ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ କୁ ମିଳିଲା ସଫଳତା । ୧୯୨୦ ବୋତଲ କଫସିରଫ ତରଭା ବ୍ଲକ ଖାରି ଶିଶୁ ମନ୍ଦିର ନିକଟରୁ ଧରିଛି ପୋଲିସ । ଦୁଇ ଜଣ ବ୍ୟକ୍ତି ଭୁବନେଶ୍ୱର ରୁ ଏକ ମେସ୍କ ପିକଅଫ ଗାଡ଼ି ରେ ଏହି ୧୨ପେଟି କଫସୀରଫ ଆଣି ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ ଓ ସୁବର୍ଣ୍ଣପୁର ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କୁ ଦେଉଥିବା ବେଳେ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ତରଭା ପୋଲିସ ଧରିଛି ।
ଏହି ଯୁବକ ମାନେ ହେଲେ ପୁରୀ ଜିଲ୍ଲା ବେଗୁନିଆ ଗାଁ ର ପ୍ରଶାନ୍ତ ନାୟକ , ନୟାଗଡ଼ ଜିଲ୍ଲା କୋମଣ୍ଡା ଗାଁ ର ସୁଶାନ୍ତ ସେଠୀ , ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ର ସୁଶାନ୍ତ ଡାଙ୍ଗ, ଦେବାଶିଷ ଛତ୍ରିଆ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେବେନ୍ଦ୍ର ପାତ୍ର ବୋଲି ଜଣା ପଡ଼ିଛି ।
ସେମାନଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି ,୫ଟି ମୋବାଇଲ ଓ ୧୯୨୦ ବୋତଲ କଫସୀରଫ ଜବତ କରିଛି ବୋଲି ଏକ ସାମ୍ବାଦିକ ସମ୍ଭିଲନି ରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ଘଟଣା ରେ ଏକ ଟିମ ଗଠନ କରି ଅଧିକ ଅନୁସନ୍ଧାନ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ।