ଚାଷୀଙ୍କ କାମ ରେ ଆସୁନି ଚେକ ଡ୍ୟାମ,ଚେକ ଡ୍ୟାମ ପାଲିଟିଛି ଠିକାଦାର ଓ ଯନ୍ତ୍ରୀଙ୍କ ଭାତ ହାଣ୍ଡି

54 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି l ଏପରିକି ଚାଷ କ୍ଷେତ୍ର ରେ ପାଣି ହେଉଛି ମୁଖ୍ୟ, ଏନେଇ ସରକାର ଚାଷୀ ଙ୍କ ପାଇଁ ବରୱେଲ ଠୁ ଆରମ୍ଭ କରି , ଉଠା ଜଳସେଚନ, ଆନିକଟ ଭଳି ବିଭିନ୍ନ କ୍ଷେତ୍ର ରେ ଟଙ୍କା ଖର୍ଚ୍ଚ କରୁଛନ୍ତି l ଏପଟେ ସରକାର ବିଭିନ୍ନ ଯୋଜନା ନା ରେ ବାହାବାହା ନେଉଥିବା ବେଳେ କିନ୍ତୁ ବାସ୍ତବ କ୍ଷେତ୍ର ରେ ଦେଖିବାକୁ ଗଲେ ତୃଣ ମୂଳସ୍ତର ବିଭାଗୀୟ କର୍ମଚାରୀ ଓ ଠିକାଦାର ମଧୁ ଚନ୍ଦ୍ରିକାପାଇଁ ସରକାର ଙ୍କ ମହତ ଯୋଜନା ଟି ଫିକା ପଡିବା ସହ ସୁଫଳ ଯୋଜନା ଗୁଡିକ ଫେଲ ମାରୁଛି l

ଏଭଳି ଏକ ଅଭିଯୋଗ ଆଣିଛନ୍ତି ହରଭଙ୍ଗା ବ୍ଲକ ବଳରାମପୁର ଓ ମଧୁସୂଦନ ପୁର ଗ୍ରାମର ଚାଷୀ l ସୂଚନା ମତେ ମୁଖ୍ୟତଃ ଉକ୍ତ ଉଭୟ ଗ୍ରାମ ର ଚାଷୀଙ୍କ ସୁବିଧା ଦୃଷ୍ଟି ରୁ ଚିଲାଖଣ୍ଡି ନାଳ ର ବଳରାମପୁର ସରହ୍ରଦ ନିକଟରେ ଗତ 2021-22 ମସିହା ରେ 20ଲକ୍ଷ୍ୟ ଟଙ୍କା ବୟବରାଦ ରେ ପୁରୁଣା କଟକ କ୍ଷୁଦ୍ରଜଳସେଚନ ବିଭଗ ପକ୍ଷରୁ ନାଳଉପରେ ଆନିକଟ ନିର୍ମାଣ କରାଯାଇଥିଲା l କିନ୍ତୁ ଯନ୍ତ୍ରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚେକ ଡ୍ୟାମ ର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେବା ସହ ଆଜି ପର୍ଯ୍ୟନ୍ତ ଡ୍ୟାମ ରେ ଗେଟ ଲାଗିପାରିଲା ନାହିଁ l

ଫଳରେ ପାଣି ରହିବା ପରିବର୍ତ୍ତେ ଖୋଲା ମେଲା ସହ ଶୁଖିଲା ପଡିଛି ଉକ୍ତ ଡ୍ୟାମ l ସରାକର ଙ୍କ ଏପରି ଯୋଜନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧୂଳି ରେ ମିଶିବା ଏହା କାହା ସ୍ୱାର୍ଥ ରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରନ୍ତି lଏପଟେ ବିଲ ଉଠାଇ ଠିକାଦାର ଯନ୍ତ୍ରୀ ମାଲେ ମାଲ ହୋଇଥିବା ବେଳେ ସ୍ଥାନୀୟ ଚାଷୀ ପାଣି ପାଇଁ ଜଳକା ହୋଇ ଅନେଇ ବସିଛନ୍ତି l ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଡ୍ୟାମ କାର୍ଯ୍ୟ ର ପୁନଃରୁଦ୍ଧାର କରାଯାଇ ଚାଷ କ୍ଷେତ୍ର ରେ ନିର୍ଭର କରୁଥିବା ଉଭୟ ଗ୍ରାମର ଚାଷୀ ଙ୍କୁ ପାଣି ଯୋଗାଇ ଦେବାକୁ ଚାଷୀଙ୍କ ଭିତରେ ଦାବୀ ହେଉଛି l

Related Post

ମୂକ,ବଧିର ବାଳିକା ସନ୍ଧ୍ୟା ନିଖୋଜ, ଥାନାରେ ଏତଲା ଦାଖଲ କଲେ ପରିବାର ଲୋକେ

Posted by - November 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଭାଟଗୁଡା ଗ୍ରାମର ମୁକ ବଧିର ବାଳିକା ସନ୍ଧ୍ୟା ନିଖୋଜ ହେବା ସମ୍ପର୍କରେ ଥାନାରେ…

ଅଂଶୁଘାତ ମୁକାବିଲା ପ୍ରସ୍ତୁତି ବୈଠକ

Posted by - March 15, 2023 0
ବୌଦ୍ଧ:୧୫ା୩(ଚିତ୍ତରଞ୍ଜନ ସିଂ)ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି…

ନବରଙ୍ଗପୁର ରେ ଗୁରୁଦିବସ ଓ ଶିକ୍ଷକ ସମର୍ଦ୍ଧନା ଉତ୍ସବ ପାଳିତ

Posted by - September 6, 2021 0
ନବରଙ୍ଗପୁର :(ଗୋପାଳ ରାଓ )ନବରଙ୍ଗପୁର DIET ଅନୁଷ୍ଠାନ ରେ ଆଜି ନବରଙ୍ଗପୁର ଶିକ୍ଷକ ମାନଙ୍କ ଦ୍ୱାରା ଗୁରୁଦିବସ ଓ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦନା ଏବଂ…

ସିହିନି ସରପଞ୍ଚଙ୍କ ଉଦ୍ୟମ,ଉଦେପୁରର ଯୁବ ଗୋଷ୍ଠୀଙ୍କ ନିଶୁଳ୍କ ପରିଶ୍ରମ ଏବଂ ନାଗ ପରିବାରଙ୍କ ସହଯୋଗ ଯୋଗୁଁ ପାଣି ନିଷ୍କାସନ ସମସ୍ୟାର ହେଲା ସମାଧାନ

Posted by - July 5, 2022 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମରେ ଦୀର୍ଘ ଦିନ ହେଲା ରାସ୍ତା ଉପରେ, ଘର ସାମନାରେ ପାଣି…

୨ ପୁଟର ପାଣି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ

Posted by - August 16, 2020 0
ମାଲକାନଗିରି:(ଅବଦୁଲ ଘନି ) ଆଜି ଦେଶ ପାଳନ କରିଛି ୭୪ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଛନ୍ତି । କରୋନା ମହାମାରୀ ସମୟରେ ଦେଶବାସୀଙ୍କ ମନରେ ସାହସ ଭରିଛନ୍ତି । ଆତ୍ମନିର୍ଭରର…