ଦୁଇ ବଜ୍ରକାପ୍ତା ଉଦ୍ଧାର ସହ ଦୁଇ ଶିକାରୀଙ୍କୁ ଗିରଫ କଲା ଏସ ଟି ଏଫ

117 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କଲା ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା ଡିଲ ବେଳେ ମାଡି ବସିଲା ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ । ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ବାଇ ପାସ ନିକଟରେ ଚାଲିଥିଲା ବଜ୍ରକାପ୍ତା ବିକ୍ରି ଉଦ୍ୟମ । ଖବର ପାଇ ବନବିଭାଗ ଓ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କରାଯାଇଥିଲା ମିଳିତ ଚଢ଼ାଉ । ମିଳିଥିବା ସୂଚନା ପ୍ରକାରେ ଜବତ ହୋଇଥିବା ଦୁଇଟି ବଜ୍ରକାପ୍ତା ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବଜ୍ରକାପ୍ତା ରହିଛି ।

ଏହି ଘଟଣାରେ ସମ୍ପୃକ୍ତ ଦୁଇ ଶିକାରୀ ଗିରଫ । ଶିକାରି ଦୁଇଜଣ ହେଲେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜାମୁଖୋଲ ଗ୍ରାମର ବୋଲି ସୂଚନା ମିଳିଛି । ଦୁଇ ଜଣ ଶିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ । ଶିକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହା ପୂର୍ବରୁ ଦୁଇ ଥର ବୌଦ୍ଧ ଜିଲାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ସମ୍ପୃକ୍ତ ଶିକାରୀମାନକୁ ଗିରଫ କରିଥିଲା ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ l

ସୂଚନା ଥାଉକି ଗତ ରବିବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ରୁ ଗୋଟିଏ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିବା ସହ ଜଣେ ଆସାମୀ କୁ ଗିରଫ କରିଥିଲା ଏସ ଟି ଏଫ l ବୌଦ୍ଧ ଜିଲ୍ଲା ରେ ବାରମ୍ବାର ବନ୍ୟଜନ୍ତୁ ଶିକାର କରାଯାଉଥିବା ଖବର ପ୍ରକାଶ ପାଉଛି l କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ କଳରାପତରିଆ ବାଘ, ହରିଣ ଶିକାର ଘଟଣା ବୌଦ୍ଧ ବନ ବିଭାଗ ର ପାରିବା ପଣିଆ କୁ ପଦାରେ ପକାଇଛି l ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବୌଦ୍ଧ ରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଜିଲ୍ଲା ରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି l

Related Post

ଗଞ୍ଜେଇ ସହ ଦୁଇ ଗିରଫ

Posted by - July 28, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଗଂଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଆଜି ବିନିକା ପୋଲିସ ଗାଡ଼ି ମଟର ଯାଞ୍ଚ…

ଯାଜପୁର ଥାନା ଅଂଚଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ ।

Posted by - June 27, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଚଂଳର ପ୍ରପୁଂଲ୍ଲ ପଣ୍ଡାଙ୍କୁ…

ଭୁବନେଶ୍ୱର ଉପକଣ୍ଠ ରେ ଯୁବକ ଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲା ଆଉ ଜଣେ ଯୁବକ।ଦର୍ଶକ ସାଜିଥିଲେ ସ୍ଥାନୀୟ ଲୋକମାନେ

Posted by - June 8, 2019 16
ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ  ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି…

କୁମ୍ଭିପଡ଼ାର ନରେଶ ବାଗ ନିଖୋଜ ମାମଲା,ଭୋଇପଡ଼ା ନିକଟରୁ ବାଇକ ଓ କଙ୍କାଳ ଠାବ, ନରେଶ ଏବେ କେଉଁଠି ?

Posted by - February 1, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଡିସେମ୍ବର ୧୨ ତାରିଖ ଦିନ ଟିଟିଲାଗଡ ନିକଟସ୍ଥ କୂମ୍ଭିପଡ଼ା ଗ୍ରାମରୁ ପାଖାପାଖି ୪.୩୦ ସମୟରେ ନରେଶ ବାଗ ( ନେତ୍ରାନନ୍ଦ ବାଗ), ବିବେକ ପ୍ରଧାନୀ,…