ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ବହୁତ ଗୁଡ଼ିଏ ସମସ୍ୟା ରହିଛି ତନ୍ମଧ୍ୟରୁ ପିଇବା ପାଣି ସମସ୍ୟା ଅନ୍ୟତମ। ଏହି ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ସମୀକ୍ଷା ବୈଠକରେ ନିର୍ଦେଶ ମଧ୍ଯ ଦେଇ ସାରିଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନ କ୍ରମେ କିଛି ମାସ ମଧ୍ୟରେ ସହରର ଚାରିଆଡ଼େ ଜଳ ଯୋଗାଣ କରିବାକୁ ପ୍ରକଳ୍ପ କାର୍ଯ୍ୟ ମଧ୍ଯ ଜୋରସୋରରେ ଚାଲିଛି।
ପରିତାପର ବିଷୟ ଯେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପୁର୍ବରୁ ପାଇପ ସଂଯୋଗ ହୋଇଥିବା ସ୍ଥାନ ମାନଙ୍କର ସ୍ଥିତି ଠିକ ଭାବେ ଅନୁଧ୍ୟାନ କରୁ ନ ଥିବା ଯୋଗୁଁ ବାରମ୍ବାର ସଜଡ଼ା ହେଉଛି କିନ୍ତୁ ଅବସ୍ଥା ଯେଉଁ ଭଳି କି ସେହିଭଳି ଅବସ୍ଥା ରହୁଚି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଶାସ୍ତ୍ରୀ ଛକରେ ରିପ୍ୟାରିଂ କାମ କରାଯାଇ ଥିଲେ ହେଁ ଆଜି ଯାଏଁ ପାଣି ବୋହିବା ବନ୍ଦ ନ ହୋଇ ଖାଲ ହୋଇଗଲାଣି, ଯଦ୍ୱାରା ଲୋକ ଖାଲରେ ପଡୁଥିବା ମଧ୍ଯ ନଜିର ରହିଛି, ସେହିପରି ସରକାରୀ ଡାକ୍ତରଖାନା ସମ୍ମୁଖରେ ପାଇପ ଫାଟି ଦୈନନ୍ଦିନ ହଜାର ହଜାର ଲିଟର ପାଣି ବର୍ବ।ଦ ହେଉଛି, ଡାକ୍ତରଖାନା ସାମ୍ନା ଗଳି ସଦାବେଳେ ସନ୍ତ୍ ସନ୍ତିଆ ହୋଇ ରହୁଛି।
ଏପଟେ ଖରା ଦିନ ହେଉ କି ବର୍ଷା ଦିନ ହେଉ ପ୍ରତି ଦିନେରୁ ଦୁଇ ଦିନ ବ୍ୟବଧାନରେ ଯୋଗାଣ ହେଉଛି ପିଇବା ପାଣି, ଅନ୍ୟ ପଟେ ହଜାର ହଜାର ଲିଟର ପାଣି ଅଜଥାରେ ବୋହି ଯାଉଛି। ସରକାର ଗୋଟିଏ ପଟେ ଜଳ ହିଁ ଜୀବନ ବୁଝାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନି, କାମ କିପରି କରାଯାଉଛି ଏଥିରୁ ଅନୁମେୟ, ଆଗକୁ ଖରା ଦିନ ଆସୁଛି ତାହା ପୁର୍ବରୁ ଏ ଛୋଟ ଛୋଟ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେଲେ କିଛି ମାତ୍ରାରେ ଜଳ ସଙ୍କଟ କମି ପାରନ୍ତା। ଲୋକ କିଛି ସ୍ଥାନରେ ପିଇବାକୁ ପାଣି ପାଉ ନାହାଁନ୍ତି ଯଦ୍ୱାରା ଟ୍ୟାଙ୍କର ଯୋଗେ ସେମାନଙ୍କ ନିକଟକୁ ଜଳ ଯୋଗାଣ କରାଯାଇଥାଏ। ଏ ଦିଗରେ ଦୃଷ୍ଟି ଦେଇ ଯଥା ଶୀଘ୍ର ପାଇପ ଫାଟି ଥିବା ସ୍ଥାନକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।