ହରଭଙ୍ଗା :୦୮/୦୩( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର ହରଭଙ୍ଗା ଗ୍ରାମର ପ୍ରଶାନ୍ତ ମେହେର (୩୦) ସେ ତଳେ ପଡିଯିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ମୁଣ୍ଡରୁ ରକ୍ତ ସ୍ରାବ ହେବାରୁ ତୁରନ୍ତ ନିକଟସ୍ଥ ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା , ସ ଡାକ୍ତର ଦେଖିବା ପରେ ମୁଣ୍ଡରେ ମାଡ଼ ହୋଇଥିବାରୁ ତୁରନ୍ତ 108 ଆମ୍ବୁଲେନ୍ସ ଯୋଗ ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇ ଥିଲେ । ଜିଲ୍ଲାର ମୁଖ୍ୟ ଡାକ୍ତର ଖାନାରେ ଡାକ୍ତର ରାଜେଶ ମେହେରକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାଜେଶଙ୍କ ସହିତ ତାଙ୍କର ବାପା ଝରିଆ ମେହେର ଓ ତାଙ୍କର ଭାଇ ମଧ୍ୟ ଥିଲେ ।
ବୌଦ୍ଧ ରେ 6 ତାରିଖରେ ଡାକ୍ତର ଖାନାରେ ରହିଲା ପରେ କିଛି ବି ଚିକିତ୍ସା ନ କରି ରାଜେଶକୁ 7ତlରିଖ ଚିକିତ୍ସାଧୀନ ଡାକ୍ତର କଣ ହୋଇଛି ବୋଲି ପଚାରି ଥିଲେ ରାଜେଶର ବାପା ପୁଅର ତଳେପଡିଯିବାରୁ ମୁଣ୍ଡ ପଛପଟ ଫାଟି ରକ୍ତ ସ୍ରାବହୋଇଛି ବୋଲି କହିଥିଲେ । ଏଠାରେ ଜିଲ୍ଲା ମୁଖ୍ୟ ଚିକିଛଳୟର ଡାକ୍ତର କିଛି ନଦେଖି ମେଡ଼ିସିନ ଲେଖି ଡ୍ରେସିଙ୍ଗ ପାଈଁ କହିଥିଲେ ।
ଡ୍ରେସର ଡ୍ରେସିଙ୍ଗ ନକରି ଚାରି ମଗ ପାଣିରେ ଧୋଇ ଘରକୁ ପଠାଇ ଦେଇଥିଲା ଥିଲେ ।ଘରକୁ ଆସିଲାପରେ ମୁଣ୍ଡରେ ସଂକ୍ରମଣ ବଢି ଯନ୍ତ୍ରଣା ସହ ଦୁର୍ଗନ୍ଧ ହେବାରୁ , ପୁଣି ହରଭଙ୍ଗା ଡାକ୍ତର ଖାନାକୁ ଝରିଆ କୁ ନେଇଥିଲl! ସେଠାରେ ଡାକ୍ତର ମୁଣ୍ଡର ଆଘାତ ଦେଖିଲା ପରେ ସଂକ୍ରମଣ ବଢି ଯାଇଥିବାରୁ ସଫା କରି ଛଅଗୋଟି ଷ୍ଟିଜ କରି ମେଡ଼ିସିନ ଦେଇଥିଲେ!
ଏଠାରେ ପ୍ରଶ୍ନ ଉଠେ ଜଣେ ରୋଗୀର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରୁ ଉତ୍ତମ ଚିକିତ୍ସା ଦରକାର ପଡୁଥିବାରୁ 70କିଲୋମିଟର ଆମ୍ବୁଲେନ୍ସ ଯୋଗେ ଜିଲ୍ଲାର ମୁଖ୍ୟ ଡାକ୍ତର ଖାନାକୁ ପଠାଯାଉଛି! କିନ୍ତୁ ସେଠାରେ ଡାକ୍ତର କିଛି ନଦେଖି ଡ୍ରେସର ଭରସାରେ ଛାଡି ଦେଉଛନ୍ତି ଓ ସେଶର ଚାରି ମଗ ପାଣିରେ ଧୋଇ ରୋଗୀକୁ ଘରକୁ ପଠାଉଛି । ଏହି ଘଟଣା ଓ ରୋଗୀ ଚିକିତ୍ସା ନେଇ ଅନେକ ମହଲରେ ଚର୍ଚ୍ଚା ହେବା ସହିତ ହରଭଙ୍ଗା ଅଂଚଳ ରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଉପରେ ରୋଗୀଙ୍କ ଭରସା ତୁଟି ଯାଇଛି!