Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଏଜେଣ୍ଟଙ୍କ ମର୍ଜି ରେ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ବ୍ୟବସ୍ଥା,କେସିଙ୍ଗା ଓ ଥୁଆମୂଳ ରାମପୁର ବ୍ଳକ ପାଇଁ ତନଖି ପାଇଁ ନିର୍ଦ୍ଦେଶଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ

32 0

କେସିଙ୍ଗା: ୧୪/୩(ପ୍ରୀତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା ରେ ମଧ୍ୟାହ୍ନ ଭୋଜନ କଲେଙ୍କେରୀ ର ଅଭିଯୋଗ ଲମ୍ବା ହେବାରେ ଲାଗିଛି।ଗତ ୧୦ ବର୍ଷ ହେଲା ୪ ଏଜେଣ୍ଟ ସବୁ ମଧ୍ୟାହ୍ନ ବ୍ୟବସ୍ଥା କୁ ନିଜ କବଜା ରଖିଛନ୍ତି।ଯାହାକୁ ବିଭାଗୀୟ ଅଧିକାରୀ ଙ୍କ ବି ଅକଲ ଗୁଡୁମ ହୋଇ ଯାଉଛି।ଜିଲ୍ଲା ଶିକ୍ଷା ଅଧିକାରୀ ବାରମ୍ବାର ଟେଣ୍ଡର କରିବାର ଉଦ୍ୟମ କଲେ ବି ଏମାନେ କରାଇ ଦେଉ ନ ଥିବା କଥା କୁ ବିଭାଗ ସ୍ୱୀକାର କରିଛି।ସେହିଭଳି କେସିଙ୍ଗା ଓ ଥୁଆମୂଳ ରାମପୁର ବ୍ଳକ ରେ ଚାଉଳ ହେରାଫେରି ନେଇ ବାରମ୍ବାର ଅଭିଯୋଗ ପରେ ତନଖି ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ସୁଶାନ୍ତ ଚୋପଦାର ବ୍ଳକ ଶିକ୍ଷା ଅଧିକାରୀ ମାନଙ୍କୁ ତନଖି କରିବା ଶହ ନିଜେ ରହି ଚାଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲା ରେ ୧୩ ଟି ବ୍ଳକ ର  ୨୧୬୬ ସ୍କୁଲରେ ୧ ଲକ୍ଷ ୮୬ ହଜାର ୩୨୪ ଛାତ୍ରଛାତ୍ରୀ ଏହି ଯୋଜନା ରେ ସାମିଲ ହୋଇଛନ୍ତି।

ଏଥିପାଇଁ ବର୍ଷକୁ ସରକାର ପ୍ରାୟ ୨ କୋଟି ୧୭ ଲକ୍ଷ ୧୪ ହଜାର ୧୮୫ ଟଙ୍କା ଖର୍ଚ୍ଚ କରନ୍ତି।ହେଲେ  ଏଠି ଏତେ ଟଙ୍କା ଖର୍ଚ୍ଚ ପରେ ବି ଯୋଜନା ବାଟବଣା ହୋଇଯାଇଛି।ଟେଣ୍ଡର ହେବାକୁ ଦେଉନାହାନ୍ତି ଏଜେଣ୍ଟ ମାନେ।ଏମାନଙ୍କ ଫିକ୍ସିଂ ଯୋଗୁଁ ଅନ୍ୟ ସଂସ୍ଥା କି ବ୍ୟକ୍ତି ଟେଣ୍ଡର ରେ ଅଂଶ ଗ୍ରହଣ କରୁ ନାହାନ୍ତି।ଜିଲ୍ଲା ରେ ମା ତାରିଣୀ  ସଂସ୍ଥା ୪ ଟି ବ୍ଳକ,ମୁରାରି ଲାଲ ଅଗ୍ରୱାଲ ୩ ଟି,ବ୍ରଜେନ୍ଦ୍ର ମେହେର ୨ ଟି ଏବଂ ଜଳନ୍ଧର ନାଏକ ୪ ଟି ବ୍ଳକ ରେ ଥିବା ସ୍କୁଲ ମାନଙ୍କ ରେ ଚାଉଳ ଯୋଗାଣ କରୁଛନ୍ତି।ବିଶେଷ କରି ଏଜେଣ୍ଟ ଓ କିଛି ଶିକ୍ଷକ ଙ୍କ ଅସାଧୁମେଣ୍ଟ ପାଇଁ ଚାଉଳ ରେ ବ୍ୟାପକ ହେରାଫେରି ହେଉଥିବା ର ଅଭିଯୋଗ ହୋଇଛି।ତାହା ନ ହେଲେ କିଛି ବ୍ଳକ ରେ ୨ ମାସ ଓ କିଛି ବ୍ଳକ ରେ ଗୋଟିଏ ମାସ ଧରି ବିନା ଚାଉଳ ରେ ସ୍କୁଲ କେମିତି ଚାଲିଲା ବୋଲି ପ୍ରଶ୍ନ ଉଠିଛି।

