ଜବର ଦଖଲ ଜମି କୁ ନେଇ ଗ୍ରାମବାସୀ ଙ୍କ ବିରୋଧ

70 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ ) ଗତ ଶୁକ୍ରବାର ଦିନ ବିବାଦୀୟ ଏବଂ ଜମି ମାଫିଆ ପାରିଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରା ଙ୍କ ବାପା ନିରଞ୍ଜନ ବେହେରା ସଦଳବଳ ଚାରିଛକ ତହସିଲ ଦଳ ଏବଂ ବୌଦ୍ଧ IIC ଙ୍କ ସାଙ୍ଗରେ ପ୍ରାୟ 20 ଜଣ ପୋଲିସ ଧରି ମଥୁରା ପଞ୍ଚାୟତ ଅନ୍ତର୍ଗତ ପଙ୍କୁଆଳ ଗ୍ରାମ ରେ ଜମି ଦିମାର୍ଗେସନ ବାହାନାରେ ଗ୍ରାମ ର ଆମ୍ବ ବଗାୟତ,କେନାଲ, ଶାଗୁଆନ ବଗିଚା ଇତ୍ୟାଦି କରାଗ୍ରତ କରିବାକୁ ବସିଥିବା ବେଳେ ଉତ୍ୟକ୍ତ ଗ୍ରାମ ବାସୀଙ୍କ ବିରୋଧ ଯୋଗୁଁ ଫେରି ପଳାଇ ଗଲେ l

ସୂଚନା ଥାଉକି ଏହି ଗ୍ରାମରେ DFO ଗତ ଚାରିବର୍ଷ ପୂର୍ବରୁ ନିଜ ଆତ୍ମୀୟ ଙ୍କ ନାମରେ ପ୍ରାୟ 10 ଏକର ଜମି ଜଙ୍ଗଲ କୁ ଲାଗି କିଣିଥିଲେ l ଏହି ଜମି କୁ ଲାଗି ରହିଥିବା ରାଜା ଙ୍କ ଆମ୍ବ ବଗିଚା, ଏକ ଶାଗୁଆନ ପ୍ଲାଣ୍ଟେସନ ଏବଂ ପାଣି ନାଳ ଇତ୍ୟାଦି ସର୍ବସାଧାରଣ ଜାଗା ନିଜ ଦଖଲ କୁ ନେବାପାଇଁ କଂକ୍ରିଟ ବାଉଣ୍ଡୁରୀ ପିଲର ପୋତି ତାର ବାଡ଼ ଦେବାପାଇଁ ପ୍ରଶାସନ ର ସହଯୋଗ ରେ ଡିମାରକେସନ କଲାବେଳେ ଗ୍ରାମ ବସି ବିରୋଧ କରିଥିଲେ l କାହିଁ କେଉଁ କାଳ ରୁ ଆମ୍ବ ବଗିଚା ସର୍ବସାଧାରଣ ଙ୍କ ଅଧୀନ ରେ ଥିବାବେଳେ କେଉଁ ଏକ ଜମି ଦଲାଲ ଯଦି ଉତ୍କୋଚ ଦେଇ ନିଜ ନାମରେ କରିନେଲେ ତାହାହେଲେ ପ୍ରଶାସନ ପୂର୍ବ ନଥି ପତ୍ର ତଦାରଖ କରି ଉପଯୁକ୍ତ ନିଷ୍ପତି ନେବା ବଦଳ ରେ ଜମି ମାଫିଆଙ୍କ ପକ୍ଷଭୁକ ହେବାକୁ ସ୍ଥାନୀୟ ଅଞ୍ଚଳ ର ସାଧାରଣ ଜନତା ସହଜରେ ଗ୍ରହଣ କରି ପାରୁନାହାନ୍ତି l

ପ୍ରକାଶ ଥାଉକି ଦେମାରକେସନ ଚାଲିଥିବା ବେଳେ ଯେତେବେଳେ ଗ୍ରାମବାସୀ ମିଳିତ ଭାବେ ବିରୋଧ କରିଥିଲେ ସେତେବେଳେ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ୱ ନଦେଇ କାମ ଆଗେଇନେଇ ଚାଲିଥିଲେ l ଫଳରେ ଗ୍ରାମବାସି ସମାଜସେବୀ ଇଂ ବିକାଶ ମହାକୁଳ ଙ୍କୁ ଆସିବାକୁ ନିବେଦନ କରିଥିଲେ l ଘଟଣା ର ଗୁରୁତ୍ୱ କୁ ଦେଖି ତତକ୍ଷଣାତ ଇଂ ମହାକୁଳ ପଙ୍କୁଆଳ ଗ୍ରାମ କୁ ଯାଇ ଲୋକଙ୍କ ସହ ଆଲୋଚନା କରି ଜମି ର ତଥାକଥିତ ମାଲିକ ବୋଲାଉଥିବା ନିରଞ୍ଜନ ବେହେରାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ଏବଂ ଏଥିରେ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରି ଜବାବ ଚାହିଁଥିଲେ l ଯାହାର ଉତ୍ତର ଦେଇ ନପାରି ଜମି ମାଲିକ ଶ୍ରୀ ବେହେରା ସଦଳବଳେ ଛାତ୍ରଭଙ୍ଗ ଦେଇ ଜଗଛାଡି ପଳେଇଥିଲେ l ଏଥିରେ ପାଖାପାଖି ପାଞ୍ଚ ଖଣ୍ଡ ଗ୍ରାମ ର ଦୁଇଶହ ରୁ ଉର୍ଧ୍ଵ ଅଞ୍ଚଳ ବାସି ବିରୋଧ ରେ ପ୍ରତ୍ୟକ୍ଷ ସାମିଲ ଥିଲାବେଳେ ଏହାର ନେତୃତ୍ୱ ଗ୍ରାମର ପ୍ରଶାନ୍ତ ପ୍ରଧାନ, ଉଦ୍ଧବ କଳତା ଏବଂ ନରୋତ୍ତମ ବାଘ ପ୍ରମୁଖ ନେଉଥିଲେ l

Related Post

ଉତ୍ତର ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ଵର କେତେ ସୁରକ୍ଷିତ ?ଭାଇ କୁ ଆକ୍ରମଣ କରି ,ଭଉଣୀ କୁ ଗଣ ଦୁଷ୍କର୍ମ

Posted by - January 22, 2021 0
ନୀଳଗିରି:୨୦/୦୧/୨୦୨୧(ସୌମ୍ୟାସାଇ ବାରିକ) ଉତ୍ତର ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ଵର କେତେ ସୁରକ୍ଷିତ – ତାହା ଆଜି ନୀଳଗିରି ଅଞ୍ଚଳ ବାସୀ ଙ୍କ ପାଇଁ ଏକ…

ଖପ୍ରାଖୋଲ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ

Posted by - December 26, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ ରବିବାର ଦିନ ହୋଇଯାଇଛି । ଖପ୍ରାଖୋଲ…

ଚାଷୀଙ୍କ ସମସ୍ୟା ପାଇଁ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - December 12, 2018 0
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ବିଜେପି ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି…

୮୫୩୭୭୭ ଜଣ ପ୍ରବାସୀ ଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା

Posted by - October 1, 2020 0
ଭୁବନେଶ୍ୱର : ଭାରତ ବର୍ଷରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮…

ପୁରୀକୁ ସାଂସ୍କୃତିକ ରାଜଧାନୀ କର: ଅନୁଭବ

Posted by - July 10, 2019 0
ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି ଏମ୍‌ପି…