ଉତ୍କଳ ଆଲୁମିନା କାରଖାନା ବିପକ୍ଷରେ ଆନ୍ଦୋଳନ ଓ ରାସ୍ତା ରୋକ

58 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରଗୁଡା ଠାରେ ଗଢି ଉଠିଥିବା ଅଦିତ୍ୟ ବିର୍ଲା ଉତ୍କଳ ଆଲୁମିନା କାରଖାନାସ୍ଥ ବକ୍ସାଇଟ ଅଞ୍ଚଳ ମାଇକଞ୍ଚ ପଂଚାୟତର ଅଣ୍ଡିରାକଞ୍ଚ ଗ୍ରାମବାସୀ, ପ୍ରାୟ ଶତାଧିକ ଲୋକେ ଆଜିକୁ ସାତଦିନ ଧରି ତାଙ୍କ ହକ ଅଧିକାର ଓ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ କମ୍ପାନୀ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି lସରଳତା ଓ ନିରହ ଅଞ୍ଚଳବାସୀଙ୍କ ଭରପୁର ଫାଏଦା ଉଠେଇ ଚାଲିଛି ଉତ୍କଳ ଆଲୁମିନା କାରଖାନା!ସରକାରୀ ଗାଇଡ଼ ଲାଇନ ଅନୁଯାଇ ଖଣି ପ୍ରଭାବିତ ଅଞ୍ଚଳବାସୀ ତାଙ୍କ ହକ ଅଧିକାର ଓ ମୌଳିକ ଅଧିକାର ସମ୍ବନ୍ଧେ ଆଜିପଯ୍ୟନ୍ତ ଏମାନେ ଅନଭିଜ୍ଞ !

ଦୁଇ ଦଶନ୍ଦୀ ପୂର୍ବେ ଜିଲ୍ଲା ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ଖଣି ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଜୀବିକା ନିର୍ବାହ ଓ କୃଷି କ୍ଷେତ୍ରରେ ପ୍ରାଥମିକତାର ପନ୍ଥା ଅବଲମ୍ବନ କରିବାର ପ୍ରତିଶୃତି ଦେଇଥିଲେ l ଆଜି ତାହା ବାସ୍ତବିକତାର ଚିତ୍ର କିନ୍ତୁ ଅନ୍ୟ ରୂପରେଖା ଦର୍ଶାଉଛି l କିଛି ମାସ ପୂର୍ବରେ ଏହି ଅଣ୍ଡିରାକଞ୍ଚ ଗ୍ରାମର ମହିଳା ମାନେ ନିଜ ହଖ ଅଧିକାର ପାଇଁ କମ୍ପାନୀ ରାସ୍ତା ଅବରୋଧ କରିଥିଲେ, ସେଥିମଧ୍ୟରୁ ପ୍ରାୟ 15 ଜଣ ମହିଳା କମ୍ପାନୀ ର କବଳରେ ଫସି ଜେଲ ମଧ୍ୟ ଯାଇଥିଲେ l ତାଙ୍କ ମଧ୍ୟରୁ ଜଣେ 9 ମାସର ଗର୍ଭବତୀ ସ୍ତ୍ରୀ ଥିଲେ ସୁଲବତୀ, କିନ୍ତୁ ପରବର୍ତୀ ସମୟରର ସୁଲବତୀଙ୍କ ଅକାଳ ମୃତ୍ୟୁ ହୋଇଥିଲା, ନିଷ୍ଠୁର ପୋଲିସ ମଧ୍ୟ ଅନ୍ଧ ଥିଲା l ଏହିଭଳି ଡାକ୍ତରୀ ସ୍ୱାସ୍ଥ୍ୟ ପରୀକ୍ଷା ଓ ନ୍ୟାୟ ପାଳିକା ମଧ୍ୟ ଅନ୍ଧ ଥିଲେକି ବୋଲି ସମଗ୍ର ରାଜ୍ୟରେ ସମାଲୋଚନା ହେଇଥିଲା l

ଅଣ୍ଡିରାକଞ୍ଚ ବାସୀଙ୍କ ପ୍ରତିକ୍ରିୟା ଅନୁଯାଇ ଚଳିତ ମାସ 2 ତାରିଖରେ ରାୟଗଡା ଜିଲ୍ଲାପାଳ, ଜିଲ୍ଲା ପୋଲିସ ପ୍ରଶାସନ ଅଧିକାରୀ ସମେତ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ 11ଦଫା ଦାବିପତ୍ର ପ୍ରଦାନ କରିଥିଲେ କିନ୍ତୁ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପଦକ୍ଷେପ ନନେବା ତାଙ୍କୁ ବିଚଳିତ କରିଥିଲା l
ସେଇଥିପାଇଁ ଗ୍ରାମବାସୀଙ୍କ ନ୍ୟାର୍ଯ୍ୟ ଦାବି ହଖ ଅଧିକାର ଓ ସମସ୍ତ ମୌଳିକ ଅଧିକାର ପୂରଣ ନ ହେବାଯାଏଁ ସେମାନେ ଜେଲ ଯିବୁ, ମରିବୁ ପଛେ ରାସ୍ତା ଅବରୋଧ ସହ ଆନ୍ଦୋଳନ ବଜାୟ ରଖିବୁ ବୋଲି ପ୍ରକାଶ କରିଛନ୍ତି l

Related Post

ସରକାରୀ ନିୟମ କୁ ମାନି ମୂର୍ତି କାରିଗର ଙ୍କ କ୍ଷତି

Posted by - September 10, 2021 0
ଭୁବନେଶ୍ବର :କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ରେ ଗଣେଶ ମୂର୍ତ୍ତି କାରୀଘର ସରକାର ଙ୍କ ନିୟମରେ ବାନ୍ଧି ହେଇ କ୍ଷତି ରେ ପଡିଛନ୍ତି । ଅବିଭକ୍ତ କୋରାପୁଟ…

ରାୟଗଡ଼ା ଜିଲ୍ଲାର ମୁନିଗୁଡା ମହାବିଦ୍ୟାଳୟର ଠାରୁ କନକା ପରମେଶ୍ବରୀ ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ ପାଳନ

Posted by - August 13, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ମୁନିଗଡା ମହାବିଦ୍ୟାଳୟର ସ୍ଥିତ କନେକାପରେଶ୍ପର ମନ୍ଦିର ପ୍ରାଙ୍ଗଣରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ମହା…

ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ

Posted by - April 22, 2019 0
ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ…

ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ,ବିରୋଧୀ ଶିବିର ରେ ଛନକା

Posted by - November 3, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର…

ଯାଜପୁର ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଖରାପ

Posted by - June 2, 2019 0
ବରୀ ୧ା୬- ବରୀବ୍ଲକ ଅଧିନ ଅଲିପୁର ଠାରେ ରହିଛି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଦୀର୍ଘ ୫୦ ବର୍ଷ ତଳୁ ସ୍ଥାପିତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର…