ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

109 0

ଧର୍ମଗଡ:୧୨/୩(ହେମନ୍ତ କୁମାର ମାଝୀ)ବରିଷ୍ଠ ଔଷଧ ବ୍ୟବସାୟୀ ତଥା ପ୍ରଗତିବାଦୀ ର ଧର୍ମଗଡ ପ୍ରତିନିଧି ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପିତା ଗୁରୁ ପ୍ରସାଦ ଅଗ୍ରୱାଲ (୭୦) ଙ୍କ ଆଜି ମଧ୍ୟାହ୍ନ ରେ ହୃଦଘାତ ରେ ପରଲୋକ ହୋଇ ଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇ ଯାଇଛି । ସ୍ବର୍ଗତ ଅଗ୍ରୱାଲ ଧର୍ମଗଡ ମାରୱାଡ଼ି ସମାଜ ର ସଭାପତି ଥିଲେ । ଧର୍ମଗଡ ଠାରେ ଥିବା ଜୟହିନ୍ଦ୍ ମେଡ଼ିକାଲ ଓ ଜୟହିନ୍ଦ ଏଜେନ୍ସି ର ପ୍ରତିଷ୍ଠାତା ଥିଲେ । କଳାହାଣ୍ଡି କେମିଷ୍ଟ୍ ଓ ଡ୍ରଗିଷ୍ଟ ସଂଘ ର ସେ ପୂର୍ବତନ ସଭାପତି ରହିଥିବା ବେଳେ ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ ସଂଘ ର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ତାଙ୍କ ର ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଆଜି ସ୍ଥାନୀୟ ସ୍ବର୍ଗ ଦ୍ବାର ଶ୍ମଶାନ ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ।

ମୃତ୍ୟୁ ସମୟ ରେ ବଡ ପୁଅ ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ହରିବୋଲ ଅଗ୍ରୱାଲ , ଟିକୁ ରାମ ଅଗ୍ରୱାଲ, ପୁତ୍ର ବଧୂ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଧର୍ମଗଡ ବ୍ୟବସାୟୀ ସଂଘ ସମ୍ପାଦକ ଅରୁଣ ତାୟଲ,ସଭାପତି ବିଦ୍ୟାଧର ସାହୁ, ଜିଲ୍ଲା କେମିଷ୍ଟ ସଂଘ ସମ୍ପାଦକ ହୃଷୀକେଶ ମିଶ୍ର, ଭାଜପା ଜିଲ୍ଲା ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଆଇନ ଜିବୀ ସୁବାଷ ପାଣିଗ୍ରାହୀ, ଭବାନୀ ଚରଣ ଦାସ, ରାଜେନ୍ଦ୍ର ମୁନି, ନଗର ପାଳ ଅଶୋକ ମହାନ୍ତି, ଉପ ନଗର ପାଳ ମନିଷା ମିଶ୍ର,ସାମ୍ୱାଦିକ ବୈଦ୍ୟନାଥ ବେହେରା, ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବିଶ୍ବ ରଂଜନ ବେହେରା, ଉମେଶ ନାଏକ, ଅଲେଖ ନାଏକ, ମନୋଜ ଯୋଷୀ, ବେଣୁ ଲାଲ ପ୍ରଧାନ, ମୁରଲୀ ପାତ୍ର, ନରେଶ ଚନ୍ଦ୍ର ଅଗ୍ରୱାଲ , ଅନୁପ ଅଗ୍ରୱାଲ, ଲକ୍ଷ୍ମୀ କାନ୍ତ ବାଗ, କ୍ଷୀରୋଦ ବାଗ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Post

ଦେଶ କି ବାତ୍ ଫାଉଣ୍ଡେସନ ତରଫରୁ ଏକ ଦିୟା ସହିଦ୍ କେ ନାମ କାର୍ଯ୍ୟକ୍ରମ

Posted by - August 17, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଂଗପୁର ଜିଲ୍ଲାର ସ୍ଥାନୀୟ ଗାନ୍ଧି ଛକ ଠାରେ ଦେଶ କି ବାତ୍ ଫାଉଣ୍ଡେସନ ତରଫରୁ ଏକ ଦିୟା ସହିଦ୍ କେ ନାମ କାର୍ଯ୍ୟକ୍ରମ…

ଲେବଲ-ଭି ଏକ୍ସକ୍ୟାଡ଼ର ସଂଘ ବୌଦ୍ଧ ବ୍ଲକର ବୈଠକ

Posted by - July 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବୌଦ୍ଧ ଜିଲା ସଦର ବ୍ଲକର ଲେବଲ-ଭି ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଆଜି ମୁଣ୍ଡିପଦର ହାଇସ୍କୁଲ ଠାରେ ବ୍ଲକ ସଭାପତି ସରୋଜ…

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭାଙ୍ଗା ବ୍ଲକ୍ ମଥୁରା ପଞ୍ଚାୟତ ବୃନ୍ଦାବନ ଶାନ୍ତି ମଠ ଠାରେ ମହନ୍ତ ପ୍ରଶାନ୍ତ ଦାସ ବାବା ଙ୍କ ସଭାପତିତ୍ବ ରେ ଦୋଳଯାତ୍ରା ମହୋତ୍ସବ…

ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଅଗ୍ନି କାଣ୍ଡ

Posted by - April 18, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଏହି ଅଗ୍ନି କାଣ୍ଡ ଘଟିଛି ! ମିଳିଥିବା ଖବର ଅନୁସାରେ ଗତକାଲି…

ନାଲମାଲିକ ପାଟଣା ଗ୍ରାମରେ ଗଣେଷ ପୂଜା କୁ ନେଇ ବିବାଦ

Posted by - September 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଗ୍ରାମ ପଂଚାୟତ ନାଲମାଲିକ ପାଟଣା ଗ୍ରାମରେ ରେ ଗଣେଷ ପୂଜା କୁ ନେଇ ଦେଖା ଦେଇଛି…