Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ

108 0

ଖପ୍ରାଖୋଲ: ୨୪/୩:ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ସୁନା ଖଣି ଥିବା ନେଇ ଏବେ ସବୁଠି ଚର୍ଚ୍ଚା। ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁ ର ଜାବେଦ ମହମ୍ବଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର ଖଞ୍ଜି ପାଣି ବାହାର କରିଥିଲେ। ଏଥିରେ ସୁନାଭଳି ଚକ୍ ଚକ୍ କରୁଥିବା ପଦାର୍ଥ ବାହାରୁଥିବା ଚାଷୀ ଜଣକ ଦେଖିଥିଲେ।

ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ କରି ଅନ୍ୟ ମାନଙ୍କୁ କହିଥିଲେ। ଏନେଇ ସ୍ଥାନୀୟ ପ୍ରଶାସନ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ଶୁକ୍ରବାର ପହଞ୍ଚି ଚାଷୀ ଭେଟି ପଚାରିବା ସହ ସୁନା ଭଳି ପଦାର୍ଥ ମିଶା ଚକ ଚକ୍ କରୁଥିବା ବାଲି ସଂଗ୍ରହ କରିଥିଲେ।

ଏହି ଖବର ପ୍ରଚାରିତ ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏନେଇ ଖପ୍ରାଖୋଲ ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପଚାରିବାରୁ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍ ଚକ୍ କରୁଥିବା ମାଟି ସଂଗ୍ରହ କରିଛୁ। ଜିଲ୍ଲା ଖଣି ବିଭାଗ ସହ ଆଲୋଚନା ହୋଇଛି, ସଂଗୃହିତ ବାଲି ପରୀକ୍ଷା ପରେ ପ୍ରକୃତ ରେ ସୁନା କି ନୁହ ଜଣା ପଡ଼ିବ ବୋଲି କହିଛନ୍ତି।

Related Post

ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଏସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - April 7, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଏସୋସିଏସନ ପକ୍ଷରୁ ଅଙ୍ଗନଓ୍ବାଡି କର୍ମଚାରୀମାନଙ୍କ ବିଭିନ୍ନ ଦାବି ନେଇ ସୁବର୍ଣ୍ନପୁର…

ବହୁ ପ୍ରତୀକ୍ଷିତ ସେତୁର ଅନ୍ତ ଘଟିବ ଜୁନ ୨୩ରେ,ଘଣ୍ଟାପଡ଼ା-ବସାଶଙ୍କର ନିର୍ମାଣଧୀନ ସେତୁ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ

Posted by - January 3, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ତେଲ ନଦୀ ଉପରେ ନିର୍ମାଣଧୀନ ଘଣ୍ଟାପଡ଼ା-ବସାଶଙ୍କର ସେତୁ ପରିଦର୍ଶନ କଲେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ବୌଦ୍ଧ…

ଅରାବଳ ପଂଚାୟତ ର ୩ଟି ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ

Posted by - February 20, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତ ର 15,16 ଓ 17 ନମ୍ବର ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତ ର ସରପଞ୍ଚ…

ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ଥରିୟ ଓଡ଼ିଶା ଦିବସ ସମାରୋହ…

ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

Posted by - May 25, 2021 0
ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ,…