ଜୟପାଟଣାରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

153 0

ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସଦର ମହକୁମା ଠାରେ ଶ୍ରୀରାମ ନବମୀ କମିଟି ପକ୍ଷରୁ ମହା ସମାରୋହର ସହ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଜୟପାଟଣା ଗାନ୍ଧୀ ଗ୍ରାମପଡା ସ୍ଥିତ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ରୁ କମିଟି ସଭାପତି ହରି କିଶନ ଜୈନ ଓ କମିଟି କର୍ମକର୍ତ୍ତା ଭବ୍ୟ ଶୋଭାଯାତ୍ରା ରେ ଆଜ୍ଞାମାଲ ପ୍ରାପ୍ତ କରି ଏକ ସୁସଜ୍ଜିତ ରଥ ଉପରେ ରଥାରୁଢ଼ ପ୍ରଭୁ ଶ୍ରୀରାମ ଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ପ୍ରାୟ ଚାରି କିଲୋମିଟର ନଗର ପରିକ୍ରମା କରି କୃଷ୍ଣ ଚନ୍ଦ୍ର କ୍ଲବ ପରିସରରେ ପହଞ୍ଚି ଥିଲେ।ଜୟପାଟଣା ବ୍ଳକର ବାନେର, ପୋଲକାମୁଣ୍ଡା, କାଦୋପଦର, ମୁଖିଗୁଡ଼ା, ଧନସୁଲି, ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ଓ ଘଣ୍ଟ ଦଳ ସମେତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାଦ୍ୟ ର ତାଳେ ତାଳେ ଗୈରିକ ପତାକା ଧରି ଭାବ ବିହ୍ଵଳ ହୋଇ ସାମିଲ ହୋଇଥିଲେ।

ବିଶେଷ କରି ବହୁ ସଂଖ୍ୟାରେ ମହିଳା ମାନେ ମଧ୍ଯ ଅଂଶଗ୍ରହଣ କରିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଲୋକେ ବିଭିନ୍ନ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିଥିଲେ। ଦିନବେଳେ ଶ୍ରୀରାମ ମନ୍ଦିର ରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ବେଳେ ରାତ୍ରିରେ କୃଷ୍ଣ ଚନ୍ଦ୍ର କ୍ଲବ ପରିସରରେ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାରୋପ ହୋଇଥିଲା। ବିଶାଳ ପଟୁଆର ଦୃଷ୍ଟିରୁ ଜୟପାଟଣା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ର ସୁ ବନ୍ଦୋବସ୍ତ କରାଯାଇ ଥିଲା। ପୋଲିସ ର ଅଧିକାରୀ ଓ କର୍ମଚାରୀ ମାନେ ସୂଚାରୁ ରୂପେ ଶୃଙ୍ଖଳା ରକ୍ଷା ଦାୟିତ୍ବ ନିର୍ବାହ କରିଥିଲେ।

Related Post

ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

Posted by - November 19, 2020 0
ଯାଜପୁର :(ଆନନ୍ଦ  ଚନ୍ଦ୍ର ସାହୁ ) ରାଜ୍ୟରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା କମ ଥିବା ଦର୍ଶାଇ ବିଭିନ୍ନ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର ଏହି ନିଷ୍ପତି ପ୍ରତିବାଦରେ କନିିଷ୍ଠ ଆଶାୟୀ ଶିକ୍ଷକ ସଂଘ ଯାଜପୁର ଶାଖା, ସରକାରୀ ବିଦ୍ୟାଳୟ ଅଭିଭାବକ ସଂଘ ଓ ଆମ ଆଦମୀ ପାର୍ଟି ପକ୍ଷରୁ ମିଳିତ ଭାବେ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ,ସରକାରଙ୍କ ଏଭଳି ନିଷ୍ପତି ପଂଳରେ ରାଜ୍ୟର ୧୫ ହଜାରରୁ ଉର୍ଦ୍ଧ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ପଟେ ସରକାର ଏଭଳି ନିଷ୍ପତି ନେଉଛନ୍ତି ଅନ୍ୟପଟେ ଘରୋଇ ସ୍କୁଲକୁ ପ୍ରୋତ୍ସାହିତ କରୁଛନ୍ତି । ବିନା କୌଣସି କାଗଜପତ୍ରରେ ଶହ ଶହ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି । ତେଣୁ ଏଭଳି ଏକ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି ।

ରାମଗଡ ରେ ବର୍ଷା ଅଭାବରୁ ଅନାବୃଷ୍ଟି ହୋମ ଯଜ୍ଞ ଅନୁଷ୍ଠିତ

Posted by - September 9, 2021 0
ବୌଦ୍ଧ୮/୯(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ ବର୍ଷା ଅଭାବରୁ ସଂପୂର୍ଣ ମରୁଡି ଆଶଙ୍କା ଦେଖାଦେଇଛି!ବର୍ଷା ଋତୁରେ ବୈଶାଖୀ ର ପ୍ରଭାବ ରେ ଚାରିଆଡେ…

ହରଭଙ୍ଗା ରେ କାର୍ତ୍ତିକ ପୂର୍ଣ୍ଣିମା ପାଈଁ କଳସ ଯାତ୍ରା

Posted by - November 15, 2021 0
ବୌଦ୍ଧ:( ଚିତ୍ତ ରଂଜନ ସିଂ)ହରଭଙ୍ଗାରେ କାର୍ତ୍ତିକ ପୁର୍ଣିମା ପାଈଁ ଆଜି ସକାଳୁ ହରାଭଙ୍ଗା ଗ୍ରାମବାସୀ ମହାନଦୀ କୂଳରେ ପୂଜା ଅର୍ଚନା କରି ଏକ ଶୋଭାଯାତ୍ରା ରେ କଳସଯାତ୍ରା…

ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କୁ ଉଦ୍ଧାର କରି ବଲାଙ୍ଗୀର ପଠାଇବା ଯାଏଁ ସରପଞ୍ଚ ବୀରବର ସାହୁ ଓ ଧ୍ରୁବ ସାହୁଙ୍କ ଉପସ୍ଥିତି ସହ ସେବାକାର୍ଯ୍ୟ ପାଇଁ ଅଞ୍ଚଳରେ ଚର୍ଚ୍ଚା

Posted by - August 23, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସୋମବାର ସଂଧ୍ୟାରେ ଗୋଏଲଭାଡି ଛକ ରେ ଜଣେ ବୃଦ୍ଧ ଦମ୍ପତି ଦୁର୍ଘଟଣା ଘଟି ରାସ୍ତା ଉପରେ ପଡ଼ିଥିଲେ, ବୃଦ୍ଧ ଜଣକ ଅବସ୍ଥା…

ସାମ୍ବାଦିକ ସଂଘ ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର

Posted by - November 26, 2022 0
ଟିଟିଲାଗଡ଼ : ( ସଞ୍ଜୟ କୁମାର ନାୟକ)କାର୍ଯ୍ୟରତ ସାମ୍ବାଦିକ ସମୂହଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମ୍ବାଦିକ ସଂଘ  ଗତ ନଭେମ୍ବର ୧୬ ତାରିଖ ଦିନ ଜାତୀୟ ପ୍ରେସ…