Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡ଼ରେ ରାମନବମୀ ପାଇଁ ବାହାରିଲା ଶୋଭାଯାତ୍ରା , କମ୍ପିଲା ଜୟ ଶ୍ରୀ ରାମ ନାରା

238 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପବିତ୍ର ରାମନବମୀ ଉପଲକ୍ଷେ ଟିଟିଲାଗଡ଼ ସହରର ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ବିଭିନ୍ନ ମନ୍ଦିରରୁ ଭକ୍ତଙ୍କ ଗହଣରେ ପ୍ରଭୂ ଶ୍ରୀରାମଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।ସନ୍ଧ୍ୟା ସମୟରେ ରାଧାକୃଷ୍ଣ ମନ୍ଦିର କମିଟି ତଥା ଶ୍ରୀ ରାମ ସେବା ସମିତି ତରଫରୁ ଏକ ବିରାଟ ଶୋଭାଯାତ୍ରା ଶ୍ରୀ ରାମଙ୍କ ଝଣ୍ଡା ଧରି ମାରୱାଡ଼ି ସଂପ୍ରଦାୟର ଆବାଳ, ବୃଦ୍ଧ ବନିତା , ମହିଳା ପୁରୁଷ ନାଚି ନାଚି ପ୍ରଭୁଙ୍କ ଜୟକାର କରିଥିଲେ, ଏହି ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲେ କୁନି କୁନି ପିଲାଙ୍କୁ ପ୍ରଭୂ ଶ୍ରୀ ରାମ, ମାତା ସୀତା, ଭ୍ରାତା ଲକ୍ଷ୍ମଣ ଏବଂ ରାମ ଭକ୍ତ ହନୁମାନଙ୍କ ବେଶରେ ଏକ ରଥରେ ସମସ୍ତେ ବିରାଜମାନ ହୋଇଥିଲେ, ଏହା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା।

ସେହିପରି ମୁଡ଼ା ବନ୍ଧ ନିକଟସ୍ଥ ଶିରିଡ଼ି ସାଇ ସଂସ୍ଥାନ ଦ୍ଵାରା ଏକ ବିରାଟ ପାଲିଙ୍କି ଯାତ୍ରା ପ୍ରଭୂ ଶ୍ରୀ ରାମଙ୍କ ଫଟୋ ଏବଂ ଶିରିଡ଼ି ସାଇ ବାବାଙ୍କ ଫଟୋ ସହ ସୁନ୍ଦର ଲାଇଟ ସାଜସଜ୍ଜାରେ ବାହାରି ସହର ପରିକ୍ରମା କରିଥିଲା।ସେହିପରି ପଦ୍ମନାଭପୁର ରାମ ମନ୍ଦିର କମିଟି ପକ୍ଷରୁ ପଡ଼ାର ବହୁତ ପୁରୁଷ ଓ ମହିଳା ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ଥିଲା।

ପବିତ୍ର ରାମନବମୀ ଉପଲକ୍ଷେ ଟିଟିଲାଗଡ଼ ସହର ସମ୍ପୂର୍ଣ୍ଣ ଭାବେ ରାମମୟ ଅର୍ଥାତ୍ ଜୟ ଶ୍ରୀ ରାମ ର ନାରାରେ କମ୍ପି ଉଠିଥିଲା। ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିରରେ ୨୪ ଘଣ୍ଟା ଧରି ରାମାୟଣ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏକ ଆଧ୍ୟାତ୍ମିକ ପରିବେଶରେ ଆଜି ଦିନଟି ଲୋକଙ୍କ କଟିଛି, ଘରୁ ସମସ୍ତେ ବହାରି ବୁଲିବୁଲି ସମସ୍ତ ହନୁମାନ ମନ୍ଦିର ଏବଂ ଶ୍ରୀ ରାମ ମନ୍ଦିରକୁ ଯାଇ ଦର୍ଶନ ଲାଭ କରିଥିଲେ। ଟିଟିଲାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହେବା ଜୋରଦାର ପେଟ୍ରୋଲିଂ କରିବାର ଦେଖିବାକୁ ମିଳିଥିଲା।।

Related Post

ସିଏଚସି ରେ ଏକ୍ସ-ରେ ଓ ଇସିଜି ମେସିନ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ

Posted by - May 5, 2023 0
ଭବାନିପାଟଣା ବ୍ୟୁରୋ :(ନରେନ୍ଦ୍ର ନେଗୀ  )ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ର ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏକ୍ସ-ରେ ଓ ଇସିଜି ମେସିନ କୁ…

ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି,ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା

Posted by - June 11, 2021 0
ମାଲକାନଗିରି:(ଅବଦୁଲ ଘନୀ )ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଜିଓଙ୍କ ଦାବି ମୁତାବକ ପିସି ନଦେବାରୁ…

ନର୍ଲା ବ୍ଲକ ର ୪ଟି ପଞ୍ଚାୟତ ର ଧାନ ଫସଲ ରେ ମାଟିଆ ଗୁଣ୍ଡିପୋକ ର ପ୍ରାଦୁର୍ଭାବ, ଶୀଘ୍ର ପ୍ରତିକାର ଦାବି

Posted by - November 1, 2022 0
ନର୍ଲା:(ଅମିୟ କୁମାର ଦାସ)ଚଳିତ ବର୍ଷ ଉତ୍ତମ ବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଖୁବ ଭଲ ହୋଇଛି |ଧାନ ବିକ୍ରି କୁ ନେଇ ଚାଷୀ ଅନେକ ଆଶା…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

Posted by - May 28, 2021 0
ଯାଜପୁର ଅଫିସ:ବାତ୍ୟା ‘ୟାସ୍’ ଗଲା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି…