Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଡ୍ରାଇଭର ନ ଆସିବାରୁ ଭ୍ୟାନ୍ ଚଳାଇ ଆହାର କେନ୍ଦ୍ରରେ ଖାଦ୍ୟ ପହଞ୍ଚାଇଲେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ

302 0

ଫୁଲବାଣୀ:କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ରୋଷେଇ ହୋଇଥାଏ । ଏଠାରୁ ଜିଲ୍ଲାର ଅନ୍ୟ ସବୁ କେନ୍ଦ୍ରଗୁଡିକୁ ଗାଡି ଯୋଗେ ଖାଦ୍ୟ ପଠାଯାଇଥାଏ । ତେବେ ବସଷ୍ଟାଣ୍ଡ ଆହାର କେନ୍ଦ୍ରରୁ ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରକୁ ଖାଦ୍ୟ ନେଉଥିବା ଗାଡି ଚାଳକ ଗତ ସୋମବାର କୌଣସି କାରଣରୁ ଛୁଟିରେ ରହିଯାଇଥିଲେ । ତେବେ କେନ୍ଦ୍ରରେ ଖାଦ୍ୟ କେମିତି ପହଞ୍ଚିବ, ଏଥିପାଇଁ କର୍ମଚାରୀ ଚିନ୍ତାରେ ପଡି ଯାଇଥିଲେ । ସମୟ ଗଡି ଯାଉଥିବାରୁ ଶେଷରେ ସେଠାକୁ ଅଟୋ ଯୋଗେ ଖାଦ୍ୟ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅଟୋରେ ଖାଦ୍ୟ ନେବା ନିୟମ ନାହିଁ । କାରଣ ଆହାର କେନ୍ଦ୍ରର ଗାଡିକୁ ବାଦ୍ ଦେଇ ଅନ୍ୟ ଗାଡିରେ ପରିବହନ କଲେ ଖାଦ୍ୟରେ ମଇଳା ଓ ଧୂଳି ପଡିବା ଆଶଙ୍କା ରହିଛି । ଏହି ଖବର ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପାଖରେ ପହଞ୍ଚିଥିଲା ।ଶ୍ରୀ ବେହେରା ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ପହଞ୍ଚି  ଗାଡିରେ ଖାଦ୍ୟ ରଖିବାକୁ କର୍ମଚାରୀଙ୍କୁ କହିଥିଲେ । ତେବେ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ଗାଡିରେ ଭାତ ଓ ଡାଲମା ରଖିଥିଲେ । ଏହାପରେ ନିର୍ବାହୀ ଅଧିକାରୀ ନିଜେ ଗାଡି ଚଳାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଆହାର କେନ୍ଦ୍ରରେ ପହଞ୍ଚିଥିଲେ । ପୌର ନିର୍ବାହୀ ଅଧିକାରୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

Facebook Notice for EU! You need to login to view and post FB Comments!

Related Post

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

Posted by - July 16, 2021 0
ମିନିଆପଲିସି:- ୧୫ା୭ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି ।ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର…

ଏମିତି ଦେଖାଯିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌

Posted by - September 27, 2019 0
ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୨୦୧୦ ମସିହାରୁ ଯୋଜନା ହେଲାଣି। ଏପରିକି ୨୦୧୧ ମସିହାରେ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲେ ବି ନିର୍ମାଣ କରିବାକୁ…

ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ।ହରଭଙ୍ଗା ବ୍ଲକ,ସୁରକ୍ଷିତ ହେଉ ମହାନଦୀ ତଟ

Posted by - August 4, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା।ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା।ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ…

୪୪୬ତମ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

Posted by - June 14, 2021 0
ଯାଜପୁର ଅଫିସ :ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ…

Leave a comment

Your email address will not be published.