ରାଜୀବ କପ୍ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ବଡଦ୍ଭଇଁରୋକୁ ହରlଇ କଣ୍ଟାମାଳ ଚମ୍ପିୟାନ

41 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍କୁଲ ପଡ଼ିଆରେ ପାଞ୍ଚ ଦିନ ଧରି ଚାଲିଥିବା ରାଜୀବ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ସୁବର୍ଣ୍ଣପୁର ଜିଲ୍ଲା ବଡଦ୍ଭଇଁରୋ ଓ କଣ୍ଟାମାଳ ଦେଉଳଡୁଙ୍ଗୁରି ମଧ୍ୟରେ ହୋଇଥଲା l ଏଥିରେ ବଡ଼ଭଇଁରୋ ଦଳକୁ ୫୧ ରନରେ ହରାଇ କଣ୍ଟାମାଳ ଦଳ ଚମ୍ପିୟାନ ହୋଇଛି l ପ୍ରଥମେ ଟସ୍ ଜିତି ଖନନମୁଣ୍ଡା ଦଳ ବ୍ୟାଟିଙ୍ଗ କରି ୭ଓଭର ରେ ୧୫୪ରନ କରିଥିବା ବେଳେ ନୂଆପାଲି ଦଳ ମାତ୍ର ୫୪ରନ୍ ରେ ଅଲ୍ ଆଉଟ୍ ହୋଇ ଯାଇଥିଲେ l

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜର୍ଣାଲିଷ୍ଟ ଫୋରମ୍ ସଭାପତି ଦିବ୍ୟ ଶଙ୍କର ରାଉତ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପ୍ରକାଶ କୁମାର ଖଟୁଆ, ଜିଲ୍ଲା କ୍ରିକେଟ ସଂଘ ଉପସଭାପତି ପ୍ରଦୀପ ଖଟୁଆ, ସମାଜସେବୀ ଅଜିତ ଖଟୁଆ, ଦଶରଥ ବେହେରା ପ୍ରମୁଖ ଯୋଗଦେଇଥିବl ବେଳେ ଆୟୋଜକ ସମାଜସେବୀ ରାଜୀବ ମିଶ୍ର ଅଧ୍ୟକ୍ଷତା କରିଥିଲେ l ବିଜେତା ଦେଉଳଦୁଙ୍ଗୁରି ଦଳକୁ ଟ୍ରଫି ସହ ଦଶ ହଜାର ଟଙ୍କା ଓ ଉପବିଯେତା ଦଳକୁ ଟ୍ରଫି ସହ ଛଅ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା l

ଅଞ୍ଚଳର ଯୁବ ପ୍ରତିଭା ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ନିଜସ୍ୱ ଉଦ୍ୟମରେ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରିଥିବାରୁ ସମାଜସେବୀ ରାଜୀବ ମିଶ୍ର ଙ୍କ ଉଦ୍ୟମ କୁ ଅତିଥିମାନେ ପ୍ରଶଂସା କରିଥିଲେ l ଆଗାମୀ ଦିନରେ କଣ୍ଟାମାଳ ରେ ଏକ ବିଧାନସଭା କ୍ଷେତ୍ର ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରିବାକୁ ଘୋଷଣା କରାଯାଇଥିଲା l ଖେଳକୁ ରାଧେଶ୍ୟାମ ମିଶ୍ର ଓ ପିଣ୍ଟୁ ଖଟୁଆ ଅମ୍ପlୟାର ଭାବେ ପରିଚାଳନା କରୁଥିବା ବେଳେ କୁନା ସାହୁ ସ୍କୋରର ଓ ରାଜକିଶୋର ମିଶ୍ର ଧlରlବିବରଣି ଦାୟିତ୍ବ ତୁଲାଇଥିଲେ l

Related Post

କୁସଙ୍ଗ ରେ ମା ଦକ୍ଷିଣ କାଳୀ ୧୬ ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - December 24, 2021 0
ବୌଦ୍ଧ:୨୪/୧୨ ( ଚିତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ହାଇସ୍କୁଲ ଖେଳ ପଡିଆ ଠାରେ ମା ଦକ୍ଷିଣ କାଳୀ 16ତମ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି…

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ

Posted by - December 21, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 2ଦିନ ଧରି ୫୫ ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ…

୪୧ ବର୍ଷ ପରେ ଭାରତୀୟ ହକି କୁ ଦଳ ବ୍ରୋଞ୍ଚ,ଖୁସି ରେ ନବରଙ୍ଗପୁର ଜିଲ୍ଲା ବାସୀ

Posted by - August 5, 2021 0
ନବରଙ୍ଗପୁର: :(ବେଣୁ ଗୋପାଳ ରାଓ)୧୯୮୦ ମସିହା ପରେ ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଚ ପଦ ହାସଲ କରିବା ଖବର ଶୁଣି ସାରା ଦେଶରେ ଆନନ୍ଦ…

ସାଧାରଣ ତନ୍ତ୍ର ଦିବସ ପାଇଁ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜିତ

Posted by - January 22, 2023 0
ଟିଟିଲାଗଡ:୨୨/୧(ସଞ୍ଜୟ କୁମାର ନାୟକ)କରୋନା ମହାମାରୀ ପରେ ଚଳିତ ଥର ଦେଶବ୍ୟାପି ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବାକୁ ଯାଉଛି । ଚଳିତ ବର୍ଷ ଟିଟିଲାଗଡ ଉପଖଣ୍ଡ ସ୍ତରରେ…

ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା 

Posted by - February 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା ଏହାକୁ ସମାଜସେବୀ ଯଯାତି କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ଦଳ ଏହି ପତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଆଜିର ଉଦଘାଟନି ମ୍ୟାଚ କଟକ ରାଇଜିଂ ଷ୍ଟାର ଏବଂ ଭଦ୍ରକ ଚରମ୍ପା ଦଳ ମଧ୍ୟରେ ଅନୁଷ୍ଠିତ ହେଉଛି ,ଏହି ଉଦଘାଟନି ଉତ୍ସବରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର କ୍ରିକେଟ ଆସୋସିଏସନର ସଂପାଦକ ଜ୍ଞାନଚାନ୍ଦ ଦାସ ଉପସ୍ଥିତ ଥିଲେ ।