Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ

74 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଦ୍ଵାରା ସୋନପୁର ବ୍ଲକ୍ ର ଗଡିଆ ଠାରେ ଏକ୍ସନ୍ ଏଡ୍ ଏସୋସିଏନ ଭୁବନେଶ୍ଵର ସହାୟତା ରେ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ର ସହଯୋଗିତା ରେ ୧୦ ଜଣ ଏକାକୀ ମହିଳାଙ୍କୁ ନେଇ ପରିଚାଳିତ ହେଉଥିବା ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।

ଉଦଘାଟନ ସମୟରେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ମଲ୍ଲିକମୁଣ୍ଡା ସରଫଚ ଜ୍ୟୋତ୍ସ୍ନାମୟୀ ମେହେର, ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଏକ୍ସନ ଏଡ୍ ର ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡା,ରେଆର ର ଆଜୀବନ ସଦସ୍ୟ କରମଚାନ୍ଦ ମହାନ୍ତି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସରୋଜିନି ଭୋଇ ଓ ରେଆର ର ସାଧାରଣ ସଂପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗି ଉପସ୍ଥିତ ଥିଲେ ।ଏହି ଅବସରରେ ଆୟୋଜିତ ସାଧାରଣ ବୈଠକରେ ଶ୍ରୀ ଘାସିରାମ ପଣ୍ଡା ପ୍ରତ୍ୟେକ ଅସହାୟ ଏବଂ ଏକାକୀ ମହିଳାଙ୍କୁ ରୋଜଗାର ର ମାଧ୍ୟମ ଦେବା ତଥା ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷା ରେ ଅନ୍ତର୍ଭୁକ୍ତ କରିବା ଏବଂ ବଜାର ବ୍ୟବସ୍ଥା ଉପଲବ୍ଧି ସହ କୃଷି ଉତ୍ପାଦକ ଗୋଷ୍ଠୀ ତିଆରି କରିବା ଏହା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ପ୍ରକାଶ କରିଥିଲେ ।

ମୁଖ୍ୟଅତିଥି ଶ୍ରମତୀ ନରୱେଣେ ମା ମାନଙ୍କ ପ୍ରୟାସ କୁ ପ୍ରସଂଶା କରିବା ସହିତ ଗ୍ରାମାଂଚଳରେ ଏହା ଏକ ପ୍ରମୁଖ ଆୟରପନ୍ଥା ହୋଇପାରିବ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥ୍‌ ଶ୍ରୀଯୁକ୍ତ ଦାଶ ନିରନ୍ତର ଭାବରେ ଉତ୍ପାଦନ ଓ ବ୍ୟବସାୟ ପାଇଁ ଦୃଢତାର ସହ କାମ କରିବା ତଥା ବଜାର ବ୍ୟବସ୍ଥାରେ ଧ୍ୟାନ ରଖଲେ ସଫଳନା ହାସଲ କରିବେ ବୋଲି ଉପସ୍ଥାପନ କରିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଉଦ୍ୟୋମିତା ତାଲିମ୍ ଏବଂ ବଜାର ବ୍ୟବସ୍ଥା କୁ ଗୁରୁତ୍ବାରୋପ କରିଥିବା ବେଳେ କଂଚାମାଳ ର ମହଜୁଦ୍ ତଥା ଗୋଷ୍ଠିର ମିଳିତ ଉଦ୍ୟମ ରେ ଦଳ ସଫଳତା ହାସଲ କରିବ ବୋଲି କହିଥିଲେ । ସଭାନେତ୍ରୀ ଶ୍ରୀମତୀ ଭୋଇ ଏହି କାର୍ଯ୍ୟକ୍ରମ ଏକତ୍ରିତ ହୋଇ ଆଗକୁ ବଢିବା ତଥା ପରିବାର ପୋଷଣ ର ସହାୟକ ହେବ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଏକ୍ସନ୍ ଏଡ୍ ତରଫରୁ ପୂର୍ବରୁ ଦିଆଯାଇଥିବା ମହିମା ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ରର ର ସଂପାଦିକା ଗୌରୀ ଝାଙ୍କର ଓ ବ୍ୟକ୍ତିଗତ ସହାୟତା ପାଇଥିବା ଅଞ୍ଜୁ ମହାଲିଙ୍ଗ୍ ତାଙ୍କ ସଫଳତାର କାହାଣି ଉପସ୍ଥାପନ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଘାସିରାମ ପଣ୍ଡା ଙ୍କ ଦ୍ବାରା ସାମାଜିକ ସୁରକ୍ଷା ଯୋଜନା ଏବଂ ଜୀବନ ଜୀବିକା ପାଇଁ ରହିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନ, ମିଶନ ଶକ୍ତି ଏବଂ ମିଶନ କ୍ଷମତା ସମ୍ପର୍କରେ ବିସ୍ତୃତ ସଚେତନତା ଅନୁଷ୍ଠିତ ହୋଇଥୁଲ । କାର୍ଯ୍ୟକ୍ରମରେ ଏକ୍ସନ ଏଡ୍ ର ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ସା, ଝରଣା ପଟ୍ଟନାୟକ, ଦେବେନ୍ଦ୍ର ପୋଢ, ମିତ୍ରଭାନୁ ମଲ୍ଲିକ୍, ଅଶୋକ ଝାଙ୍କର ଓ ମିତ୍ରଭାନୁ ମଲ୍ଲିକ ସହଯୋଗ କରିଥିବା ବେଳେ ଅନଙ୍ଗ ନେଗି କାର୍ଯକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

 

Related Post

ସଞ୍ଚୟ ସଚେତନତା ରଥ ଶୁଭାରମ୍ଭ

Posted by - October 31, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି |ଏହି ଅବସରରେ ଏକ ସଞ୍ଚୟ…

ଭୀମଭୋଇ ଛକରୁ କ୍ରୀଡା ଭାରତୀ ଓଡ଼ିଶାର ବାଇକ୍ ରାଲି ଆରମ୍ଭ

Posted by - May 22, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ ) ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଜାଗରଣ ସୃଷ୍ଟି କରିବା ନିମନ୍ତେ ରବିବାର ସକାଳୁ ରେଢ଼ାଖୋଲ ଭୀମଭୋଇ ଛକରୁ ଏକ ସୁସ୍ଥ…

ରାଇଘର କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର

Posted by - July 29, 2021 0
ନବରଂଗପୁର :(ବେଣୁ ଗୋପାଳ ରାଓ)ରାଇଘର ବ୍ଲକ କୁନ୍ଦେଇ ଥାନା ଏରିୟା ଭିତରେ ଆଜି ସକାଳେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ…

ବିଦ୍ୟାଳୟରେ ଦୀପାବଳି ସଚେତନତା କାର୍ଯ୍ୟକ୍ରମ

Posted by - October 31, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଏହାକୁ ନିରାପଦରେ ପାଳନ କରିବା ପାଇଁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ…

କୋସଲି ସାଂସ୍କୃତିକ ମହାଜୋଟ ତତଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

Posted by - September 26, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ କୋସଲି ସାଂସ୍କୃତିକ ମହାଜୋଟ ତରଫରୁ ସ୍ଥାନୀୟ ପ୍ରବାବତି ପବ୍ଲିକ ସ୍କୁଲରେ ଏ ବର୍ଷର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…