ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲ୍ଲାରୁ ୬୫ ଜଣ ତୀର୍ଥ ଯାତ୍ରୀ

38 0

ସୁବର୍ଣ୍ଣପୁର:( ଅଜିତ କୁମାର ପୁଜାହାରୀ)ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ବସ କୁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିବା ସହ ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି l

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସମେତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସଫଳ ତୀର୍ଥ ଭ୍ରମଣ ନିମନ୍ତେ ଶୁଭ କାମନା କରି ଉତ୍ସାହିତ କରିଥିଲେ l

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ବ ସହାୟକ ସହଦେଵ ମେହେର ଓ ବିଶ୍ୱ ପ୍ରତାପ ସେଠ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ନେଇ ବାହାରିଥିବା ଏହି ବସ ଆଜି ସନ୍ଧ୍ୟା ରେ ସମ୍ବଲପୁର ରେ ପହଂଚିବ l ଆସନ୍ତା କାଲି ସକାଳ ୧0 ଘଂ ରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଆମ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କ ସହ ରାଜ୍ୟ ର ବିଭିନ୍ନ ଅନ୍ୟ ୯ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଙ୍କୁ ନେଇ ମହାରାଷ୍ଟ୍ର ଅନ୍ତର୍ଗତ ନାସିକ ଓ ସିରିଡ଼ି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l

 

Related Post

ଶିଶୁ ମନ୍ଦିର ରେ ଗଣିତ ମେଳା

Posted by - December 23, 2019 229
କେନ୍ଦୁଝର:ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ଏହି ଉପଲକ୍ଷେ ବିଦ୍ୟାଳୟ ରେ ଗଣିତ ମେଳା ର…

ଟିଟିଲାଗଡ଼ର ନୂତନ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣକଲେ ଶ୍ରୀମତି ମିନାକ୍ଷୀ ରାଜ

Posted by - December 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଭାବେ ଶ୍ରୀମତି ମିନାକ୍ଷୀ ରାଜ ଗତ ଡିସେମ୍ବର ୩ ରୁ ନୂତନ ଭାବେ ଦାୟିତ୍ଵ…

ବସ୍ତା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 3, 2021 0
ବସ୍ତା:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ପଞ୍ଚାୟତ ସମିତି ଅନ୍ତର୍ଗତ ୩୧ ଗୋଟି ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମସଭା କାର୍ଯ୍ୟ କ୍ରମ…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗାଡି,ଅଳ୍ପକେ ବର୍ତିଲେ ଡ୍ରାଇଭର

Posted by - January 8, 2023 0
ହରଭଙ୍ଗା :୦୪/୦୧ବୌଦ୍ଧ -କନ୍ଧମାଳ ସୀମାନ୍ତ ଘlଟି ରାସ୍ତା ତଳକୁ ଖସିଲା ଗାଡି!ଅଳ୍ପକେ ବର୍ତିଲେ ଡ୍ରାଇଭର!ସୂଚନା ଅନୁଯାଇ OD 23 N 3768ନମ୍ବର ଥିବା ଏକ ସିମେଣ୍ଟ ବୋଝେଇ…

ବୌଦ୍ଧ କୋର୍ଟ ରୁ କେସ ଫାଇଲ ଚୋରି,ଅଭିଯୁକ୍ତ ଙ୍କୁ ୬୦୦୦ ଟଙ୍କା ଜୋରିମାନା ସହିତ ୭ ବର୍ଷ ଜେଲ ଦଣ୍ଡlଦେଶ

Posted by - May 20, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କୋର୍ଟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା!କୋର୍ଟ କର୍ମଚାରୀ ଙ୍କ ସାହିତ ମିଶି କୋର୍ଟ ଭିତରୁ କେସ ଫାଇଲ ଚୋରି…