ପୂର୍ବରୁ ସ୍କୁଲ ମାନଂକୁ ଦିଆଯାଉଥିବା ଚାଉଳ ବସ୍ତା ରେ ୪/୫ କେଜି ଚାଉଳ ଯାଉଥିଲା।ଯାହା ନେଇ ସମ୍ବାଦ ରେ ବାରମ୍ବାର ଖବର ପ୍ରକାଶିତ ପରେ ପୂର୍ଵ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ବର୍ତ୍ତମାନ ଜିଲ୍ଲା ଶିକ୍ଷାଅଧିକାରୀ  ସ୍କୁଲ ପଏଣ୍ଟ ରେ ଓଜନ କରି ଚାଉଳ ଦେବାର ଆରମ୍ଭ କରିଥିଲେ।କିଛି ମାସ ଚାଲିବା ପରେ ବର୍ତ୍ତମାନ ପୂର୍ଵ ଭଳି ଅବସ୍ଥା କୁ ଫେରି ଆସିଲେଣି।ଦୁର୍ଗମ ଥୁଆମୂଳ ରାମପୁର,ମଦନପୁର ରାମପୁର , ଜୟପାଟଣା ଭଳି ବ୍ଳକ ର ଭିତରେ ଥୁବା ସ୍କୁଲ କୁ ଚାଉଳ କିପରି ଯୋଗାଣ ହେଉଛି ତାହା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଖୋଦ ଶିକ୍ଷା ବିଭାଗ  ଟେଣ୍ଡର ରେ ଅନ୍ୟ କେହି ଭାଗ ନେଉ ନ ଥିବାରୁ ବାଧ୍ୟ ହୋଇ ଏମାନଙ୍କୁ ଚାଉଳ ବଣ୍ଟନ ଦାଇତ୍ୱ ଦେବା କଥା କହିଛି।ଏମିତି କି ଗୋଟିଏ ଟେଣ୍ଡର ରେ ଗୋଟିଏ ପେଜେଟ ରେ ରଦି କାଗଜ ଅନ୍ୟ ଟି ଖାଲି ଆସିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।ଫଳରେ ଏଜେଣ୍ଟ ଙ୍କ ପଦୁର୍ଭାଵ ବଢ଼ିବାରେ ଲାଗିଛି।ସରକାର ଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ଜିଲ୍ଲା ରେ ଝୁଣ୍ଟି ପଡୁଛି।ଯାହାର ତଦନ୍ତ ହେଲେ ବହୁ ଗୁମର ଫିଟିବ ବୋଲି ସାଧାରଣ ରେ ପ୍ରକାଶ ପାଇଛି।

 

Related Post

ବିଜେପି ପକ୍ଷରୁ ଧାନମଣ୍ଡି ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଦାବିପତ୍ର

Posted by - December 22, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୃଷକ ମାନଙ୍କ ବିବିଧ ସମସ୍ୟାର ସାମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଭାରତୀୟ ଜନତା ପାର୍ଟି ।ମଣ୍ଡି ଖୋଲି ନଥିବା ସ୍ଥାନରେ ତୁରନ୍ତ ମଣ୍ଡି ଖୋଲିବା, ଶୃଙ୍ଖଳିତ ଭାବେ ଚାଷୀମାନଙ୍କର ଧାନ କିଣିବା ବ୍ୟବସ୍ଥା କରାଯିବା, କୃଷକ ପଞ୍ଜିକରଣ ଆଦି ଦାବି ରଖି ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଧାନକ୍ରୟରେ ସରକାର ଉତ୍ପାଦିତ ଧାନ ଠିକ୍ ଢ଼ଙ୍ଗରେ କ୍ରୟ କରୁନଥିବା କାରଣରୁ ଚାଷୀମାନେ କ୍ଷତିର ସମ୍ମୁଖିନ ହେଉଛନ୍ତି । ଏହାର ପ୍ରତିବାଦରେ ବିଜେପିର ଜିଲା ସାଧାରଣ ସମ୍ପାଦକ ସୁଦିପ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଭେଟି କୃଷକ ମାନଙ୍କ ଦାବି ଉପସ୍ଥାପନା କାରିବା ସହ  ୧୦ଦଫା ବିଷିଷ୍ଠ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବତନ ଦଶରଥପୁର ବ୍ଲକ ଅଧକ୍ଷ ରମେଶ ଚନ୍ଦ୍ର ସାମଲ , ମଣ୍ଡଳ ସଭାପତି ମନ୍ମଥ ବରାଳ, ସୁରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ୭ ଦିନ ମଧ୍ୟରେ ରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ

Posted by - August 29, 2020 0
ଯାଜପୁର: :(ଆନନ୍ଦ ଚନ୍ଦ୍ର ସାହୁ )ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ…

ସମ୍ବଲପୁର ଏସପି ଙ୍କ ସାମ୍ବାଦିକ ସମିଳନୀ , ନିଜେ ଗାତ ଖୋଳି ଗାତରେ ପଡିଲେ ଫାଇନାନ୍ସ କର୍ମଚାରୀ

Posted by - August 24, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଭାରତ ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ଼ ଅର୍ଥ ଲଗାଣ କାରି ସଂସ୍ଥା ର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତି ଲାଲ ବିଶ୍ୱାଳ ଦୁଇ ସହଯୋଗୀଙ୍କ…

ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Posted by - August 17, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ l ସୁବର୍ଣ୍ଣପୁର,, ବୌଦ୍ଧ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ…

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ:ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ପୋଲିସ ର ବ୍ୟାପକ ପ୍ରସ୍ତୁତି

Posted by - February 18, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ ଫେବୃଆରୀ ୧୬ ତାରିଖ ବୁଧବାର ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଅନେକ…