ଡିବାଲପାଡୁ ଗାଁ ଜାହାଜ ପଡ଼ିଆ ଠାରେ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

137 0

ମୁନିଗୁଡା :(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଡିବାଲପାଡୁ ଗାଁ ଐତିହାସିକ ଜାହାଜ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଆଜିର ପ୍ରଥମ ଦିନର ଖେଳରେ ବାଘଡଙ୍ଗର ଓ କାମଟଣା ମଧ୍ୟରେ ପ୍ରାରମ୍ଭ ହୋଇଥିଲା ଏଥିରେ ବାଘଡଙ୍ଗର ଟିମ୍ ବିଜୟୀ ହୋଇଥିଲେ।

ଏହି ଉଦ୍ଘାଟନି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ ଖୋ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଙ୍କ ସ୍ବାମୀ ତଥା ବରିଷ୍ଟ ବିଜେଡ଼ି ନେତା ମାଧବ ରାଓ , ପୂର୍ବତନ ବ୍ଲକ ଚେୟାରମେନ୍ ଯୋଗେନ୍ଦ୍ର ୱାଡାକା, ଜଣାଶୁଣା କଳାକାର ସୁପ୍ରିତ୍ ସନ୍ତୋଷ ବଛା ଯୁବ କଂଗ୍ରେସ ନେତା ସୁନିଲ ହୁଇକା ଉପସ୍ଥିତ ରହିଥିଲେ ।

ଏହି ଖେଳ ଦଶ ଓଭର୍ ମଧ୍ୟରେ ହୋଇଥିବା ବେଳେ ସମୁଦାୟ ବତିଶି ଟି ଟିମ୍ ଭାଗ ନେଇ ଖେଳିଥିବା ବିଜେତା ଟିମ୍ କୁ ବାର ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ ଟିମ୍ ଙ୍କୁ ଦଶ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଆଜିର ପ୍ରଥମ ଦିନ ଖେଳରେ ଏମ୍ପାୟର ଭାବେ ସୁରେଶ ତିଆକା ଓ କାମେଶ ପ୍ରାସ୍କା ରହିଥିବା ବେଳେ କମିଟି ସଦସ୍ୟ କାମ୍ୟା ହିକକା, ଇଶାନ୍ତ ହିକକା , ରାମଦାସ ହିକକା ଓ ଅନ୍ୟ ମାନେ ସହଯୋଗ କରିଥିଲେ। ଏହି ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳର ଅନେକ କ୍ରୀଡ଼ାପ୍ରେମୀ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

Related Post

ଆଡିଲେଡ୍‌ ଟେଷ୍ଟ, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ, ମଧ୍ୟାହ୍ନ ଭୋଜନ ସୁଦ୍ଧା ୫୬/୪

Posted by - December 6, 2018 0
ଆଡିଲେଡ୍‌: ଆଜି ଆଡିଲେଡ୍‌ ଠାରେ ଚାଳଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଏହି ବହୁ ଚର୍ଚିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟର ପ୍ରଥମ…

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ

Posted by - December 22, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୨ ଦିନ ଧରି ୫୫ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ…

ମିରାବାଲିରେ ବ୍ଲକ୍ ସ୍ତରୀୟ MPL କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - May 24, 2023 0
ରାୟଗଡ଼ା ବ୍ଲକ୍ ମୀରାବାଲି ଗ୍ରାମ ପଞ୍ଚାୟତ ର ମୀରାବାଲି ଠାରେ MPL କ୍ରିକେଟ୍ ଆସୋସିଏସନ୍ ତରଫରୁ ବ୍ଲକ୍ ସ୍ତରୀୟ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ …

ମଉଲା ଭଣଜା ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Posted by - November 15, 2022 0
ସମ୍ବଲପୁର: ୧୫/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କୁର୍ଲା ଖେଲ ପଡିଆ ଠାରେ ଜେଏସଡ୍ଲୁ ଫାଉଣ୍ଡେସନ ଅନୁଦାନରେ ଏକ ଦିବସିୟ ୧୦ମ ମଉଲା ଭଣଜା ଫୁଟବଲ…

ନୂଆ ଆଲୋକ ତରଫରୁ ଶିଶୁ କ୍ରିଡାତାରକାଙ୍କୁ ସମ୍ବର୍ଦ୍ଧନା

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ବରୀ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପରିସରରେ ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…