ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ପିଟିସନକୁ ନାମଂଜୁର କଲେ ଯାଜପୁର ଜିଲା ଦୌରାଜଜ ରୁପେଶ ଙ୍କ ରାଜନୈତିକ ଦଳ ସହିତ ଘନିଷ୍ଠ ସଂପର୍କ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପ୍ରଦାନ କଲେ ସାକ୍ଷୀ ମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମାନ୍ୟବର ଅଦାଲତ ଅନୁଭବ କରିଥିଲେ ।
ଏଥିସହିତ ଯଦିଓ କେସଟି ଏବେ ବିଚରାଧିନ ରହିଛି ସେଥିପାଇଁ ରୁପେଶଙ୍କ ଜାମିନ ଆବେଦନଙ୍କୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ । ତେବେ ମାନ୍ୟବର ଜିଲା ଜଜଙ୍କ ଶୁଶାଣି କୁ ହାଇକୋର୍ଟରେ ଚ୍ୟାଲେଂଜ କରାଯିବ ଓ ସେଠାରେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ରୁପେଶଙ୍କ ଓକିଲ ସୂଚନା ଦେଇଛନ୍ତି ।
Facebook Notice for EU!
You need to login to view and post FB Comments!