କାଶୀପୁର:(ଅଞ୍ଜନ କୁମାର ନାଏକ)ସେମାନେ ହେଲେ ସାଧାରଣ ଡ୍ରାଇବର! ତାଙ୍କ ପାଖରେ ହୃଦୟ ଅଛି, ସାଧାରଣ ଜନତାଙ୍କ ଦୁଃଖ ସହି ପାରନ୍ତି ନାହିଁ କିନ୍ତୁ ସରକାର ତାଙ୍କ ଦୁଃଖ ଗୁହାରିକୁ ଶୁଣିବାରେ କର୍ଣ୍ଣପାତ କରୁନାହାନ୍ତି!ଆଜ୍ଞା ହଁ ଏହା ଆମେ ନୁହଁ! ଏହି ଡ୍ରାଇବର ମାନେ କହୁଛନ୍ତି!ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓଡିଶା ଡ୍ରାଇବର ମହାସଂଘ କାଶୀପୁର ବ୍ଲକ ତାଙ୍କ ଆନ୍ଦୋଳନ ଅବ୍ୟାହତ ଥିବାବେଳେ 16 ତାରିଖ ଅପରାଂନ୍ହ ର ଘଟଣା, କଳାବୈଶାଖୀ ଝଡବାତ୍ୟା ର ସମ୍ଭାବନା ଥିବାବେଳେ ପ୍ରାୟ 35 ରୁ 40 ପରିବାର ଲୋକେ PDS ଚାଉଳ ପାଇବାରେ ବଞ୍ଚିତ ହେଉଥିଲେ l
କାରଣ ଓଡିଶା ଡ୍ରାଇବରଙ୍କ ଅଖଚଖ ବନ୍ଦ ସ୍ଟେରିଙ୍ଗ ଛାଡ ଆନ୍ଦୋଳନ ଯୋଗୁଁ ଅଞ୍ଚଳରେ ଏକପ୍ରକାର ଯାନବାନ ବିହୀନ ଶାନ୍ତ ବାତାବରଣ ଦେଖାଯାଇଥିବା ବେଳେ କାଶୀପୁରରେ ବସବାସ ମାଇକଞ୍ଚ GP ତଥା ମାଇକଞ୍ଚ ଗ୍ରାମର ପାଖାପାଖି ଚାଳିଶ ପରିବାର ଖାଉଟି PDS ହିତାଧିକାରୀ ମାନେ ଚାଉଳ ନେବା ପାଇଁ କାଶୀପୁର ଠାରୁ ସହଳ କିଲମିଟର ବାଟ ଚାଲିଚାଲି ଯିବାର ଏକ ବିଚଳିତ ଖବର କାଶୀପୁର ଡ୍ରାଇବର ସଂଘକୁ ମିଳିଥିଲା l ଏହି ଭଳି ପୁଣି ଏକ ବିଚଳିତ ଖବର ଯାହା ଜଣେ ପ୍ରସବ ମହିଳାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ 16 କିଲୋମିଟର ତାଙ୍କ ଘର ମାଣ୍ଡିବିଶି ପଞ୍ଚାତାକୁ ଏକ ଗାଡିର ବନ୍ଦୋବସ୍ତ କରିଥିଲେ ଏହି ଡ୍ରାଇବର ସଂଘ କାଶୀପୁର l
ଡ୍ରାଇବର ମାନେ ଜନସାଧାରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆନ୍ଦୋଳନ କରୁଛନ୍ତି , ସେମାନେ ମଧ୍ୟ ମଣିଷ ତାଙ୍କର ହୁଦୟ ଅଛି ଏମିତି ସମୟରେ ସମାଜ ସେବା କରିବାରେ ଡ୍ରାଇବର ପ୍ରଥମ କିନ୍ତୁ ଏ ଦିଗରେ ଡ୍ରାଇବୋରଙ୍କ ନ୍ୟାର୍ଯ୍ୟ ଦାବି କହିଲେ ସରକାରଙ୍କ ହୃଦୟଙ୍ଗମ ହେଉ ନାହିଁ କାରଣ ସରକାର ପାଖେ ହୃଦୟ ନାହିଁ ବୋଲି କାଶୀପୁର ଡ୍ରାଇବର ସଂଘ ସଭାପତି ଜଗିଜୀବନ ନାଏକ ପ୍ରକାଶ କରିଛନ୍ତି l ଡ୍ରାଇବର ସଂଘର ମାନବିକତା ଆଚରଣକୁ ପ୍ରସଂଷା କରି ମାଇକଞ୍ଚ କଲୋନୀ ବାସୀ ଏବଂ ମାଣ୍ଡିବିଶି ପ୍ରସବ ପୀଡିତା ପରିବାର ଧନ୍ୟବାଦ ଦେଇଛନ୍ତ l