ନିଯୁକ୍ତି ନାମରେ ବେଦାନ୍ତ କମ୍ପାନୀର ପ୍ରତାରଣା, ପୂର୍ବ ଯୋଜନା ମୁତାବକ ଉତ୍କୋଚ ନେଇ ନିଯୁକ୍ତି ଦିଆ ଯାଉଥିବା ଅଭିଯୋଗ

43 0

ରାୟଗଡା :(ରମାକାନ୍ତ ପୋଧାଲ)ରାୟଗଡା ଏକ ଅନୁନ୍ନତ ଆଦିବାସୀ ବହୁଳ ପଛୁଆ ଜିଲ୍ଲା ଅଟେ l ଜିଲ୍ଲା ସୀମାନ୍ତରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଅବସ୍ଥାପିତ ବେଦାନ୍ତ ଆଲୁମିନା କମ୍ପାନୀ ଦୀର୍ଘ ବର୍ଷ ହେବ ପରିଚାଳିତ ହେଉଛି l କମ୍ପାନୀ ଦ୍ୱାରା ପ୍ରଭାବିତ ଅମ୍ବାଦଳା ଥାନା ଅଧୀନର ବିଭିନ୍ନ ପଞ୍ଚାୟତ ଅମ୍ବାଦଳା, ପାଇକ ରାଣୀପିଣ୍ଡା ଓ ଅମ୍ଳାଭଟ୍ଟା ଅଞ୍ଚଳ ବାସି ଜଙ୍ଗଲ ଜମି ଓ ପାଣି ହରାଇ ଧୂଳି ଧୂଆଁ ଖାଇ ପ୍ରଭାବିତ ହୋଇ ଜୀବନ ଅତିବାହିତ କରୁଛନ୍ତି କିନ୍ତୁ ଅଞ୍ଚଳର ବିକାଶ ହେଉ କିମ୍ବା ଶିକ୍ଷିତ ଯୁବା ଯୁବତୀ ବେକାରିଙ୍କୁ ନିଯୁକ୍ତି ହେଉ କମ୍ପାନୀ ଏହି କ୍ଷେତ୍ରରେ ସପୂର୍ଣ ଫେଲ ମାରିଥିବା ସ୍ପଷ୍ଟ ଭାବରେ ଜଳ ଜଳ ଦେଖାଯାଉଛି l

ପ୍ରଭାବିତ ଅଞ୍ଚଳର ଶତାଧିକ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଉଚ୍ଚ ଶିକ୍ଷିତ ହେବାର ଆଶା ବାନ୍ଧିଥିବା ଯୁବା ଯୁବତୀ ଦୂର କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର ଓ ଗୁଜୁରାଟ ପରି ବିଭିନ୍ନ ରାଜ୍ୟରେ ଦାଦନ ଯାଇ ନିଜ ନିଜର ସ୍ୱପ୍ନ ଦାନା ବାନ୍ଧୁଛନ୍ତି କିନ୍ତୁ ପରିତାପର ବିଷୟ ଏଠି ଜମିହରାଙ୍କୁ ବେଦାନ୍ତ କମ୍ପାନୀ ନିଯୁକ୍ତିର ପ୍ରତିଶୃତି ଦେଇ ବେଦାନ୍ତ କମ୍ପାନୀ ପ୍ରତାରଣା କରି ବଦଳରେ କମ୍ପାନୀରେ ସ୍ୱଳ୍ପ ସମୟ ପାଇଁ ଅନୁବନ୍ଧିତ କମ୍ପାନୀ ଗୁଡିକରେ ବିଭିନ୍ନ ପଦ ପଦବୀରେ ନିୟୋଜିତ କରି ନିଯୁକ୍ତି ଦେଇ ଥିବାର ବହସ୍ପଟ ମାରୁଛି l ପ୍ରଭାବିତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଓ ପାନୀୟ ଜଳ ପରି ମୌଳିକ ସମସ୍ୟା ଉପରେ ପ୍ରାଧାନ୍ୟ ଦେବା ସ୍ଥଳେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରଲୋଚନାରେ ଆସି ତାଙ୍କ ମୁଣାକୁ ଗରମ କରିବା ସହ ବ୍ୟକ୍ତିଗତ ଭାବେ ଜୈନିକ ଧାର୍ମିକ ଅନୁଷ୍ଠାନର ଉନ୍ନତି ଦିଗରେ କିଛି ଅର୍ଥ ବିନିଯୋଗ କରି ପ୍ରଭାବିତ ଅଞ୍ଚଳର ବିକାଶ କରୁଥିବା ଡିମଡିମ ପିଟୁଛି କମ୍ପାନୀ l

