ରକ୍ତଦାତା ପ୍ରବର୍ତ୍ତକ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

39 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣା ମହିଳା ଶିଳ୍ପ ତାଲିମ କେନ୍ଦ୍ର ଠାରେ ଓଡିଶା ରେଡକ୍ରସ ବୌଦ୍ଧ ଶାଖା ଆୟୋଜନରେ ରକ୍ତଦାତା ପ୍ରବର୍ତ୍ତକ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l

ବ୍ଲଡ ବ୍ୟାଙ୍କ ଅଧିକାରୀ ଡl ଭଞ୍ଜ କିଶୋର ରାମ ଚନ୍ଦ୍ର ହେମ୍ବ୍ରମ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନ୍ ଏ ସି ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡl ସଂଘମିତ୍ରା ପଣ୍ଡା , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ମହାପାତ୍ର, ରକ୍ତଦାତା ପ୍ରବର୍ତ୍ତକ ସଂଘ ସଂପାଦକ ଦେବାଶିଷ ପୁରୋହିତ ମଞ୍ଚାସିନ ଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଯୋଗଦେଇ ଉପସ୍ଥିତ ରକ୍ତଦାତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ତଥ୍ଯ ସହିତ ଉତ୍ସାହିତ କରିଥିଲେ l

୨୦୨୩ ମସିହା ମଧ୍ୟରେ ଜିଲ୍ଲାରେ କେତେ ଗୋଟି ରକ୍ତ ଦାନ ଶିବିର କରିହେବ ଓ ଏଥିରେ କେଉଁ ଅନୁଷ୍ଠାନ ଦାୟିତ୍ଵ ବହନ କରିବେ ତାର ଊପରେ ଆଲୋଚନା ହୋଇଥିଲା l ଜିଲ୍ଲାରେ କୌଣସି ବ୍ୟକ୍ତି ରକ୍ତ ବିନା ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ସଂକଳ୍ପ ନେଇଥିଲେ l ଆସନ୍ତା ଦିନରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ସ୍ଥିର କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ l

Related Post

ବରୀରେ ମାନିଲେ ବ୍ୟବସାୟୀ ମାନିଲେ ନାହିଁ ଲୋକେ

Posted by - March 30, 2020 435
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରି କୃପାସିନ୍ଧୁ ବିଦ୍ୟାଭବନ ର ଖେଳ ପଡ଼ିଆରେ ହୋଇଥିବା ସାପ୍ତାହିକ ହାଟରେ ଲୋକମାନେ ସମ ଦୂରତାରେ ହାଟ ସଉଦା କିଣିବେ ଏଇ ଲକ୍ଷ୍ୟନେଇ…

ଆସନ୍ତା ୮ ତାରିଖରେ ବୌଦ୍ଧରେ ହେବ ପେନଶନ ଅଦାଲତ

Posted by - September 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନଶନ ଅଦାଲତ ଅନୁଷ୍ଠିତ ହେବବୋଲି ଜଣାଯାଇଛି । ପେନଶନ ଅଦାଲତ…

ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

Posted by - October 2, 2019 0
ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ଦେଶବ୍ୟାପି ପାଳନ କରା ଯାଉଛି. ଏହି ଉପଲକ୍ଷେ ଆଜି ଅନଗୁଳ…

ନିଷ୍ଠା ପରିବାର ତରଫରୁ ଅଷ୍ଟସମ୍ଭୁ ପୀଠ ଗାଇସିମାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର

Posted by - August 10, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ପବିତ୍ର ପୂଣ୍ୟ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅଷ୍ଟସମ୍ଭୁ ଶ୍ରୀଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଶୈବପୀଠ ଗାଇସିମା,ବରଗଡ ଠାରେ ନିଷ୍ଠା ପରିବାର ତରଫରୁ ଏକ…