ରାଜ ରାସ୍ତାରେ ଡ୍ରାଇଭର,ରାଜ୍ୟ ମହାସଂଘ ନିଷ୍ପତି କ୍ରମେ ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ର ଶାନ୍ତିପୁର୍ଣ ଗଣଧାରଣା.

77 0

ହରଭଙ୍ଗା :୧୫/୦୩(ଚିତ୍ତରଞ୍ଜନ ସିଂ)ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଦିଆଯାଇଥିବା 10 ଦଫା ଦାବୀ ବନ୍ଦ ଡାକରା ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡ୍ରାଇଭର ମହାସଙ୍ଘ ବନ୍ଦ ଡାକରା କୁ ସମର୍ଥନ ଜଣାଇ ବୁଧବାର ଦିନ ଚାରିଛକ ସ୍ଥିତ ହାଟପଦା ଠାରେ ଶାନ୍ତି ପୁର୍ଣ ଗଣଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି l ବୁଧବାର ଦିନ ବ୍ଲକ ର ଶତାଧିକ ଡ୍ରାଇଭର ଉକ୍ତ ଗଣଧାରଣା ସ୍ଥଳକୁ ପହଁଚି, ନିଜର ହକ ଲଢେଇପାଇଁ ନାରାବାଜି ଦେବାସହ, ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିବା ଜଣାପଡିଛି l

ଏହି ଗଣଧାରଣା ସମୟ ରେ ସଙ୍ଘ ପକ୍ଷରୁ ସ୍କୁଲ ବସ, ଆମ୍ବୁଲାନ୍ସ ସମେତ ଜରୁରୀ କାଳୀନ ଯାନ ଗୁଡିକ ଛାଡି ଦେଇଥିବା ବେଳେ ଓଡିଶା ଡ୍ରାଇଭର ସଙ୍ଘ ର ସଦସ୍ୟ ଥିବା କେତେକ ଡ୍ରାଇଭର ଆମାନ୍ୟ ହୋଇ ରାସ୍ତା ରେ ଗାଡି ଚଳାଇ ଯାଉଥିବା ଦେଖିବାକୁ ପାଇ ସୌଜନ୍ୟ ଭାବେ ବୁଝା ସୁଝା କରି ହରଭଙ୍ଗା ଡ୍ରାଇଭର ସଙ୍ଘପକ୍ଷରୁ ଉକ୍ତ ଡ୍ରାଇଭର ଭାଇ ମାନଙ୍କୁ ଅଟକାଇ ଫୁଲମାଲ ଓ କଦଳୀ ଖାଇବାକୁ ଦେଇ ଛାଡୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l

 

ଏହି ବନ୍ଦ ଡାକରା ରେ ବ୍ଲକ ଉପ ସଭାପତି ସୁଜିତ ଗାଈଗୌରିଆ, ସମ୍ପାଦକ ରଂଜିତ ବେହେରା, ସହ ସମ୍ପାଦକ ବିଜୟ ମଲ୍ଲିକ, କୋଷାଧକ୍ଷ ଗଣେଶ ବେହେରା, ଙ୍କ ସମେତ 22 ଗୋଟି ପଞ୍ଚାୟତ ର ପ୍ରାୟ 1500ରୁ ଉର୍ଦ୍ଧ ଡ୍ରାଇଭର ଭାଇ ମାନେ ଯୋଗ ଦେଇଥିବା ବେଳେ ବନ୍ଦ ଡାକରାକୁ ଦୃଷ୍ଟି ରେ ରଖି ଶାନ୍ତି ପୁର୍ଣ ଶୃଙ୍ଖଳା ପାଇଁ ପୁରୁଣା କଟକ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ତା କରାଯାଇଥିବା ଦେଖିବାକୁ ମିଳିଥିଲା!

Related Post

ବିନା ସୂଚନା ଫଳକରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ଅଭିଯୋଗ

Posted by - June 18, 2021 0
ବୌଦ୍ଧ::(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର କାନ୍ତମାଳ ବ୍ଲକର କୁଳୁତଯୋର ପଞ୍ଚାୟତର ଫସେଡ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ତାହା ଅତି ନିମ୍ନମାନର କାମ ହୋଇଥିବର ଅଭିଯୋଗ…

ଆରମ୍ଭ ହେଲା ବିଧାନସଭା ଉଠିଲା ମାସ୍କ ଦୁର୍ନୀତି କଥା

Posted by - September 30, 2020 0
ମହାମାରୀ କରୋନା କାଳରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ…

ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

Posted by - October 9, 2022 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ…

ତୃଟିପୂର୍ଣ୍ଣ ବନ୍ଦୋବସ୍ତ ବ୍ୟବସ୍ଥା ର ଶିକାର କଳାହାଣ୍ଡି ରୟତ, ସମସ୍ୟା ର ସମାଧାନ ପାଇଁ ଦାବୀ

Posted by - April 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ବନ୍ଦୋବସ୍ତ ଯୋଗୁଁ ରୟତ ବିଶେଷକରି ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆଠାରୁ ଡିଏନ ରିଶର୍ଟ ଯାଏଁ ଟ୍ରାଫିକ ଜାମ – ଯିବା ଲୋକ ହଟହଟା

Posted by - March 20, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଟିଟିଲାଗଡ ସହରର ନାଁ ଆଗକୁ ବଢ଼ିବାରେ ଲାଗିଛି। ଗମନା ଗମନ ପାଇଁ ହେଉ କି ପାଠ ପଢା ପାଇଁ ହେଉ କି…