ପ୍ରକାଶ ଥାଉ କି ଚଳିତ ବର୍ଷ ଫେବୃଆରୀ ମାସରେ +2 ପାସ କରି ଘରେ ରହୁଥିବା ଛାତ୍ରୀ ମାନଙ୍କୁ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଅଞ୍ଚଳ ବାସୀଙ୍କୁ କମ୍ପାନୀ ଠକି ଥିବା ଅଭିଯୋଗ ଆଣିଛନ୍ତି କିଛି ଗ୍ରାମବାସୀ l ପୂର୍ବ ଯୋଜନା ମୁତାବକ କିଛି ଟାଉଟର କୁଜିନେତାଙ୍କ କ୍ୟାଣ୍ଡିଡେଟକୁ ନିଯୁକ୍ତି ଦେବା ସହ ଆଉ କିଛି ଲୋକଙ୍କୁ ନିୟୋଜିତ ବେଦାନ୍ତ କର୍ମଚାରୀ ଓ ଅଧିକାରୀ ଉତ୍କୋଚ ମାଗିଥିବା ଅଭିଯୋଗ ହେଉଛି l ଅମ୍ବାଦଳା ପଞ୍ଚାୟତ ଅନଯୋଡି ଗ୍ରାମରେ ହୋଇଥିବା ଗ୍ରାମସଭା ମଧ୍ୟ ଆଦିବାସୀଙ୍କୁ ମିଥ୍ୟା ପ୍ରତିଶୃତିର ଏକ ନଗ୍ନ ଉଦାହରଣ ବୋଲି ଚର୍ଚ୍ଚା ହେଉଛି l

Related Post

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛି ବିଜେଡି

Posted by - February 4, 2019 2
ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି।…

ବିଷ୍ଣୁପୁର ଗ୍ରାମ ରେ ମହାବୀର ପଂଚୁକ ମେଳା ଅନୁଷ୍ଠିତ

Posted by - November 19, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମ ରେ ପଂଚୁକ ମେଳା ଏବେ ଆରମ୍ଭ। ଏହି ମେଳା ଲକ୍ଷ୍ମୀ ପୂଜାରୁ ରାହାସ ପୂର୍ଣ୍ଣମା ପର୍ଯ୍ଯ ଏକମାସ ଧରି ଚାଲିଛି।…

ନନ୍ଦନକାନନରେ ଜନ୍ମ ନେଇ ଥିବା ପୁରୁଷ ସିଂହ ଶାବକର ମୃତ୍ୟୁ

Posted by - July 24, 2021 0
ଉତ୍ତରଭୁବନେଶ୍ୱର୍:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହି ବିଜିଲି ଓ ସମ୍ରାଟ ମିଳନରୁ ଜନ୍ମ ନେଇ ଥିବା ପୁରୁଷ ସିଂହ ଶାବକ ର ଆଜି ମୃତ୍ୟୁ ହୋଇଛି…

ସମ୍ୱଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଢ଼ାରଜା ପାହାଡ଼ରେ ବ୍ରୁକ୍ଷ ମାନଙ୍କୁ ରକ୍ଷାବନ୍ଧନ କାର୍ଯ୍ଯକ୍ରମ ଅନୁଷ୍ଠିତ

Posted by - August 10, 2022 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ) ସବୁଜ ବ୍ରୁକ୍ଷରାଜି ପରିବେଷ୍ଟିତ ପ୍ରାକ୍ରୁତିକ ସୌନ୍ଦର୍ଯ୍ଯରେ ଭରପୁର ଐତିହାସିକ ବୁଢ଼ାରଜା ପାହାଡ଼ ସମ୍ୱଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ…