଡ଼ ହୁମାନ ରାଇଟ ପ୍ରୋଟେକ୍ସନ ଜାତୀୟ ସଭାପତି ଡ଼ ଅଭିର୍ଣ୍ଣ ହୋତା…

ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ

Posted by - December 17, 2021 0
ନୂଆଦିଲ୍ଲୀ / ଭୁବନେଶ୍ୱର, ୧୬ା୧୨ : ଅଗ୍ରଣୀ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ତରଫରୁ ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ସଂଗୀତ ସମାରୋହ ଆଭାସି…