ହରଭଙ୍ଗା :୧୦/୦୩( ଚିତ୍ତରଞ୍ଜନ ସିଂ)ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS ),,ହରଭଙ୍ଗା ବ୍ଲକ,,03ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଠିଡିକାଯୋର ହାଟପଦାଠାରୁ BEO OFFICE କୁ ଯାଇ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,,ଶିକ୍ଷା ସଚିବ ଓ 5T ସଚିବଙ୍କ ଉଦ୍ଦେଶ୍ୟରେ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସ୍ୱରାଜ କହଁରଙ୍କୁ ପ୍ରଦାନ କରିଛି.. ଦାବିଗୁଡିକ ହେଲା,
୧:-ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (2001)ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର contractual ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ 6 ଟି increment ପ୍ରଦାନ କରାଯାଉ ..
୨:-ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ..
୩:- ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ..
ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ (NPS ) ସଂଘ ର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ହୋଇଥିଲା.. ଉକ୍ତ ସଭାରେ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ( NPS )ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ସହ ଅନ୍ୟାନ୍ୟ ଦାବି ଗୁଡିକ ଯଥାଶୀଘ୍ର ପୂରଣ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଳକୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ
ନିଜର ହକ ଦାବି ହାସଲ ପାଇଁ ପ୍ରତିବାଦ ସ୍ବରୂପ ଗତ 6 ତାରିଖ ଠାରୁ କଳା ବ୍ୟାଚ ପରିଧାନ ସହ dress code ବର୍ଜନ ସହିତ ଆଗାମୀ 15 ତାରିଖ ଠାରୁ 17 ତାରିଖ ଯାଏଁ ସାମୟିକ ଛୁଟି CL ଓ 18 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେଲା ଯାଏଁ ସମୂହ ଛୁଟି ନେଇ ବିଧାନସଭା ସମ୍ମୁଖ ରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରାଯାଇଅଛି ବୋଲି କହିଥିଲେ.. ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲାସଂଘ ସାଧାରଣ ସମ୍ପାଦକ ଶ୍ରୀ ମହେଶ ସେଠୀ , ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ,କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର,କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା,,,ଉପସଭାପତି ସରୋଜ ସାହୁ,,ନୀଳାଞ୍ଚଳ ବିହାରୀ ମିଶ୍ର,,ବସନ୍ତ ବିଶ୍ୱାଳ ,ପ୍ରସନ୍ନ ପ୍ରଧାନ,ଅଶେଷ ପ୍ରଧାନ,,ରଞ୍ଜନ ସାମଲ , ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ..