ଧର୍ମଗଡ:୧୫/୩(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଅନ୍ତର୍ଗତ ଗଡିଆଯୋର ଗ୍ରାମ ର ଗଉନ୍ତିଆ ତଥା ଖୁଣ୍ଟିଆ ସ୍କୁଲ ରେ କାର୍ଯ୍ୟ ରତ ଶିକ୍ଷକ ମିତ୍ରଭାନୁ ନାଏକ ଙ୍କ ୪୨ ବର୍ଷ ବୟସ ରେ ଗତ କାଲି ରାତି ରେ ପରଲୋକ ହୋଇ ଯାଇଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟ ରେ ନିକଟ ରେ ସାନ ଭାଇ ଗଡିଆଯୋର ସରପଞ୍ଚ ଉଦିତ କୁମାର ନାଏକ, ସ୍ତ୍ରୀ, ଦୁଇ ନାବାଳକ ପୁତ୍ର ପରିବାର ବର୍ଗ ଉପସ୍ଥିତ ଥିଲେ ।
ସେ ଜଣେ ମେଳାପି, ମିଷ୍ଟ ଭାଷୀ , ପରୋପକାରୀ ବ୍ୟକ୍ତି ଥିଲେ । ଆଜି ତାଙ୍କ ଶବାଧାର ଯିବା ସମୟ ରେ ଶତାଧିକ ପୁରୁଷ, ମହିଳା ଓ ଗ୍ରାମ ବାସୀ ସାମିଲ ହୋଇ ତାଙ୍କ ପ୍ରିୟ ଗଉନ୍ତିଆ ଙ୍କୁ ଅଶ୍ରୁଳ ବିଦାୟ ଦେଇ ଥିଲେ । ଆଜି ସକାଳେ ଶୋକାକୁଳ ପରିବେଶ ରେ ଗ୍ରାମ୍ୟ ଶ୍ମଶାନ ଠାରେ ତାଙ୍କ ର ଶେଷ କୃତ୍ୟ ସଂପନ୍ନ ହୋଇ ଯାଇଛି । ତାଙ୍କର ଦେହାନ୍ତ ରେ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।