ଭୁବନେଶ୍ଵର :୦୭/୦୩(ପାଯଲ ରାଉତ୍)ଗତ ଦୁଇ ଦିନ ହେବ ଭୁବନେଶ୍ଵର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଦୋଳ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଅଛି। ଗତ କାଲି ଏହି ମହୋତ୍ସବ ରେ ଏକ ସଭା ର ଆୟାଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ରଘୁନାଥପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଖୁଲନା ମାଝୀ ଓ ସମିତି ସଭ୍ୟ ଶ୍ରୀ ନିହାରକାନ୍ତ ପଢ଼ିଆରି ଏବଂ ଅନ୍ୟାନ୍ୟ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଈ ଥିଲେ। ସଭାରେ ସମସ୍ତେ ନିଜ ଗ୍ରାମର ଉନ୍ନତି ନିମନ୍ତେ ପ୍ରସଙ୍ଗ ଉଠାଇ ଥିଲେ।
କ୍ରିଡ଼ା ଶିକ୍ଷକ ପ୍ରମୋଦ କୁମାର ରାଉତ ବିଧାୟକ ଙ୍କ ନିକଟରେ ଗ୍ରାମର ଯାତ୍ରା ପଡିଆ, ପାର୍କ ଏବଂ ଡ୍ରେନେଜ୍ ସମସ୍ୟା ସମ୍ପର୍କ ରେ ମତ ରଖି ଥିଲେ। ଏହା ପରେ ବିଧାୟକ ମହୋଦୟ ସମସ୍ତ ଜିନିଷ କେମିତି ସୂଚାର ରୁପେ ଆଗକୁ ହୋଇ ପାରିବ ସେଥି ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଈଥିଲେ । ରଘୁନାଥପୂର୍ ଗ୍ରାମ ପଞ୍ଚାୟତ ରେ ଏହି ଦୋଳଯାତ୍ରା ମହୋତ୍ସବ ଅନେକ ପୂର୍ବରୁ ଚାଲି ଆସୁଅଛି। ଏ ବର୍ଷ ଅପେରା ସୂର୍ଯ୍ୟ ମନ୍ଦିର ନିଜ କଳା ଦ୍ବାରା ସମସ୍ତଙ୍କ ମନୋରଞ୍ଜନ କରିଛି।
ଏହି ଯାତ୍ରା ପ୍ରାୟ ୪ ଦିନ ଧରି ଚାଲୁ ରହିବ। ଗ୍ରାମ ର ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯାତ୍ରା ଉପଭୋଗ କରୁଛନ୍ତି। ଅତ୍ୟନ୍ତ ଶୃଙ୍ଖଳା ର ସହ ଏହି ଯାତ୍ରା ୨ ଦିନ ଧରି ଚାଲିଛି ଏବଂ ବାକି ଦୁଇ ମଧ୍ୟ ଏଭଳି ରୁପେ ମଧ୍ୟ ସମ୍ପାଦନ ହେବ ବୋଲି ସୂଚନା ମୁତାବକ ଜଣା ପଡ଼ିଛି