ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

68 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ , ମହୋଦୟ, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ କଣ୍ଟାମାଳ ଶ୍ରୀଯୁକ୍ତ ମହୀଧର ରଣା ମହୋଦୟ ଓଏସସିବି ଜିଏମ ଶ୍ରୀ ପ୍ରବୋଧ କୁମାର ମିଶ୍ର, ଡିଡିଏମ ନାବାର୍ଡ ବୌଦ୍ଧ ଶ୍ରୀଯୁକ୍ତ ତାପସ ଶଙ୍କର ରାଉତ,ବ୍ୟାଙ୍କର ଏଜିଏମ ଶ୍ରୀମତୀ ସସ୍ମିତା ପ୍ରଧାନ, ବ୍ୟାଙ୍କର ଉପ-ସଭାପତି ଶ୍ରୀମତୀ ଲୀନାରାଣୀ ମହାପାତ୍ର ଏବଂ ଉପନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧ ଓ କନ୍ଧମାଳ ଶ୍ରୀଯୁକ୍ତ ଯୁଗଲ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

କୃଷି ଓ କୃଷକଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ବ୍ୟାଙ୍କ/ସମିତି ମାଧ୍ୟମରେ ପ୍ରଦାନ କରଯାଉଥିବା ଋଣ ରିହ।ତି ଆଦି ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ବିଶେଷ କରି ରାଜ୍ୟସରକାର ପ୍ରତ୍ୟେକ ଚାଷୀକୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଘୋଷଣା କରିଥିବା ବେଳେ ଚାଷୀ ମାନେ ଏହାର ଲାଭ ଉଠାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଏଲଡ଼ିଏମ ବୌଦ୍ଧ,ବୌଦ୍ଧ ଏନଏସି ଅଧ୍ୟକ୍ଷ, ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧ, ଫୁଲବାଣୀ ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମବାୟ ସମିତିର ସମ୍ପାଦକ ଏବଂ ନବ ନିର୍ବାଚିତ ସଭାପତି, ଉପ-ସଭାପତି ପ୍ରମୁଖ ଯୋଗ ଦେଇଥିଲେ ଏବଂ ଶେଷରେ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ସଭ୍ୟ ଶ୍ରୀଯୁକ୍ତ ସୁବୋଧ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Related Post

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ବୈଠକ

Posted by - February 15, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ହୋଟେଲ ଗ୍ରୀନପାର୍କ ଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା,୧୦ ଗୁରୁତର

Posted by - October 21, 2019 0
କେନ୍ଦୁଝର,୨୧/୧୦ ବାଂଶପାଳ ବ୍ଲକ କାଞ୍ଜିପାଣି ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଯାତ୍ରିବାହୀ ବସ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ…

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

Posted by - December 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ରବି 2021-22 ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌରପାଳିକା ପକ୍ଷରୁ ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ପୌରପାଳିକାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପରିମଳ ବିଶେଷଜ୍ଞ ଦେବାଶୀଷ ଭୂୟାଂ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର‌୍ୟ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର ଓ୍ୟାର୍ଡ ସ୍ତରୀୟ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌରପାଳିକା କର୍ମଚାରୀ ସମେତ ୧୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ 322C2 ର ନୂତନ ଡ଼ିଜି ୱାଇ ପି ଙ୍କୁ ଦିଆଗଲା ସମ୍ବର୍ଦ୍ଧନା

Posted by - March 5, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ନୂତନ ଡ଼ିଜି ଭାବେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଦସ୍ୟ ୟମୁନା ପ୍ରସାଦ ଗୋୟଲ ମନୋନୀତ…