Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବିଭିନ୍ନ ଜଟିଳ ରୋଗରେ ପିଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲାପାଳ

68 0

ବୌଦ୍ଧ:୩୦ା୦୩(ଚିତ୍ତରଞ୍ଜନ ସିଂହ)ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ କଟକ ବଡ ମେଡିକାଲକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ରୋଗୀମାନେ ପିଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି । ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୫ ଜଣକୁ ୩ ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି ।

ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନେ ହେଲେ ମାନସିକ ରୋଗରେ ପିଡିତ ଥିବା କଣ୍ଟାମାଳ ବ୍ଲକ ଦପଲାର ଲୋଚନ ସାହୁ ଏବଂ ପତର୍ଲା ଗ୍ରାମର କିଡନୀ ରୋଗରେ ପିଡିତ ଥିବା ସାନ ସାଗର,ବୌଦ୍ଧ ବ୍ଲକ ମୁକୁନ୍ଦପୁର ଗ୍ରାମର ଭାରତୀ ନନ୍ଦୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ, ହରଭଙ୍ଗା ବ୍ଲକର ଗୁରୁଡାମୁଣ୍ଡାର ଚଳନ ବାଧିତ ସୁମନ୍ତ ପ୍ରଧାନଙ୍କ ଗୋଡ ଚିକିତ୍ସା ଓ ରାମ୍ଭିକଟା ଗ୍ରାମର ସଦାନନ୍ଦ ବେହେରାଙ୍କ ବେକ ଓ ହାତର ଚିକିତ୍ସା ପାଇଁ ପଠାଯାଇଥିବା ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ସୂଚନା ଦେଇଛନ୍ତି ।

ଏହି ରୋଗୀମାନଙ୍କ ସହ ଜିଲା ମୁଖ୍ୟଚିକିତ୍ସାଳୟର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ନାଏକ,ଭେକ୍ଟର ପ୍ରଧାନ ଓ ଆକାଶ ପ୍ରଧାନ,ବୁଟୁପାଲି ସ୍ୱଧାର କେନ୍ଦ୍ର କାଉନସିଲର ସବିତା ହୋତା ଏବଂ ଜିଲାପ୍ରଶାସନ ପକ୍ଷରୁ ଟ୍ରେନିଙ୍ଗ ଅଫିସର ସୌଦାଗର ବେହେରା ଓ ରାଜେନ୍ଦ୍ର ନାରାୟଣ ସେନାପତି ଯାଇଛନ୍ତି । ବୌଦ୍ଧ ଜିଲାପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ରୋଗୀଙ୍କୁ ବାହାରକୁ ପଠାଇ ଉନ୍ନତ ଚିକିତ୍ସା ସେବା ଯୋଗାଇଦିଆଯାଇଥିବାବେଳେ ଜଟିଳ ରୋଗରେ ପିଡିତ ଅନ୍ୟମାନଙ୍କୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସତ୍ୟରଞ୍ଜନ ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉତ୍ପଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଟିଟିଲାଗଡ ଗୋବିନ୍ଦ ବଟିକା ଠାରେ ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଅନଷ୍ଠିତ

Posted by - May 1, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଟିଟିଲାଗଡ…

ନିଆରା ଢଙ୍ଗରେ ରାଜ ନଅର ରେ ଅନୁଷ୍ଠିତ ହେଲା ରାଜ୍ୟାଭିଷେକର

Posted by - January 29, 2021 0
ନୀଳଗିରି:୨୮/୦୧/୨୦୨୧ (ସୌମ୍ୟାସାଇ ବାରିକ)ପୌସ ପୂର୍ଣ୍ଣିମା ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପୁଷ୍ୟାଭିଷେକ ଓ ଜଗନ୍ନାଥ ଙ୍କ ପ୍ରଥମ ସେବକ ନୀଳଗିରି ରାଜା ଙ୍କ ରାଜ୍ୟାଭିଷେକ, ଏକ…

ଟିଟିଲାଗଡ ପୋଲିସ ଦ୍ଵାରା ଭାଟିପଡ଼ାର ମହତାବ ଖର୍ସେଲଙ୍କ ଘର ଆଗରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ବାଜିଲା ନାଗରା

Posted by - November 11, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଟିଟିଲାଗଡ଼ ଥାନା ଅନ୍ତର୍ଗତ ଯଗୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିପଡ଼ା ଗ୍ରାମର ମହତାବ ଖର୍ସେଲଙ୍କ ଘର ଆଗରେ ପୋଲିସ ପକ୍ଷରୁ ବାଜିଲା…

ବରୀ ମାଉଣ୍ଡ ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟ କୃପାସିନ୍ଧୁ ବିଦ୍ୟାଭବନ ର ଖେଳପଡ଼ିଆ କୁ ସ୍ଥାନାନ୍ତରିତ

Posted by - March 29, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ ର ବରୀ ମାଉଣ୍ଡର ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟକୁ କରୋନା ପାଇଁ ସରକାର ଙ୍କ ନୀୟମ ଅନୁଯାଇ ବରୀ…

କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ “ଫୁଲଝରି “କାର୍ଯ୍ୟକ୍ରମ

Posted by - September 14, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ) ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି “ଏକ ଅନ୍ତଃ ପ୍ରତିଭାର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ…