ଟିଟିଲାଗଡ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର ପ୍ରଦାନ

284 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ( ଏନ୍ ପି ଏସ) ପକ୍ଷରୁ ଶନିବାର ଅପରାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ତିନି ଦଫା ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏନ.ପି.ଏସ ଶିକ୍ଷକ ସଂଘର ଦାବି ହେଲା ଯେ ନୂତନ ପେନସନକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷକ ଚୁକ୍ତି ଭିତ୍ତିକକୁ ବରିଷ୍ଠତା ପ୍ରଦାନ । ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l

ପ୍ରାଥମିକ ଶିକ୍ଷକ ସଂଘ( ଏନ୍. ପି. ଏସ୍ ) ପକ୍ଷରୁ ସଂଘର ଦାବି ପତ୍ର ପ୍ରଦାନ ସମୟରେ ସଭାପତି ଶ୍ରୀ ଗୋପାଳ ସିଂହ ଏବଂ ସମ୍ପାଦକ ଶ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀଙ୍କ ସହ କନିଷ୍ଠ ଶିକ୍ଷକ ସଂଘ ସଭାପତି ଶ୍ରୀ ରଜତ ଛତର ଓ ତାଙ୍କର ସହିତ ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଠା ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଶ୍ରୀ ନିତ୍ୟାନନ୍ଦ ହୋତା, ଶ୍ରୀ ରାମଗୋପାଳ ମେହେଟା, ଶ୍ରୀ ବିଜେନ୍ଦ୍ର ଚୌଧରୀ ଶ୍ରୀ କିଶୋର ବଞ୍ଛୋର ଏବଂ ଅନେକ ସଂଖ୍ଯାରେ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Related Post

ଲୋକ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ବ୍ଲକ ଘେରାଉ ପାଇଁ ଗରିବ ସେନା ର ପ୍ରସ୍ତୁତ ବୈଠକ ଅନୁଷ୍ଠିତ

Posted by - May 11, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଗ୍ରାପ ଜାମପଡା ଗାଁ ର ସାଧାରଣ ଲୋକ ଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଙ୍ଗୋମୁଣ୍ଡା ବ୍ଲକ…

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ

Posted by - May 5, 2020 0
ବାରିପଦା:(ସୀତାରାମ ଦୀକ୍ଷିତ) ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର…

ମାମଲା ର ବିଚାର କରି ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

Posted by - August 11, 2022 0
ଯାଜପୁର :(ଆନନ୍ଦ ଚବଦ୍ରା ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗ୍ରାମର ରୁଦ୍ରପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ କୁ ବର୍ଷେ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ…

ର‌୍ୟାଗିଂ ଉପରେ ରୋକ ଲଗାଇବା ନେଇ ଜିଲାପାଳଙ୍କ ବୈଠକ

Posted by - July 8, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ର‌୍ୟାଗିଂ ଉପରେ ରୋକ ଲଗାଇବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ…

ଶୀତଳଷଷ୍ଠୀ ଯାତ୍ରାରେ ମାଁ ପାର୍ବତୀ ଙ୍କୁ କନ୍ୟାଦାନ ପାଇଁ କନ୍ୟା ପିତାମାତା ଙ୍କ ଘରେ ପ୍ରସ୍ତୁତି

Posted by - May 30, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଆସନ୍ତା ଜୁନ୪ ରେ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ର ଦେବ ଦଂପତି ଙ୍କ ଶିବ ବିବାହ। ଏଥିପାଇଁ ସମ୍ବଲପୁର ସବୁ ଯାତ୍ରା କମିଟିର…