ମହିଳାଙ୍କୁ ସ୍ଵାବଲମ୍ବୀ କରିବ ଷ୍ଟ୍ରବେରୀ ଚାଷ : ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ନିୟମଗିରି ପାହାଡ଼ର ଆଦିମ ଜନଜାତି

51 0

କଳାହାଣ୍ଡି:( ନରେନ୍ଦ୍ର ନେଗୀ )କଳାହାଣ୍ଡି ଜିଲ୍ଲା ଲଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦଦେଶର ଘଞ୍ଚ ବନାନୀ ମଧ୍ୟରେ ଅବସ୍ଥିତ ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସାମ୍ପ୍ରଦାୟ ର ଚାଷୀ ଓ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ସ୍ଵାବଲମ୍ବୀ ହେବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ନ୍ଵେଷା ରେଡ୍ଡୀଙ୍କ ଆଗ୍ରହକ୍ରମେ ଲାଞ୍ଜିଗଡସ୍ଥିତ କୁଟିଆକନ୍ଧ ଉନ୍ନୟନ ସନ୍ସସ୍ଥା ର ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଜ୍ୟକ୍ରମରେ ଷ୍ଟ୍ରବେରୀ ଚାଷ ସଫଳ ହୋଇପାରିଛି। ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଏହି ଅସମ୍ଭବ କୁ ସମ୍ଭବ କରି ଦେଖାଇଥିବା ବେଳେ ଆଦିମ ଜନଜାତି ମହିଳା ମାନେ ସ୍ଵାବଲମ୍ବୀ ହୋଇପାରିଛନ୍ତି l

କଳାହାଣ୍ଡି ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନକ୍ରୁଷି ବିଭାଗ ବୈଷୟିକ ସହଜୋଗ କରିଥିବା ବେଳେ ଷ୍ଟ୍ରବେରୀର ବିକ୍ରୟ ଦାୟିତ୍ଵ ଏକ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆଯାଇଛି l ଫଳରେ ଲଞ୍ଜିଗଡ ବ୍ଲକର ସୀମାନ୍ତବର୍ତ୍ତୀ ଏହି ବାରବୁଲୀ ଗ୍ରାମର ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ଓ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l ଏହି ଷ୍ଟ୍ରବେରୀ ଚାଷ କରିବା ସକାଶେ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ପାଇଁ ପ୍ରଥମେ ଚାଷୀ ମାନଙ୍କୁ କୁଟିଆକନ୍ଧ ଉନ୍ନୟନ ସନ୍ସସ୍ଥା ତରଫରୁ ନୁଆପଡା ଜିଲ୍ଲା ସୁନାବେଡା କୁ କ୍ଷେତ୍ର ପରିଦର୍ଶନ ନିମନ୍ତେ ପଠାଜାଇଥିଲା ଏବଙ୍ଗ ପରେ ଉକ୍ତ ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୫ ଏକର ପରିମିତ ଜମିରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ମନୋନିବେଶ କରିଥିଲେ। ଏଥିପାଇଁ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଜ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ଅର୍ଥ ରାଶି ମଞ୍ଜୁର କରିଥିଲେ l

ସେଥିମଧ୍ୟରୁ କ୍ରୁଷି ଉଦ୍ୟାନ ବିଭାଗର ବୁନ୍ଦା ଜଳସେଚନ ପାଇଁ ୨ ଲକ୍ଷ ୮୭ ହଜାର ୭୭୮ ଟଙ୍କା ,ଗ୍ରାମପଞ୍ଚାୟତ ର ଆଦିମ ଜନଜାତି ଉନ୍ନୟନ ପାଣ୍ଠି ରୁ ୩ ଲକ୍ଷ ୮୭ହଜାର ୩୦୦ ଟଙ୍କା ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ଶଧନ ଭାବେ ରଖାଯାଇଥିଲା l ସେହିପରି ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ଦିଷ୍ଟ ଜମିକୁ ଜଳ ଜୋଗାଣ ସକାଶେ କୁଟିଆକନ୍ଧ ଉନ୍ନୟନ ସନ୍ସସ୍ଥାର ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ଵାରା ସୌର ପମ୍ପ୍ ଜୋଗାଇ ଦିଆଯାଇଥିଲା l ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଏଥି ସକାଶେ ଚୟନ କରାଯାଇ ସମୁଦାୟ ୨୮ ଲକ୍ଷ ୫୮ ହଜାର ୩୨ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ଲକ୍ଷ ଷ୍ଟ୍ରବେରୀ ଚାରା ରୋପଣ କରାଯାଇଥିଲା l କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଟିଆକନ୍ଧ ଉନ୍ନୟନ ସନ୍ସସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କ୍ରୁଷି ଅଧିକାରୀ ତଥା ଅନ୍ୟାନ୍ୟ କର୍ମୀ ଉଦ୍ୟାନ କ୍ରୁଷି ବିଭାଗର ମିଳିତ ତତ୍ତ୍ଵାବଧାନରେ ହିମାଚଳ ପ୍ରଦେଶରୁ ଚାରା ମଗାଜାଇ ଗତ ଜାନୁୟାରୀ ମାସ ୧୦ ତାରିଖ ଦିନ ଚାରା ରୋପଣ କରାଯାଇଥିଲା l

