ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ହେବା ଠାରୁ ଟିଟିଲାଗଡ ତଥା ଯେତିକି ଲୋକ ଏହି ଓଭରବ୍ରିଜ ଦେଇ ଯିବା ଆସିବା କରୁଛନ୍ତି ସମସ୍ତେ ବହୁତ ଖୁସି କାରଣ ହାଟପଦା ରେଳ ଫାଟକ ଯୋଗୁଁ ସାଧାରଣ ଜନତା, ରୋଗି, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଟ୍ରାଫିକ ସମସ୍ୟାରେ ଫସି ରହୁଥିଲେ। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହି ରେଳ ଓଭରର୍ବ୍ରିଜ ଟିଟିଲାଗଡ ବାସୀଙ୍କ ପାଇଁ ଗୋଟିଏ ବଡ଼ ସମସ୍ୟାର ସମାଧାନ ସଦୃଶ।
ନିର୍ମାଣ ହେବା ଯୋଗୁଁ ସହରବାସୀ ଓ ଏହି ରାସ୍ତା ଦେଇ ବିନା ଦ୍ବିଧାରେ ଯିବା ଆସିବା ଏକ ବଡ଼ ଖୁସି। ପରିତାପର ବିଷୟ ଯେ ଟିକିଏ ବର୍ଷା ହେଲେ ଏହି ରେଳ ଓଭରବ୍ରିଜ ଉପରେ ପାଣି ଜାମ ହୋଇ ରହିଥାଏ, ପଥାଚାରୀ ଯିବା ଆସିବା କରୁଥିବା ସମୟରେ ଗାଡି ବାଲା ମାନେ ନିଜର ବୁଦ୍ଧି ହରାଇ ସ୍ପିଡରେ ଗଲା ବେଳେ ଲୋକଙ୍କ ଉପରକୁ ଅସନା ପାଣି ଛିଟିକି ପଡୁଥିବା ଅଭିଯୋଗ ହେଉଛି,ତତ ସଙ୍ଗେ ସଙ୍ଗେ ଓଭର ବ୍ରିଜ ଉପରେ ଜମା ହେଉଥିବା ପାଣି ନିଷ୍କାସନ ପାଇଁ ଆଜି ଯାଏଁ ପାଇପ ସଂଯୋଗ ହୋଇନାହିଁ
ଯଦ୍ୱାରା ଓଭର ବ୍ରିଜ ତଳ ପଟେ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ମଧ୍ଯ ଏହି ଓଭର ବ୍ରିଜର ଅସନା ପାଣି ପଡ଼ୁଚି, ସେମିତିବି ବହୁ ଭକ୍ତ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାଶୁଣିଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଲୋକ ଓ ଦୈନଦିନ ବଜାରକୁ ଆସୁଥିବା ଲୋକଙ୍କ ଉପରେ ଏହି ଅସନା ପାଣି ପଡ଼ୁଚି। ଯଦ୍ୱାରା ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି, ଏ ଦିଗରେ ବିଭାଗିୟ ଅଧିକାରି ତଥା ପ୍ରଶାସନିକ ଅଧିକାରୀ ଧ୍ୟାନ ଦେଇ ସମାଧାନ କରିବାକୁ ଦାବି କରିଛନ୍ତି।