Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ

86 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ଅଧ୍ୟକ୍ଷତା କରି ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ପ୍ରିନ୍ସିପାଲ ଟ୍ୟୁଟର କନକଲତା ବେହେରା, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ଵମ୍ଵର ବେହେରା, ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ସରକାରୀ ମହିଳା ସ୍ଵସ୍ଥ୍ୟକର୍ମୀଵତାଲିମ କେନ୍ଦ୍ରର ଛାତ୍ରୀ ମନୀଷା ସୁନା, ଶଶିପ୍ରିୟା ସାହୁ, ଜାମିନୀ ବରିହା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ।

ଉଲୁଣ୍ଡା ବ୍ଲକର ବିଶ୍ଵାମିତ୍ର କଲତା ଏବଂ ସାଥୀ ଲୋକନାଟକ ପରିବେଷଣ ପୂର୍ବକ ଯକ୍ଷ୍ମା ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ। ଯକ୍ଷ୍ମାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପାଳନତ୍ସୋବରେ ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ଶୋଭନା ଦାଶ, ହିତେଶ ତ୍ରିପାଠୀ, ଟିମ, ସୁବର୍ଣ୍ଣପୁରର ଚୁମକି ମିଶ୍ର, ସ୍ଵାସ୍ଥ୍ୟ କର୍ମଚାରୀ, ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଯୋଗଦେଇଥିଲେ।

 

Related Post

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

Posted by - March 24, 2023 0
ମୁନିଗୁଡ଼ା:( ରମାକାନ୍ତ ପୋଧାଲ୍) ଯକ୍ଷ୍ମା ଏକ ରୋଗ ଯାହା ଶତାବ୍ଦୀ ଧରି ମାନବଜାତି ଉପରେ ପ୍ରଭାବ ପକାଉଛି, ଏହା ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଜରୁରୀକାଳୀନ…

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର,୩୦ ୟୁନିଟ ରକ୍ତ ସଂଗୃହୀତ

Posted by - April 18, 2020 0
କେନ୍ଦୁଝର:(ସିତାରାମ ଦିକ୍ଷୀତ)ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ…

ପ୍ଲାଜମା ଦାନ ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଂଚିଲେ ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪ ଜଣ ଆକ୍ରାନ୍ତ

Posted by - August 8, 2020 0
ଭୁବନେଶ୍ବର/ଅନୁଗୋଳ:(ମହେଶ ଭୋମରାଜ)କରୋନା ମହାମାରୀରେ ଗୁରୁତର ଆକ୍ରାନ୍ତମାନଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ଜୀବନ ଦାନ ଦେବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାରୁ  ୪ ଜଣ ବଦାନ୍ୟ ବ୍ୟକ୍ତି ଭୁବନେଶ୍ୱର…

ତଳଗାଂ ପଂଚାୟତରେ ପହଚିଂଲେ ଭୁବନେଶ୍ୱରର ସ୍ବାସ୍ଥ୍ଯ ବିଭାଗ ଅଧିକାରୀ

Posted by - June 9, 2022 0
ବୌଦ୍ଧ: ( ଚିତ୍ତ ରଞନ ସିଂହ) ହରଭଂଗାବ୍ଲକ ତଳ ଗାଁ ପଂଚାୟତ ଖାଲଗାଡୁ ଗ୍ରାମରେ ଆଜି ଭୁବନେଶ୍ରରର ଏକ ସ୍ବାସ୍ଥ୍ଯ ବିଭାଗୀୟ ମ୍ୟାଲେରିଆ ନିରାକରଣ ର ଏକ…

ଭୈରବୀ ଡିଗ୍ରୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

Posted by - December 1, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ ଦିବସ…