ଯାଜପୁର:ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ କଟିକଟା ପଂଚାୟତ ହୀରାପୁରସ୍ଥିତ ହୀରାବାଗ ମଠ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏସସିବି ମେଡ଼ିକାଲ କଲେଜର ହୃତରୋଗ ବିଶେଷଜ୍ଞ ସତ୍ୟ ନାରାୟଣ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମଠର ଟ୍ରଷ୍ଟି ରବି ନାରାୟଣ ରାଉତରାୟ,ବରିଷ୍ଠ ନେତା ପୁଲିନ ପ୍ରକାଶ ପୁହାଣ ପ୍ରମୁଖ ଯୋଗ ଦେଇ ଚୋରି ହୋଇଥିବା ମୂର୍ତ୍ତି ଫେରିବା ଘଟଣାରେ ପୋଲିସ ପ୍ରଶାସନ ଏବଂ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଉପାଧ୍ୟାୟ,ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସମେତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ। ଏହି ଅବସରରେ ଗ୍ରାମର ସମସ୍ତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ମହିଳା ମାନେ ଉପସ୍ଥିତ ରହି ମଠର ରଘୁନାଥ ସମେତ ଚୋରି ହୋଇଥିବା ସମସ୍ତ ମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ଭାବେ ଫେରି ପାଇଥିବାରୁ ଖୁସିବ୍ୟକ୍ତ କରିଥିଲେ।