ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆଠାରୁ ଡିଏନ ରିଶର୍ଟ ଯାଏଁ ଟ୍ରାଫିକ ଜାମ – ଯିବା ଲୋକ ହଟହଟା

215 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଟିଟିଲାଗଡ ସହରର ନାଁ ଆଗକୁ ବଢ଼ିବାରେ ଲାଗିଛି। ଗମନା ଗମନ ପାଇଁ ହେଉ କି ପାଠ ପଢା ପାଇଁ ହେଉ କି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ହେଉ ଏବେ ଟିଟିଲାଗଡ ସହର ଉପରେ ସମସ୍ତଙ୍କ ନଜର। ସେମିତିବି ଡି ଏନ ରିସର୍ଟ ଖୋଲିବା ଦିନ ଠାରୁ ଜିଲ୍ଲା ଠୁ ନେଇ ଜାତୀୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହେଉଛି।

ରବିବାର ଦିନ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚର ୧୩ ତମ ପ୍ର।ନ୍ତିୟ ଅଧିବେଶନ ଟିଟିଲାଗଡ ଡି ଏନ ରିସାର୍ଟ ଠାରେ ଆୟୋଜିତ ହୋଇଥିଲା। ଯାହାକି ଆମ ସହର ପାଇଁ ଗର୍ବର ବିଷୟ। ସନ୍ଧ୍ୟା ସମୟରୁ ବାହାର ସ୍ଥାନ ମାନଙ୍କରୁ ବହୁତ ଲୋକ ନିଜ ନିଜ ଗାଡିରେ ସଭା ସ୍ଥଳକୁ ପହଞ୍ଚିଥିଲେ। ତେବେ ରାତି ବଢ଼ିବା ମାତ୍ରେ ଶହ ଶହ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ଲୋକଙ୍କ ଗାଡ଼ି ସହ ସ୍ଥାନୀୟ ଲୋକ ଏବଂ ଆଖ ପାଖ ଅଞ୍ଚଳରୁ ଆସିଥିବା ଲୋକ ଯିବାଆସିବା କରିବାରେ ହାଇସ୍କୁଲ ପଡ଼ା ଠାରୁ ଡି ଏନ ରିସର୍ଟ୍ ଯାଏଁ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା।

ପରିତାପର ବିଷୟ ଯେ ରାସ୍ତା କଡ଼ରେ ନାଳ କାମ ନିର୍ମାଣ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ଯିବାଆସିବା କରିବା ସମୟରେ ବହୁତ ଅସୁବିଧା ସାଙ୍ଗକୁ ଡି ଏନ୍ ରିସର୍ଟ ସାମ୍ନାରେ ବାହାରୁ ଆସୁଥିବା ଲୋକ ରାସ୍ତା ଉପରେ ଗାଡ଼ିକୁ ଠିଆ କରାଇ ନିଜେ ଓହ୍ଲାଇବା ସହ ଜିନିଷ ପତ୍ର କାଢି ଆହୁରି ଟ୍ରାଫିକ ଯାମ କରୁଥିଲେ, ସେହିପରି ଡି ଏନ ରିସର୍ଟ କଡ଼ରେ, ରାସ୍ତାର ଉଭୟ ପାର୍ଶ୍ବରେ, ତା ସହ ଚନ୍ଦ୍ର। ହୋଟେଲ ସାମ୍ନା ବୁଲାଣି ଯାଏଁ ଶହ ଶହ ଗାଡି ଛିଡ଼ା ହେବା ଯୋଗୁଁ ସେହି ସମୟରେ ଯିବା ଆସିବା କରୁଥିବା ଲୋକେ ବହୁତ ସମୟ ଧରି ଭିଡ଼ରେ ଫସି ରହୁଥିଲେ।

ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ସମ୍ଭାଳିବା ମଧ୍ଯ କାଠୀକର ପାଠ ହୋଇଥିଲା। ଆଜିର ଭିଡ଼କୁ ଦେଖି ସହରରେ ଗୋଟିଏ ଚର୍ଚ୍ଚା ଯେ ପାର୍କିଂ ସ୍ଥଳ ବଡ଼ ନ ଥିବାରୁ ଲୋକେ ବାହାରେ ଗାଡି ରଖିବା ଯୋଗୁଁ ଜାମ ହେଲା, ସେମିତିବି ଟିଟିଲାଗଡ ସହରର ତିନୋଟି ମୁଖ୍ୟ ରାସ୍ତାରେ କୌଣସି ଜାଗାରେ ପାର୍କିଂ ଷ୍ଟାଣ୍ଡ ନାହିଁ, ଆଉ ସହରର ଲୋକ ଏବଂ ଆଖ ପାଖ ଅଞ୍ଚଳରୁ ଆସୁଥିବା ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ପ୍ରତିଦିନ ଲୋକ ଟ୍ରାଫିକ ସମସ୍ୟା ରେ ଫସୁଛନ୍ତି। ତେବେ ନାଳ ନିର୍ମାଣ କାମ ଚାଲିଥିବା ଯୋଗୁଁ ଆଜି ବ୍ୟାପକ ମାତ୍ରାରେ ଟ୍ରାଫିକ ସମସ୍ୟା ଉପୁଜି ଥିଲା। ପୌରପରିଷଦ ଅଧିକାରି ଓ ପ୍ରଶାସନ ଅଧିକାରି ଥରେ ବିଚାର କରି ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Related Post

ଧାନ ବିକ୍ରି ପାଇଁ ଚାଷୀଙ୍କୁ ଅଣଦେଖା। ତାତିଲେ ଚାଷୀ NH ୫୭ ଅବରୋଧ

Posted by - February 21, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଚାଷୀଙ୍କ ପ୍ରତି ଅନ୍ୟାୟ ।ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା।କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।ଅନ୍ୟପଟେ ଜୟ କିସାନ୍ କହୁଥିବା ବେଳେ…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ,ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ

Posted by - February 9, 2021 0
ଭୁବନେଶ୍ବର :  ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା…

ଡାଏଲିସିସ ସେବା ଯୋଗାଇବା ପାଇଁ କିଡ଼ିନୀରୋଗୀମାନଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇଲେ ସ୍ବେଚ୍ଛାସେବୀ

Posted by - March 30, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସି ସେବା ଯୋଗାଇ ପାଇଁ କିଡ଼ିନୀରୋଗୀମାନଙ୍କୁ ଧରି ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ।ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ…

ଟିକରପଡ଼ା ଗ୍ରାମପଞ୍ଚାୟତ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Posted by - November 27, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ବୋୖଦ୍ଧ ଜିଲ୍ଲା ବୌଦ୍ଧବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତ ରେ ଆଜି ସକାଳ 10.00 ଘଟିକା ଠାରୁ ବିଜୁ ନୂଆ ସ୍ମାର୍ଟ କାର୍ଡ (BSKY)…

ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

Posted by - December 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଯାଜପୁରରେ ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ…