ସପ୍ତାହର ପ୍ରତ୍ୟେକ ଶନିବାର ଅପରାହ୍ନରୁ କେସିଙ୍ଗା ମାର୍କେଟ ବନ୍ଦ

49 0

କେସିଙ୍ଗା ;(ପ୍ରିତେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଣିକ ସଂଘର ଆହ୍ୱାନକ୍ରମେ ଆଜିଠୁ ସପ୍ତାହର ପ୍ରତ୍ୟେକ ଶନିବାର ଅପରାହ୍ନ ୨ଟାରୁ କେସିଙ୍ଗା ସହରର ସମସ୍ତ ଦୋକାନ ବଜାର ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଆଜି ଅପରାହ୍ନ ୨ଟାରୁ ପ୍ରାୟତଃ କେସିଙ୍ଗା ସହରର ପନିପରିବା ମାର୍କେଟକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତେ ଟଙ୍କା ପଛରେ ପ୍ରତିଯୋଗିତା ଭାବେ ଦୌଡୁଛନ୍ତି ହେଲେ କରୋନା ମହାମାରୀ ସମସ୍ତ ପାଇଁ ଏକ ବାର୍ତ୍ତା ଆଣି ଦେଇଛି । ଲକ୍ଷାଧିକ ଟଙ୍କା ଥିଲେ ମଧ୍ୟ ଅନେକ ଜୀବନ ବଞ୍ଚି ପାରିନଥିଲା । ସେହି ସମୟରେ ଜୀବନର ମୂଲ୍ୟ ଜଣା ପଡ଼ିଥିଲା ବୋଲି କେସିଙ୍ଗା ବଣିକ ସଂଘ ର ସଭାପତି ପିଣ୍ଟୁ ଶର୍ମା ପ୍ରକାଶ କରିଛନ୍ତି ।

ଏହା ପଛର ଉଦ୍ଦେଶ୍ୟ ହେଉଛି ଯେ ଗୋଟିଏ ଦିନ ଛୁଟି ପାଇଲେ ବ୍ୟବସାୟୀମାନେ ନିଜ ପରିବାରକୁ ସମୟ ଦେବାସହ ନିଜ ମାଟି ଓ ସହର ପାଇଁ କିଛି କରିବାକୁ ଚିନ୍ତା କରିପାରିବେ ବୋଲି ଶ୍ରୀ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Related Post

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

Posted by - July 9, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା…

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…

ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଗାନ୍ଧୀ ଇଂଜିନିୟରିଂ କଲେଜ ପକ୍ଷରୁ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ…