Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ସେବା ସମବାୟ ସମିତି ତରଫରୁ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା

55 0

ବେଲଗୁଣ୍ଠା : (ସୁଶାନ୍ତ କୁମାର ବେହେରା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିମିଟେଡ଼୍ ବେଲଗୁଣ୍ଠା ଶାଖା ଅଧୀନସ୍ଥ ୧୪  ଗୋଟି ସେବା ସମବାୟ ସମିତି ଲିଃ. ଆନୂକୂଲ୍ଯରେ ଏକ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତା ତଥା ସମସ୍ତ ୧୪ ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକ ଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେପେ ସମ୍ମାନୀତ ଅତିଥି ରୂପେ ଆସିକା ସମବାୟ ବ୍ୟାଙ୍କ୍ ଲିଃ. ମଙ୍ଗୁଳୁ ଧର ସାହୁ, ଉପସଭାପତି ଜ୍ୟୋତିପ୍ରଭା ନାୟକ,ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ,ଉପାଧ୍ୟକ୍ଷା ଟି.ବବିତା କୁମାରୀ,ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିଃ. ସିଇଓ ସ୍ମିତାଶ୍ରୀ ସାହୁ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ,କାର୍ଯ୍ୟନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ସମବାୟବିତ୍ ନୀଳକଣ୍ଠ ସାହୁ,ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିମିଟେଡ୍ ନିର୍ଦ୍ଦେଶିକା ତନୁଲତା ବିଷୋୟୀ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ବେଲଗୁଣ୍ଠା ଶାଖା ନିର୍ଦ୍ଦେଶକ ସୁମନ୍ତ କୁମାର ବିଷୋୟୀ, ପ୍ରମୁଖ ଉପସ୍ଥିତ ଥିଲେ I

ପ୍ରଥମେ ଅତିଥିମାନେ ବେଲଗୁଣ୍ଠାରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠା ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହା ପରେ ତାଉନ ହଲ୍ ଠାରେ ଅନୁଷ୍ଠିତ ଋଣ ମେଳାରେ ସମସ୍ତ ଅତିଥି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଏବଂ ଋଣ ମେଳା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ I ଆଜିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଶାଖା ଅଧୀନସ୍ଥ ୧୪ ଗୋଟି ସେବା ସମବାୟ ସମିତି ଲିଃ. ତରଫରୁ ୧୦୨ ଗୋଟି ଗୋଷ୍ଠୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ହିସାବରେ ଋଣ ପ୍ରଦାନ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମକୁ ସମସ୍ତ ୧୪  ସେବା ସମବାୟ ସମିତିର ସଭାପତି, ଉପସଭାପତି, ପରିଚାଳନା ପରିଷଦ,ସରପଞ୍ଚ,ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଏନ୍ଏସି ର ସମସ୍ତ କାଉନସିଲର୍ ପ୍ରମୁଖ ସହଯୋଗ କରିଥିଲେ I

Related Post

ଶାରଦୀୟ ଦୁର୍ଗାପୂଜାରେ  କେନ୍ଦୁଝର,ସହର ଉତ୍ସବ ମୁଖର,ସହରରେ ୬ଟି ମଣ୍ଡପରେ ପୂଜା ପାଉଛନ୍ତି ‘ମା

Posted by - October 7, 2019 0
କେନ୍ଦୁଝର,ତା ୦୬ ଅକ୍ଟୋବର ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା…

ଟିଟିଲାଗଡ ଓବିସି ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର

Posted by - May 16, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପଛୁଆ ବର୍ଗଙ୍କ ସଂରକ୍ଷଣକୁ ଘର କୁ ଘର ବୁଲି କରାଯିବା ସହ ଆଜିବି ସଚେତନତାର ଅଭାବ ଯୋଗୁଁ…

ବୃଦ୍ଧ ବାସୁଲେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

Posted by - April 9, 2023 0
ଯାଜପୁର:ଯାଜପୁର ବ୍ଲକ ଉପର ବରୁହାଁ ବୃଦ୍ଧ ବାସୁଲେଇ ପୀଠରେ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି…

ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)ଏଥିରେ ୨୦୨୦ ୨୧ ବର୍ଷ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହେବା ସହିତ, ଆଗାମୀ ଦିନରେ ସମାଜର ହିତରେ କାର୍ଯ୍ୟକ୍ରମ କୁ ହାତକୁ…