ଏହାର ପ୍ରଥମ ପାଚିଲା ଫଳ ଫେବ୍ରୁୟାରୀ ୨୮ ତାରିଖ ଦିନ ବାହାରିବା ପରେ ଗ୍ରାମର ଚାଷୀଙ୍କ ତରଫରୁ ସର୍ବ ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ନ୍ଵେଷା ରେଡ୍ଡୀ ଙ୍କୁ ପ୍ରଦାନ କରାଯାଇଥିଲା l ଏପରିକି ନିକଟରେ ମାର୍ଚ୍ଚ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ସମୟରେ ଗୋଲାମୁଣ୍ଡା ବ୍ଲକ ର ବ୍ରୁନ୍ଦାବାହାଲ ଠାରେ ଉକ୍ତ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଷ୍ଟ୍ରବେରୀ ପ୍ରଦାନ କରାଯାଇଥିଲା l ଏହି ଷ୍ଟ୍ରବେରୀ ଚାଷ ର ସଫଳତା ଦେଖି କଳାହାଣ୍ଡି ଫୁଡ୍ ଆନ୍ଡ୍ କ୍ରାଫ୍ଟ୍ ଦ୍ଵାରା ଏହାର ସଠିକ୍ ବଜାରୀକରଣ ଲାଗି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ନ୍ଵେଷା ରେଡ୍ଡୀ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଓର୍ମାସ୍ ଓ ମିଶନ ଶକ୍ତି ବ୍ୟବହାର ବିଭାଗକୁ ଦାୟିତ୍ଵ ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳର ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଚାଷୀ ପ୍ରମାଣ କରିଦେଇଛନ୍ତି ଜେ ଏଠାରେ ଷ୍ଟ୍ରବେରୀ ଭଳି ଏକ ମୂଲ୍ୟବାନ ଫସଲ ଉତ୍ପାଦନ କରିବା ସହ ତାକୁ ରୋଜଗାରର ମାଧ୍ୟମ ଭାବେ ପରିଣତ କରାଯାଇପାରେ ଅନ୍ୟପକ୍ଷରେ ଏଭଳି ଫସଲର ସଠିକ୍ ବଜାରୀକରଣ ହୋଇପାରିଲେ ଅଞ୍ଚଳର ଚାଷୀ ଉପକ୍ରୁତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Related Post

ବେଲଗୁଣ୍ଠାରେ ମତଦାନ ଶାନ୍ତିପୁର୍ଣ୍ଣ:୬୧% ଭୋଟର କଲେ ନିଜର ମତ ସାବ୍ୟସ୍ତ

Posted by - March 24, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ପୌର ନିର୍ବାଚନ-୨୦୨୨ ଅବସରରେ ବେଲଗୁଣ୍ଠା ଏନ୍ଏସିରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପୁର୍ଣ୍ଣ ହୋଇଛି ।ବେଲଗୁଣ୍ଠାର ୯୯୯୨ ଭୋଟରଙ୍କ ମଧ୍ୟରୁ ୬୦୭୯ ଜଣ…

ବିନା ବିଶେଷଜ୍ଞ ଡାକ୍ଟର ରେ ଚାଲିଛି ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ,ଅନେକ ପଦବୀ ଖାଲି

Posted by - June 25, 2022 0
ଖପ୍ରାଖୋଲ: ୨୫/୦୬(ତାପସ ରଞ୍ଜନ ବେହେରା) ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ନେଇ ଦିଣ୍ଡିମ ପିଟୁଥିବା ବେଳେ ବଲାଙ୍ଗିର ଜିଲ୍ଲା ର ମ୍ୟାଲେରିଆ ପ୍ରବଣ ଖପ୍ରାଖୋଲ ବ୍ଲକ…

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର

Posted by - February 28, 2023 0
ଭୁବନେଶ୍ୱର:କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରେ ଶିକ୍ଷକ ଗିରଫ, ଠକିଛନ୍ତି ଲକ୍ଷାଧିକ ଟଙ୍କା

Posted by - March 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିଯୁକ୍ତି ଅଭାବରୁ ଦେଶରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇବାରେ ବିଫଲ…

ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଙ୍କ ନିମନ୍ତେ ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - January 9, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାର ମହିଳା ମାନଙ୍କୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆହୁରି ଏକ ବଡ଼ ନିଷ୍ପତ୍ତି ଗ୍ରହଣ…