ମୁନିଗୁଡା:(ରମାକାନ୍ତ ପଡାଲ)ଭାଇଚାରା ର ସହର ବିଷମ କଟକ , ବୁଦ୍ଧିଜୀବୀ ର ସହର ବିସମକଟକ । ବିଷମ କଟକ ରାଜା ରାଜୁଡା ର ଓ ଏତିହ୍ୟ ରେ ପରିପୂର୍ଣ । ଆଖିଦୃଷ୍ଟିଆ ବିକାଶ ସହିତ ସମସ୍ତ ଭିତ୍ତିଭୂମି ପୂର୍ଣ୍ଣ ରେ ଥିବା ଉକ୍ତ ବ୍ଲକ ହେଡ କ୍ବାଟର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ରାଜରାସ୍ତା କୁ ଓଲାଇଛନ୍ତି ସମସ୍ତ ଜନତା ସହିତ ସବୁ ଦଳୀୟ ଲୋକ । ତେବେ ମୁନିଗୁଡା ବ୍ଲକ କୁ ଏନ ଏ ସି ଏବଂ ଅମ୍ବାଦଳା କୁ ବ୍ଲକ ମାନ୍ୟତା ପାଇଁ ଜୋର ଧରିଛି ଏଇଠି ।
ଅଞ୍ଚଳ ର ବିକାଶ ଓ ଅର୍ଥନୈତିକ ପ୍ରଗତି ପାଇଁ ଉଭୟ କଂଗ୍ରେସ , ବି ଜେ ଡି , ଓ ବି ଏସ ପି ଦଳର ସମସ୍ତ କର୍ମକର୍ତା ଆଜି ବିଷମକଟକ ମାଆ ମାର୍କମା ମନ୍ଦିର ଠାରୁ ବିରାଟ ରାଲି ରେ ବ୍ଲକ ଯାଏ ଶତାଧିକ ଲୋକେ ବାହାରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ଗୋଷ୍ଠିଉନ୍ନୟନ ଅଧିକାରୀ ଙ୍କୁ ଦିଆଯାଇଛି ।ତେବେ 1953 ମସିହା ରେ ସ୍ଥାପିତ ହୋଇଥିବା ତହସିଲ ଦୀର୍ଘ ପୁରାତନ ରେଅନ୍ତର୍ଭୁକ୍ତ ତହସିଲଦାର ଶ୍ରୀଯୁକ୍ତ କହଁର ଙ୍କୁ ମଧ୍ୟ ଦାବୀ ପତ୍ର ଦେଇଛନ୍ତି ।
ତେବେ ଏଇ ବିସମକଟକ ନିର୍ବାଚନମଣ୍ଡଳୀ ରେ ରହିଥିବା ୧୫୦୦୦ ସଂଖ୍ୟକ ଲୋକଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ସରକାର ବିସମକଟକ ବ୍ଲକ କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେଲେ ସରକାର ବିକାଶ ଚାହୁଁ ଛନ୍ତି ବୋଲି ଜଣାପଡିବ ।