କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜି ଅପରାହ୍ନ ପାଖାପାଖି ଚାରିଟା ସମୟ ରେ ହଠାତ ଝୋଡ଼ ବାତ୍ୟା ହେବା ସହ କୁଆ ପଥର ବର୍ଷା ହେଇଥିଲା l ଅଦିନିଆ ଝଡ଼ ଦ୍ୱାରା କାଶୀପୁର ବ୍ଲକର କୁଚେଇ ପଦର ପଞ୍ଚାୟତ, ଡ଼ଙ୍ଗାସିଲ ପଞ୍ଚାୟତ, ରେଙ୍ଗା ପଞ୍ଚାୟତ, ଗରଖପୁର ପଞ୍ଚାୟତ ସମେତ କାଶୀପୁର ସଦର ରେ ଅଚାନକ ଭୀଷଣ ବର୍ଷା ସହ କୁଆ ପଥର ବର୍ଷା ହୋଇଥିଲା l କୁଆ ପଥର ସହ ବିଜୁଳି ମଧ୍ୟ ମାରୁଥିଲା l
ଏହି ପରିସ୍ଥିତି ରେ ବନେକ ଗ୍ରାମରେ କୁଆପଥର ବର୍ଷଣ ହେବା ଦ୍ୱାରା ଘର ଦ୍ୱାର, ଧନ ଜୀବନ କ୍ଷୟ କ୍ଷତି ହେବା ସହ ବର୍ତମାନ ପର୍ଯ୍ୟନ୍ତ ସ୍ଥିତି ଅତି ସଙ୍ଗୀନ ହୋଇ ପଢ଼ିଛି | ଏହି ଭଳି ଅନେକ ଗ୍ରାମରେ ଲୋକଙ୍କ ଗୃହରୁ ଆଜବେଷ୍ଟ ଗୁଡିକ ପବନରେ ଉଡି ଯାଇଥିବା ବେଳେ କୁଆ ପଥର ଦ୍ୱାରା ବହୁ ଗାଈଗୋରୁ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି | କାଶୀପୁରସ୍ଥ ପଣଷ ଗୁଡା,ଖୁରିଗାଁ GP କଞ୍ଜାକଣା, କୁଚେଇ ପଦର GP ଡି. କରଳ ଏମିତି ଅନେକ ଗ୍ରାମରେ ଘର ଗୁଡିକରେ ବର୍ଷା ପାଣି ପଶି ବହୁ ଆଶାବାବପତ୍ର ସହ ସଂଚିତଖାଦ୍ୟ ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି |
ଡି କରଳ ଏବଂ କାଶୀପୁର ତହସିଲ କାର୍ଯ୍ୟାଳୟ ରେ ମଧ୍ୟ ଗଛ ପଡ଼ିଯାଇଥିବା ନଜିରକୁ ଆସିଛି |ରେଙ୍ଗା ପଞ୍ଚାୟତରେ ବିଜୁଳି ମାରିବା ଦ୍ୱାରା ଗାଈ ଗୋରୁଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୁଇ ଜଣ ମହିଳା କଞ୍ଜାକଣା ଗ୍ରାମର ପାଣି ଆଣିବାକୁ ନାଳ କୁ ଯାଇଥିବା ବେଳେ କୁଆ ପଥର ମାଡ଼ ଦ୍ୱାରା ଗୁରୁତ୍ୱର ଅବସ୍ତାରେ କାଶୀପୁର ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସା ଧିନ ଅଛନ୍ତି |ଏନେଇ କାଶୀପୁର ତହସିଲଦାର କ୍ଷୟ କ୍ଷତି ଅଞ୍ଚଳ ଅନୁଧ୍ୟାନ କରୁଥିବାର ମଧ୍ୟ ସୂଚନା ଦେଇଛନ୍ତି |