ଧର୍ମଗଡ଼: ତା ୧୨/୩(ହେମନ୍ତ କୁମାର ମାଝୀ)ସରକାର ଲୋକ ଙ୍କ ଗମନାଗମନ ପାଇଁ ସରକାର ବର୍ଷ କୁ ପ୍ରତ୍ୟେକ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ ଖର୍ଚ୍ଚ କରୁଛନ୍ତି ଉକ୍ତ ଟଙ୍କା ସଠିକ୍ ଭାବରେ ଖର୍ଚ୍ଚ ହେଉନଥିବା ଅଭିଯୋଗ ହେଉଛି ତା’ର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛୁ ଵା ଅଭିଯୋଗ ହେଉଛି
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ଅଧିନରେ କୋକସରା ବ୍ଲକ ଡହ ଗାଁ ଭାୟା ଭାୟା ବେହେରା ପର୍ଯ୍ୟନ୍ତ। ମିଳିଥିବା ସୂଚନା ଅନୁଯାୟୀ ୭ କିମି ୯୦ ମିଟର ରାସ୍ତା ଅଟକଳ ବ୍ୟୟ ୧୦ କୋଟି ୨୦ ଲକ୍ଷ ଟଙ୍କା ଉକ୍ତ ରାସ୍ତା ଡହ ଗାଁ ମୂଷା ପାଳି ବାଙ୍କି ମୁଣ୍ଡା ବେହେରା ଦେଇ ରାଜ୍ୟ ସରକାର ଙ୍କ ଜୀବନ ରେଖା କୁହାଯାଉଥିବା ବିଜୁ ଏକ୍ସପ୍ରେସୱେ ରେ ସଂଯୋଗ ହେବ ଉକ୍ତ ରାସ୍ତା।
ସରକାର ସଦାବେଳେ ଲୋକ ଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଠିକାଦାର କେମିତି ଲାଭବାନ ହେବେ ଏବଂ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଅଧିକ ପରିମାଣରେ ପି ସି ମିଳିବ ସେଥିପାଇଁ ଠିକାଦାର କୁ ସୁହାଇଲା ଭଳି ସୁଯୋଗ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି।